ବିକ୍ଷୋଭ ସମାବେଶ କରି ନବୀନ ନିବାସ ଯାଉଥିବା ବେଳେ ଅମାନବୀୟ ଭାବରେ ମହିଳାଙ୍କୁ ଟାଣିନେଲା ପୋଲିସ। ଖୋଦ୍ ବିଜେପିର ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ବି ବାଦ୍ ପଡିଲେନି।
ତାଙ୍କୁ ଦୁଃବ୍ୟବହାର ପ୍ରଦର୍ଶନ କରି ଟାଣିନେଲା ପୁଲିସ୍ । ଭିଡାଭିଡି ବେଳେ ହାତ ମଧ୍ୟ ଖଣ୍ଡିଆ ଖାବର ହୋଇଛି ।
ଏ ନେଇ ଲେଖାଶ୍ରୀ ସାମନ୍ତ ସିଂହାର କହିଛନ୍ତି
ପୋଲିସ ମୋତେ ରକ୍ତାତ କରି ଦେଇଛନ୍ତି। ମୋ ଶାଢୀ ଚିରି ଦେଇଛନ୍ତି। ମୋ ହାତ ରାଞ୍ଚୁଡି ହୋଇ ଯାଇଛି। ପୋଲିସ ଗୋବିନ୍ଦ ସାହୁକୁ ଖସାଇ ଦେଇଛି । ମାତ୍ର ଆମେ ନ୍ୟାୟ ପାଇଁ ଯାଉଥିବା ବେଳେ ଆମକୁ ଦୁଃବ୍ୟବହାର କରାଯାଉଛି।
ନବୀନ ପଟ୍ଟନାୟକ ଓ ଦିବ୍ୟଶଙ୍କରକୁ ଖୁସି କରିବା ପାଇଁ ପୋଲିସ ଏହା କହିଛି ବୋଲି ଲେଖାଶ୍ରୀ ଖୋଲାଖୋଲି କହିଛନ୍ତି। ବିଜେପି ପକ୍ଷରୁ ସାରା ରାଜ୍ୟରେ ପିଡୀତାଙ୍କୁ ନ୍ୟାୟ ଦେବା ପାଇଁ ବିରୋଧ ପ୍ରଦର୍ଶନ ହୋଇଛି।
ମମିତାଙ୍କୁ ନ୍ୟାୟ ଦେବା ପାଇଁ ରାଜଧାନୀରେ ଦେଖିବାକୁ ମିଳିଛି ବିଜେପି ମହିଳା ମୋର୍ଚ୍ଚାର ହଲ୍ଲାବୋଲ୍ଲ। ନାରୀ ସୁରକ୍ଷା ପାଇଁ କମ୍ପିଛି ରାଜଧାନୀ। ମମିତା ମେହେରଙ୍କ ଲାଗି ଏକାଠି ହୋଇଛନ୍ତି ବିଜେପିର ଶହ ଶହ ମହିଳା କର୍ମୀ। ନବୀନ ନିବାସକୁ ଯାଉଥିବା ବେଳେ ପୋଲିସ ସହ ମୁହାଁମୁହିଁ ହୋଇଛନ୍ତି ମହିଳା ମୋର୍ଚ୍ଚାର କର୍ମୀ।