“ଚାଷୀର ବଳ, ବିଜୁ ଜନତା ଦଳ” ର ଆହ୍ୱାନ ଦେଉଥିବା ମୁଖ୍ୟମନ୍ତ୍ରୀ ଚାଷୀକୁଳ ପାଇଁ ବାସ୍ତବରେ କାଳ ସାଜିଛନ୍ତି । ଯାହାକି ସଦ୍ୟ ପ୍ରକାଶିତ ସିଏଜି ରିପୋର୍ଟରେ ଶାସକ ବିଜେଡିର ଅସଲ ମୁଖା ଖୋଲି ଦେଇଛି ବୋଲି ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟକ ତଥା କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ପ୍ରଦୀପ ପୁରୋହିତ କହିଛନ୍ତି ।
ଜଳସେଚନ ବ୍ୟବସ୍ଥାରେ ଓଡିଶା ସରକାର ସଂପୂର୍ଣ୍ଣ ବିଳ । କେନ୍ଦ୍ର ସରକାର ଚାଷୀଙ୍କ ପାଇଁ ଓଡିଶା ରାଜ୍ୟକୁ ଜଳ ସେଚନ ପ୍ରକଳ୍ପ ବାବଦରେ ୮୪୩କୋଟି ଟଙ୍କା ଦେଇଥିଲେ । କିନ୍ତୁ ଅପାରଗ ଶାସକ ବିଜେଡି ଚାଷୀକୁଳର ସ୍ୱାର୍ଥ ପାଇଁ ଏହି ଟଙ୍କାକୁ ବିନିଯୋଗ କରିବାରେ ବିଳ ହେବା କାରଣରୁ ଶେଷରେ ଫେରିଗଲା ବୋଲି ସଦ୍ୟ ପ୍ରକାଶିତ ସିଏଜି ରିପୋର୍ଟରୁ ସ୍ପଷ୍ଟ ହୋଇଛି ।
ରାଜ୍ୟ ସରକାରଙ୍କ ଅପରାଗତା ଓ ନିଷ୍କ୍ରିୟତା ଲାଗି ଜଳସେଚନ ପ୍ରକଳ୍ପ ଗୁଡିକ ସଂପୂର୍ଣ୍ଣ ହୋଇପାରିଲା ନାହିଁ । ଅଯଥା ବିଳମ୍ବ କାରଣରୁ ପ୍ରକଳ୍ପଗୁଡିକର ମୂଲ୍ୟ ବହୁ ଗୁଣା ବୃଦ୍ଧି ପାଇସାରିଛି । ଏହାଦ୍ୱାରା ରାଜକୋଷ ଉପରେ ମଧ୍ୟ ଆର୍ଥିକ ବୋଝ ବଢ଼ୁଛି । ଓଡ଼ିଶାରେ ଚାଷୀର ବାର୍ଷିକ ଅଭିବୃଦ୍ଧି ଘଟୁନାହିଁ । ଅନ୍ୟ ପଟେ ଓଡି଼ଶାରେ ଶିଳ୍ପାନୁଷ୍ଠାନ ଗୁଡିକ ବ୍ୟାପକ ମାତ୍ରାରେ ବିଭିନ୍ନ ଜଳାଶୟରୁ ପାଣି ବ୍ୟବହାର କରୁଥିବା ସତ୍ୱେ ଏହା ବାବଦ ଅର୍ଥ ସରକାରଙ୍କୁ ପୈଠ କରୁନାହାଁନ୍ତି ।
କୌଣସି ପଦକ୍ଷେପ ନେବା ପରିବର୍ତେ ଶାସକ ବିଜେଡି ଚଂଚକତା ଏବଂ ଅହେତୁକ ଅନୁକଂପା ପ୍ରଦର୍ଶନ କରି ଶିଳ୍ପମାଲିକଙ୍କ ପାଖରୁ ଟଙ୍କା ଲୁଟ୍ କରି ରାଜ୍ୟ ରାଜସ୍ୱ ବୃଦ୍ଧିରେ ବାଧା ସୃଷ୍ଟି କରୁଛନ୍ତି । ଏହା ସଂପୂର୍ଣ୍ଣ ଭାବେ ଜନବିରୋଧୀ କାର୍ଯ୍ୟ ବୋଲି ଶ୍ରୀ ପୁରୋହିତ ଅଭିଯୋଗ କରିଛନ୍ତି । ଦେଶବ୍ୟାପୀ ଚାଷୀଙ୍କ ଆୟ ବୃଦ୍ଧି ପାଇଥିବାବେଳେ ଓଡିଶା ଚାଷୀଙ୍କ ଆୟ କମିଛି । ବିଭ୍ରାନ୍ତ କରିବାକୁ ଯାଇ ରାଜ୍ୟ ସରକାର ବଜେଟ୍ ଅଧିବେଶନ ସମୟରେ ରାଜ୍ୟର ଚାଷି ଆଗରେ ଅଛନ୍ତି ବୋଲି କହି ବଡ଼ ବଡ଼ ବାହାସ୍ପଟ ମାରିଛନ୍ତି ।
