ପ୍ରବାସୀ ଓଡ଼ିଆଙ୍କ ସହ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ
ଭୁବନେଶ୍ବର: ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲେ ବିଜେପି ପ୍ରତିନିଧି ଦଳ । ପିପିଲିରେ ପ୍ରଚାର ସମୟରେ ବିଜେପି କର୍ମୀଙ୍କୁ ଆକ୍ରମଣ ପ୍ରସଙ୍ଗ । ବିଜେଡ଼ି ଆକ୍ରମଣ କରିଥିବା ନେଇ ଅଭିଯୋଗ ଆଣିଲା ବିଜେପି । ପିପିଲି ନିର୍ବାଚନ ମଣ୍ଡଳୀରେ 113ଟି ଅତି ସମ୍ବେଦନଶୀଳ ଓ 126 ଟି ସମ୍ବେଦନଶୀଳ ବୁଥ ରହିଛି । ତେଣୁ ଏଥିପ୍ରତି ଦୃଷ୍ଟି ଦେବାକୁ ସିଇଓଙ୍କ ନିକଟରେ ଫେରାଦ ହୋଇଛି ବିଜେପି ।
ସୂଚନାଯୋଗ୍ୟ, ଶୁକ୍ରବାର ପିପିଲିରେ ନିର୍ବାଚନ ପ୍ରଚାର ବେଳେ ହିଂସାକାଣ୍ଡ ଘଟିଥିବା ଦେଖିବାକୁ ମିଳିଥିଲା । ରାଲିରେ ଯିବାବେଳେ ବିଜେପି କର୍ମୀଙ୍କୁ ବିଜେଡି କର୍ମୀ ଆକ୍ରମଣ କରିବା ସହ ଗାଡ଼ି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଥିଲା । ରାଲିରେ ବିଜେପି ବିଧାୟକ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଉପସ୍ଥିତ ଥିଲେ। ବିଜେପି କର୍ମୀଙ୍କୁ ମାଡ଼ ମରାଯାଇଥିବା ପ୍ରତିବାଦରେ ଗାଁ ଦାଣ୍ଡରେ ଆଶ୍ରିତ ପଟ୍ଟନାୟକଙ୍କ ସମେତ ରାଲିରେ ଥିବା ସମସ୍ତ ଦଳୀୟ କର୍ମୀ ଧାରଣାରେ ବସିଥିଲେ ।