ପଦ୍ମପୁର ସୀମାବର୍ତ୍ତୀ ଅଞ୍ଚଳରେ ପାଟଣାଗଡ଼ ବିଧାୟକ ସରୋଜ ମେହେର, ନୂଆପଡ଼ା ବିଧାୟକ ତଥା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ଭଟଲି ବିଧାୟକ ସୁଶାନ୍ତ ସିଂ, ଏବଂ ଝାରସୁଗୁଡାର ବିଧାୟକ ତଥା ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ତାଙ୍କର ଗୁଣ୍ଡା ମାନଙ୍କୁ ଆଣି ସମ୍ବେଦନଶୀଳ ବୁଥ୍ ଗୁଡିକରେ ମୁତୟନ କରି ଲୋକଙ୍କୁ ଡରେଇବା, ଧମକେଇବା କାମରେ ଲଗାଇଛନ୍ତି । ସେହି ବୁଥ ଗୁଡ଼ିକରେ ରିଗିଂ ହେବାର ସନ୍ଦେହ ରହିଛି । ତେଣୁ ସମ୍ବେଦନଶୀଳ ବୁଥ୍ ଗୁଡ଼ିକରେ ପାରା ମିଲିଟାରୀ ଫୋର୍ସ ମୁତୟନ କରାଯାଉ ବୋଲି ସିଇଓଙ୍କ ନିକଟରେ ଦାବି କରିଛି ବିଜେପି ।
ପାଇକମାଳ ବ୍ଲକରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ନିର୍ବାଚନ ଘୋଷଣା ହେବାର 5 ଦିନ ପୂର୍ବରୁ ପାଇକମାଳ ଥାନା ଆଇଆଇସିଙ୍କୁ ବଦଳି କରି ଝାରସୁଗୁଡାରୁ ଜଣେ ଆଇଆଇସିଙ୍କୁ ନିଯୁକ୍ତ କରିଛନ୍ତି । ପାଇକମାଳରେ ମନ୍ତ୍ରୀ ନବ ଦାସଙ୍କ କଥାରେ ହିଁ ପୋଲିସ କେସ ଦାୟର କରୁଛି । ବିଜେପି କର୍ମୀଙ୍କ ନାଁରେ ଫ୍ଲସ୍ କେସ ହେଉଛି । ବିଜେପି କର୍ମୀ ମାନଙ୍କୁ ଧମକ ଦେଉଛି ପୋଲିସ । କେନ୍ଦୁ ପତ୍ର ତୋଳାଳି ଏବଂ ସିଜନାଲ ଷ୍ଟାଫଙ୍କୁ ଅପବ୍ୟବହାର କରାଯାଉଛି ।