ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ରାଜ୍ୟ ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ଵରୀ ଏବଂ ସହ ପ୍ରଭାରୀ ବିଜୟପାଲ ସିଂ ତୋମାର ଉପସ୍ଥିତ ରହି ୭ ମୋର୍ଚ୍ଚା ସହ ବିସ୍ତୁତ ଆଲୋଚନା କରିଛନ୍ତି । ବୈଠକରେ ମହିଳା ମୋର୍ଚ୍ଚା, ଯୁବମୋର୍ଚ୍ଚା, OBC ଓ କୃଷକ ମୋର୍ଚ୍ଚା, ସଂଖ୍ୟାଲଘୁ, ଅନୁସୂଚିତ ଜାତି ଓ ଜନଜାତି ମୋର୍ଚ୍ଚା ଉପସ୍ଥିତ ରହିଥିଲେ ।
ଭୁବନେଶ୍ଵର ସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ହୋଇଛି ବୈଠକ

ଅର୍ଗସ ବ୍ୟୁରୋ : ବିଜେପିର ସମସ୍ତ ମୋର୍ଚ୍ଚାର ଗୁରୁତ୍ଵପୂର୍ଣ୍ଣ ବୈଠକ ହୋଇଛି । ଭୁବନେଶ୍ଵର ସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ହୋଇଛି ବୈଠକ । ବିଜେପିର କୋର୍ କମିଟି ବୈଠକ ପରେ ସମସ୍ତ ମୋର୍ଚ୍ଚାର ବୈଠକ । ଏଥିରେ ରାଜ୍ୟ ବିଜେପିର ୭ ମୋର୍ଚ୍ଚାର ବହୁ ପଦାଧିକାରୀ ଏକାଠି ହୋଇଥିଲେ ।
Download Argus News App
