ଶୁକ୍ରବାର ସଂଧ୍ୟାରେ ଦିଲ୍ଲୀପଙ୍କୁ ବିଜେଡି ବିଧାୟକ ପ୍ରଦୀପ ଦିଶାରୀ ଏବଂ ତାଙ୍କ ସହଯୋଗୀମାନେ ବନ୍ଧୁକ ଦେଖାଇ ଅପହରଣ କରିନେଇଥିବା ଅଭିଯୋଗ ହୋଇଥିଲା । ଅନ୍ୟପଟେ ଏହି ଘଟଣାକୁ ନେଇ ବିଜେପି ବିଧାୟକ ପ୍ରାର୍ଥୀ ପ୍ରଦୀପ ପୁରୋହିତ ବରଗଡ ଏସପିଙ୍କୁ ଭେଟି ନିଜର ଉଦବେଗ ପ୍ରକାଶ କରିଛନ୍ତି ।
ଶାସକ ଦଳର ଅପହରଣକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ସହ ବିଜେପିର କର୍ମୀ ଏବଂ ନେତାମାନଙ୍କୁ ସୁରକ୍ଷା ଯୋଗାଇଦେବାକୁ ସେ ଦାବି କରିଛନ୍ତି । ଯଦି ପୋଲିସ ନିରପେକ୍ଷ ନହୋଇ ଶାସକ ଦଳର ହାତବାରିସୀ ସାଜି କାମ କରେ ତେବେ ଏନେଇ ସେ ନିର୍ବାଚନ କମିଶନଙ୍କୁ ଭେଟିବେ ବୋଲି ଚେତାବନୀ ଦେଇଛନ୍ତି ।