ଅଧକ ପଢନ୍ତୁ ଓଡ଼ିଶା ଖବର
ନବୀନ ସରକାରରେ ଆଜି ସମାଜର ପ୍ରତ୍ୟେକ ଶ୍ରେଣୀ ଓ ବର୍ଗ ନ୍ୟାର୍ଯ୍ୟ ଅଧିକାର ପାଇଁ ରାଜରାସ୍ତାରେ ଆନ୍ଦୋଳନରତ । ହେଲିକପ୍ଟରରେ ରାଜ୍ୟ ସାରା ବୁଲି ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରି ଅଭିଯୋଗ ଶୁଣାଣୀ କରିଥିବା ରାଜ୍ୟ ସରକାରଙ୍କୁ ବିଧାନସଭା ସମ୍ମୁଖରେ ଧାରଣାରତ ହଜାର ହଜାର ସଂଖ୍ୟାର ଶିକ୍ଷକ ତଥା ଭିନ୍ନ ଭିନ୍ନ ଦାବି ନେଇ ଆନ୍ଦୋଳନକାରୀଙ୍କ ଅଭିଯୋଗ ଶୁଣିବାକୁ ସମୟ ନହେବା ଅତ୍ୟନ୍ତ ଲଜ୍ଜାଜନକ । ଶିକ୍ଷକଙ୍କ ଦାବିକୁ ବିଧାନସଭାରେ ଆଗତ କରିଥିଲୁ କିନ୍ତୁ ସରକାର କର୍ଣ୍ଣପାତ କଲେ ନାହିଁ । ରାଜ୍ୟ ସରକାର ପଳାୟନପନ୍ଥୀ ବୋଲି ବିଧାୟକ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି ।
ଆଜି ଲୋଏର ପିଏମ୍ଜିଠାରେ ଧାରଣା ସ୍ଥଳରେ ଧାରଣା ଦେଇଥିବା ଶିକ୍ଷକମାନଙ୍କ ବିଜେପିର ବିଧାୟକମାନେ ଆଲୋଚନା କରି ସେମାନଙ୍କ ସମସ୍ତ ଦାବିକୁ ଶୁଣିଥିଲେ ଓ ତାହା ସମ୍ପୂର୍ଣ୍ଣ ଯଥାର୍ଥ ବୋଲି କହିବା ସହିତ ଏହାକୁ ପୂର୍ଣ୍ଣସମର୍ଥନ କରିଥିଲେ । ଏହି ପ୍ରତିନିଧି ମଣ୍ଡଳୀରେ ବିଧାୟକ ଶ୍ରୀ ଓରାମ ଏବଂ ଶ୍ରୀ ସୂର୍ଯ୍ୟବଂଶୀଙ୍କ ସମେତ ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ଗଣମାଧ୍ୟମ ସହ ସଂଯୋଜକ ସୁଜିତ୍ କୁମାର ଦାସ୍, ସାମାଜିକ ସଂଗଠନ ରାଜ୍ୟ ସଂଯୋଜକ ରଶ୍ମିରଞ୍ଜନ କାନୁନଗୋ, ଶ୍ରୀରଞ୍ଜନ ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ ।