ଏହାଦ୍ୱାରା ରାଜ୍ୟବାସୀ କଷ୍ଟ ସହୁଛନ୍ତି ଆଉ ଓଡ଼ିଶା ହରାଉଛି ରାଜସ୍ୱ । ବାହାର ରାଜ୍ୟକୁ ୟୁନିଟ୍ ପିଛା 3 ଟଙ୍କା 21 ପଇସାରେ ରାଜ୍ୟ ବିକ୍ରି କରୁଛି । କିନ୍ତୁ ଅନ୍ୟ ରାଜ୍ୟରୁ 3 ଟଙ୍କା 81 ପଇସାରେ କିଣୁଛନ୍ତି । ଏହି ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ବିଦ୍ୟୁତ ନୀତି ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି ଏବଂ ରାଜ୍ୟ ସରକାରଠୁ ଉତ୍ତର ମାଗିଛି ବିଜେପି ।
କ୍ଷୁଦ୍ର ଓ ଅତିକ୍ଷୁଦ୍ର ଶିଳ୍ପ ପ୍ରଭାବିତ ହୋଇଛି । ଅଘୋଷିତ ବିଦ୍ୟୁତ କାଟ୍, ଅନଲାଇନରେ ପଠପଢ଼ା ପ୍ରଭାବିତ ହୋଇଛି । ଚାଷୀଙ୍କୁ ରାଜ୍ୟ ସରକାର ପ୍ରତାରଣା ଦେଉଛନ୍ତି । ଏହାସହ ବିଦ୍ୟୁତ ଦରକୁ ନେଇ ଆଜି 92 ଲକ୍ଷ ବିଦ୍ୟୁତ ଉପଭୋକ୍ତା କଷ୍ଟରେ ଥିବା କହିଛି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଓ ସାଧାରଣ ସଂପାଦକ ଗୋଲକ ମହାପାତ୍ର ।