ରତ୍ନଭଣ୍ଡାରର ନକଲି ଚାବି ଉପାଖ୍ୟାନକୁ ନେଇ ରାଜ୍ୟରେ ଡୁପ୍ଲିକେଟ୍ ସରକାର ଚାଲିଥିବା କହିଛନ୍ତି ନଡ୍ଡା । ସେହିପରି କେନ୍ଦ୍ରୀୟ ଯୋଜନାକୁ ହାଇଜ୍ୟାକ୍ କରି ନିଜ ଷ୍ଟାମ୍ପ ମାରି ଓଡ଼ିଶା ବାସୀଙ୍କ ଆଗରେ ଲଗାତାର ଥୋଉଛନ୍ତି ରାଜ୍ୟ ସରକାର । ରକ୍ଷକ ଭକ୍ଷକ ସାଜି ଦୁର୍ନୀତିରେ ଉବୁଟୁବୁ ହୋଇ କୁଶାସନର କଳାକାହାଣୀ ଲେଖୁଥିବା ରାଜ୍ୟ ସରକାରଙ୍କ ପାରିବାପଣିଆ ନଗ୍ନ ଦସ୍ତାବିଜ ପେଶ କରି ୨୦୨୪ରେ ବିଜେପିକୁ ସରକାରକୁ ଆଣିବାର ଆହ୍ବାନ ଜଣାଇଛନ୍ତି ବିଜେପି କପ୍ତାନ ।
ସେପଟେ ନଡ୍ଡାଙ୍କ ପୂର୍ବରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ରାଜ୍ୟ ବିଜେପିର ବଡ଼ ଚେହେରା ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଫୁଲ୍ ଫର୍ମରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ପ୍ରଧାନମନ୍ତ୍ରୀ ଆୱାସ ଯୋଜନାରେ ରାଜ୍ୟ ସରକାରଙ୍କ ଦଳୀୟ ପ୍ରେମ ପାଇଁ ବିଜେପି କାର୍ଯ୍ୟକର୍ତ୍ତା କୁଳମଣି ବରାଳଙ୍କ ଜୀବନ ଯାଇଥିବା କହିଛନ୍ତି ଧର୍ମେନ୍ଦ୍ର । ସେହିପରି ରାଜ୍ୟରେ ଓଡ଼ିଆଙ୍କ ସରକାର ନୁହେଁ ବରଂ ଧ୍ରୁତରାଷ୍ଟ୍ର ମାନସିକତାରେ ଗ୍ରସିତ ସରକାର ଚାଲିଥିବା କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
2014 ତୁଳନାରେ 2019ରେ ବିଜେପି ରାଜ୍ୟରେ ଦୁଇଗୁଣା ଶକ୍ତିଶାଳୀ ପ୍ରଦର୍ଶନ କରିଥିଲା । ଏବେ 2024 ପାଇଁ ମିଶନ ମୋଡରେ କାମ ଆରମ୍ଭ ହୋଇଥିବା ବେଳେ ମୋଦିଙ୍କ ଲୋକ କଲ୍ୟାଣକାରୀ ଯୋଜନା ସହ ରାଜ୍ୟ ସରକାରଙ୍କ ଦୁର୍ନୀତିର ଦାଗକୁ ଆୟୁଧ କରିଛି ବିଜେପି ।
ରାଜନୀତି ଖବର ଆହୁରି ପଢନ୍ତୁ ।