୨୦୧୨-୧୩ ମସିହାରେ ସାରା ଦେଶରେ ଚାଷୀଙ୍କ ଆୟ ୬୪୨୬ ଟଙ୍କା ଥିଲା, ଯାହାକି ୨୦୧୮-୧୯ ମସିହା ବେଳକୁ ୧୦୨୧୮ ଟଙ୍କାରେ ପହଂଚିଛି । ସେହିପରି ୨୦୧୨-୧୩ ମସିହାରେ ଓଡ଼ିଶା ଚାଷୀମାନଙ୍କ ଆୟ ୪୯୭୬ ଟଙ୍କା ଥିବାବେଳେ ୨୦୧୮-୧୯ ମସିହାରେ ମାତ୍ର ୫୧୧୨ଟଙ୍କାକୁ ପହଂଚିଛି । ପଡୋଶୀ ଆନ୍ଧ୍ରରେ ଏହି ପରିମାଣ ୫୯୮୯ ଟଙ୍କାରୁ ୧୦୪୮୦ଟଙ୍କା, ବିହାରରେ ୩୫୯୮ ଟଙ୍କାରୁ ୭୫୪୨ ଟଙ୍କା, ପଶ୍ଚିମବଙ୍ଗରେ ୩୯୮୦ ଟଙ୍କାରୁ ୬୭୪୨ ଟଙ୍କା, ଛତିଶଗଡ଼ରେ ୫୧୭୭ଟଙ୍କାରୁ ୯୬୭୭ ଟଙ୍କାକୁ ବୃଦ୍ଧି ପାଇଛି ।
ସାରା ଦେଶରେ କୃଷିର ଉନ୍ନତି ଘଟିଥିବାବେଳେ ଓଡ଼ିଶାରେ ଏହାର ବ୍ୟତିକ୍ରମ ଘଟିବା ରାଜ୍ୟ ସରକାରଙ୍କ ଚାଷୀବିରୋଧୀ ନୀତିକୁ ସ୍ପଷ୍ଟ କରିଛି ବୋଲି ଶ୍ରୀ ପୁରୋହିତ କହିଛନ୍ତି । ରାଜ୍ୟ ସରକାରଙ୍କ ଅବ୍ୟବସ୍ଥିତ ଚାଷୀନୀତି କାରଣରୁ ୨ଲକ୍ଷ ଚାଷୀ ମଣ୍ଡିରେ ଧାନ ବିକ୍ରି କରିପାରିଲେ ନାହିଁ । ଟୋକନ ବ୍ୟବସ୍ଥା ସଂପୂର୍ଣ୍ଣ ଫେଲେ ମାରିଛି । ରାଜ୍ୟ ସରକାର-ମିଲରଙ୍କ ମଧୁଚନ୍ଦ୍ରିକା କାରଣରୁ ଚାଷୀମାନେ ଧାର୍ଯ୍ୟ ସର୍ବନିମ୍ନ ସହାୟକ ମୂଲ୍ୟ ପାଇବାରୁ ବଂଚିତ ହେଲେ । ଚାଷୀଙ୍କଠାରୁ ସିଧାସଳଖ ଧାନ କିଣୁଥିବା ଏବଂ କମ୍ ଦରରେ କିଣୁଥିବା ମିଲରଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତୁରନ୍ତ ଗିର କରିବାକୁ ଶ୍ରୀ ପୁରୋହିତ ଦାବି କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ କୃଷକ ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଦିଲୀପ ସ୍ୱାଇଁ ଏବଂ ମୋର୍ଚ୍ଚାର ରାଜ୍ୟ ମିଡିଆ ସଂଯୋଜକ ହିତେଶ ମହାପାତ୍ର ଉପସ୍ଥିତ ଥିଲେ।