ପୁଣି ତେଜିଲା ଚିଟ୍ ଫଣ୍ଡ ତାତି
ପୁରୀ ଗୋପରେ ବିଜେପିର ମିଶ୍ରଣ ପର୍ବ

ପୁରୀ: ପୁରୀ ଗୋପରେ ବିଜେପିର ମିଶ୍ରଣ ପର୍ବ । ଭାଜପା କୋଣାର୍କ ନଗର ମଣ୍ଡଳ ପକ୍ଷରୁ କୋଣାର୍କ ବସଷ୍ଟାଣ୍ଡ ନିକଟରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ମିଶ୍ରଣ ପର୍ବରେ କଂଗ୍ରେସ ଓ ବିଜେଡିର ତିନି ଶହରୁ ଉର୍ଦ୍ଧ୍ୱ ସର୍ମଥକ ତଥା କର୍ମୀ ଭାଜପାରେ ଯୋଗ ଦେଇଛନ୍ତି । ଏନେଇ ସୂଚନା ଦେଇଛନ୍ତି କାକଟପୁର ଭାଜପା ନେତା ତଥା ପୂର୍ବତନ ବିଧାୟକ ରବି ମଲ୍ଲିକ ।
ଭାଜପାର କୋଣାର୍କ ନଗର ସଭାପତି ସୁରେନ ପାଲଙ୍କ ନେତୃତ୍ୱରେ ପୂର୍ବତନ କାଉନ୍ସିଲର ରଣଜିତ ରାଉତରାୟ ତାଙ୍କର ଶତାଧିକ କର୍ମୀଙ୍କ ସହିତ ଭାଜପାରେ ଯୋଗ ଦେଇଛନ୍ତି । ଏହି ମିଶ୍ରଣ ପର୍ବରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ଜିଲ୍ଲା ସଭାପତି ପ୍ରଭଜଂନ ମହାପାତ୍ର, ପିପିଲି ଭାଜପା ନେତା ଆଶ୍ରିତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ନବାଗତଙ୍କୁ ସ୍ୱାଗତ କରିଥିଲେ ।
Download Argus News App
