ରାଜ୍ୟ ସରକାରଙ୍କ ଏହି କେଳେଙ୍କାରୀ ବିରୋଧରେ ଆସନ୍ତା 7,8,9 ତାରିଖରେ ରାଜ୍ୟର ସମସ୍ତ ବ୍ଲକ ଜନଆନ୍ଦୋଳନ କରିବ ବୋଲି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି । ବିଜେପି ଅଭିଯୋଗ କରିଛି, 2019 ମସିହା ସୁଦ୍ଧା ସମସ୍ତଙ୍କ ମୁଣ୍ଡ ଉପରେ ପକ୍କାଘର ଦେବାପାଇଁ ରାଜ୍ୟ ସରକାର କରିଥିବା ଘୋଷଣା କୁଆଡେ ଗଲା । 2014 ମସିହା ପରଠାରୁ ମୋଦି ସରକାର ରାଜ୍ୟକୁ ଦେଇଛନ୍ତି 26 ଲକ୍ଷ ପକ୍କାଘର । ଆଉ ସେ ପକ୍କାଘରର ହିତାଧିକାରୀ କିଏ ।
ରାଜ୍ୟରେ 1 କୋଟି ଘର ରହିଥିବା ବେଳେ ଏବେ ଲକ୍ଷ ଲକ୍ଷ ଲୋକଙ୍କ ଘର ଉପରେ ପକ୍କାଘର ନାହିଁ । ମୁଣ୍ଡ ଉପରେ ପକ୍କାଘର, ବନ୍ୟା ବାତ୍ୟାକୁ ନାହିଁ ଡରର ସ୍ଲୋଗାନରେ କେତେ ବାସ୍ତବତା ତାହା ଗ୍ରାଉଣ୍ଡ ରିପୋର୍ଟ ଖୋଲି ଦେଇଛି ବୋଲି ସମୀର ଅଭିଯୋଗ କରିଛନ୍ତି ।