ଶାହାଙ୍କ ଓଡ଼ିଶା ଗସ୍ତ ବାତିଲ୍ ହୋଇଯାଇଛି । ଆଜି ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହା ସମ୍ବଳପୁରରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଥାନ୍ତେ । ଜମ୍ମୁ କାଶ୍ମୀରର ପୁଲ୍ଓ୍ୱାମାରେ ସିଆର୍ପିଏଫ୍ ଯବାନଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଶାହଙ୍କ ଓଡ଼ିଶା ଗସ୍ତ ବାତିଲ ହୋଇଛି । ଶାହାଙ୍କ ଆଜିର ସମସ୍ତ ରାଜନୈତିକ କାର୍ଯ୍ୟକ୍ରମକୁ ମଧ୍ୟ ବାତିଲ କରାଯାଇଛି ।
ସୂଚନାଯୋଗ୍ୟ, ଜାମ୍ମ ୁ-କାଶ୍ମୀରର ପୁଲଓ୍ୱାମାରେ ହୋଇଥିବା ବିସ୍ଫୋରଣରେ 40 ଜଣ ସିଆର୍ପିଏଫ୍ ଯବାନ ସହିଦ ହୋଇଛନ୍ତି । ଆତଙ୍କବାଦୀ ସଂଗଠନ ‘ଜୈଶ ଏ ମହମ୍ମଦ’ ଏହି ଆକ୍ରମଣ କରିଛି । ଏକ ବିସ୍ଫୋରକ ବୋଝେଇ ଭ୍ୟାନ୍, ସିଆର୍ପିଏସଫ ଯବାନ ବସିଥିବା ବସ୍ରେ ଆଜି ଧକ୍କା ଦେଇଥିଲା । ବିସ୍ଫୋରଣର ମାତ୍ରା ଏତେ ଭୟଙ୍କର ଥିଲା ଯେ, ପାଖାପଖି 10 କିଲୋମିଟର ପର୍ଯ୍ୟନ୍ତ ଶବ୍ଦ ଶୁଣାଯାଇଥିଲା । ଉରି ପରେ ସବୁଠୁ ବଡ଼ ଆତଙ୍କବାଦୀ ଆକ୍ରମଣ ହେଉଛି ପୁଲଓ୍ୱାମା ଆକ୍ରମଣ ।
