ରାଜ୍ୟ କାର୍ଯ୍ୟାଳୟରେ ପହଁଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କ 72 ବର୍ଷର ଜୀବନ ଯାତ୍ରାର ସେବା, ସଂଘର୍ଷ ଓ ସମର୍ପଣକୁ ନେଇ ଆୟୋଜିତ ଫଟୋ ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ ନଡ୍ଡା.. ସାଙ୍ଗରେ ଥିଲେ କେନ୍ଦ୍ର ମନ୍ତ୍ରୀଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବିଜେପି ରାଜ୍ୟ ସଭାପତି ।
ପରେ ଜନତା ମୈଦାନରେ ଆୟୋଜିତ ଶକ୍ତି କେନ୍ଦ୍ର କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ପହଞ୍ଚିଥିଲେ ନଡ୍ଡା । ତୃଣମୁଳସ୍ତରରେ ଶକ୍ତି କେନ୍ଦ୍ରର କାର୍ଯ୍ୟକର୍ତ୍ତାକୁ 24 ଲଢେଇ ପାଇଁ ବଳ ଦେଇଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ..ଜନତା ମଇଦାନରୁ ବାହାରି ପୁଣି ରାଜ୍ୟ କାର୍ଯ୍ୟାଳୟରେ ବିଧାୟକ, ସାଂସଦ, ରାଜ୍ୟ ପଦାଧିକାରୀ, ଜିଲ୍ଲା ସଭାପତି ଓ ପ୍ରଭାରୀଙ୍କ ସହ ପୃଥକ ପୃଥକ ଆଲୋଚନା କରିଥିଲେ ନଡ୍ଡା ।
ରାଜ୍ୟ କାର୍ଯ୍ୟାଳୟର ବୈଠକ ପରେ ରାତିରେ ପୁରୀ ଗସ୍ତ କରି ଜିଲ୍ଲା ବିଜେପି ନେତାଙ୍କ ସହ ଆଲୋଚନା କରିବେ ନଡ୍ଡା .. 30 ତାରିଖ ସକାଳୁ ମହାପ୍ରଭୁଙ୍କ ଦର୍ଶନ ସାରି ଧାମନଗର ଯାଇ ଦିବଙ୍ଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପରିବାରକୁ ଭେଟିବେ । ସେଠାରୁ ଫେରିବା ପରେ ଓଲଟପୁରଠାରେ ଏକ ସରକାରୀ କାର୍ଯ୍ୟକ୍ରମ ଯୋଗ ଦେବେ । ପରେ ଜନତା ମୈଦାନରେ ସଂଯୁକ୍ତ ମୋର୍ଚ୍ଚା ବୈଠକରେ 7 ମୋର୍ଚ୍ଚାର ପଦାଧିକାରୀଙ୍କୁ ଉଦବୋଧନ ଦେବେ ବିଜେପି କ୍ୟାପଟେନ । ଶେଷରେ ରାଜ୍ୟକାର୍ଯ୍ୟାଳୟରେ କୋର କମିଟି ସଦସ୍ୟଙ୍କୁ ଭେଟିବା ପରେ ଦିଲ୍ଲୀ ଫେରିବେ ଜେପି ନଡ୍ଡା ।
ରାଜନୀତି ଖବର ଆହୁରି ପଢନ୍ତୁ ।