କଣ୍ଟାବଣ ବଜାରରେ ଏକ ବିଶାଳ ଜନ ସଭାରେ ବିଜେପି ନେତା ଅଲେଖ ଜେନା ବହୁ ଦିନରୁ ହୋଇ ଆସିଥିବା ବୋଈତାଳିପାଟରୁ ଜଳ ନିଷ୍କାସନ, ଲୁଣା ନଦୀରୁ ପଙ୍କ ଉଦ୍ଧାର ଓ ମାଳିବସା - ବେଣାକନ୍ଦାରେ କ୍ରିକ ନିର୍ମାଣ ଆନ୍ଦୋଳନ ପରେ ବି ବିଜେଡିର ସ୍ଥାନୀୟ ନେତାଙ୍କ ଅପାରଗତା ପାଇଁ ଏହି କାର୍ଯ୍ୟ ଆଜି ଯାଏ ସଂପୂର୍ଣ୍ଣ ହୋଇପାରୁନି ବୋଲି ଅଭିଯୋଗ କରିଥିଲେ । ଏହି ପଦଯାତ୍ରାରେ ବିଜେପିର ବହୁ ତୁଙ୍ଗ ନେତା ମାନେ ଯୋଗ ଦେଇଥିଲେ । ଆଗାମି ଦିନରେ ଏହି ଗ୍ରାମ ସଂପର୍କ ଯାତ୍ରା ସମଗ୍ର ନିର୍ବାଚନ ମଣ୍ଡଳୀରେ ହେବ ବୋଲି ନେତା ମାନେ ଅଭିଭାଷଣ ରଖିଥିଲେ ।
ବିଜେପି ପକ୍ଷରୁ ଗ୍ରାମ ସଂପର୍କ ପଦଯାତ୍ରା

ଅର୍ଗସ ବ୍ୟୁରୋ : ରାଜନଗର ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟି ପକ୍ଷରୁ ଗ୍ରାମ ସଂପର୍କ ପଦଯାତ୍ରା ବଡପଡାରେ ଅନୁଷ୍ଠିତ ହୋଇଯାଇଛି । ଏହି ପଦଯାତ୍ରାରେ ବିଜେପିର ରାଜନଗର ନିର୍ବାଚନ ମଣ୍ଡଳୀ ନେତା ତଥା ପୂର୍ବତନ ବିଧାୟକ ଅଲେଖ ଜେନା ସାମିଲ ହୋଇଥିଲେ । ବଡପଡା ଗ୍ରାମ ଛକରୁ ଆରମ୍ଭ ହୋଇ ଏହି ପଦଯାତ୍ରା କଣ୍ଟାବଣ ବଜାରରେ ସମାପ୍ତ ହୋଇଥିଲା ।
Download Argus News App
