ଅଧିକ ପଢନ୍ତୁ ଓଡ଼ିଶା ଖବର
ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀ ଏକ ସ୍ୱତନ୍ତ୍ର ସଂସଦ ଅଧିବେସନ ଡାକି ନୂତନ ସଂସଦ ଭବନରେ ପ୍ରଥମ ବିଲ୍ ରୂପେ ମହିଳା ସଂରକ୍ଷଣ ବିଲ୍ (ନାରୀ ଶକ୍ତି ବନ୍ଦନ ଅଧିନିୟମ)କୁ ଉପସ୍ଥାପନା କରି କୋଟି କୋଟି ମାଁ ଓ ଭଉଣୀଙ୍କୁ ଯଥାର୍ଥ ସମ୍ମାନ ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ମହିଳା ସଶକ୍ତୀକରଣ ଦିଗରେ ଏହା ଆଉ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡା.ଐଶ୍ୱର୍ଯ୍ୟା ବିଶ୍ୱାଳ କହିଛନ୍ତି ।
ଏହି ଅବସରରେ ଆଜି ରାଜ୍ୟ କାର୍ଯ୍ୟାଳୟରେ ମହିଳା ମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ଏକାଠି ହୋଇ ମହିଳା ସଂରକ୍ଷଣ ବିଲ୍ ଆଗତ ହେବା ଏବଂ ଏଥି ସକାଶେ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ନିଷ୍ଠା ଓ ଆନ୍ତରିକତା ପାଇଁ ହୋମ ଓ ପୂଜାର୍ଚ୍ଚନା କରିଥିଲେ । ଏହି ଅବସରରେ ରାଜ୍ୟ ସଭାନେତ୍ରୀ ଡା.ଐଶ୍ୱର୍ଯ୍ୟା ବିଶ୍ୱାଳଙ୍କ ସମେତ ଉପସଭାନେତ୍ରୀ ଡ.ରଞ୍ଜିତା ସେଠୀ, ଡ.ପ୍ରିତୀ ପ୍ରତିଭା ଭୋଳ, ମନିଷା ବେହେରା, ସାଧାରଣ ସଂପାଦିକା ରଶ୍ମୀରେଖା ଦାଶ, ସଂପାଦିକା ନନ୍ଦିନୀ ଶତପଥୀ, କଳ୍ପନା ପଟ୍ଟନାୟକ, ସୁଚିସ୍ମିତା ପାତ୍ର, ଉନ୍ନତି ପରିଡା, ଜୟା ମଲ୍ଲିକ, ଶ୍ରାବଣୀ କିନ୍ନର, ରାଜଲକ୍ଷ୍ମୀ ପ୍ରମୁଖଙ୍କ ସମେତ ଅନେକ କାର୍ଯ୍ୟକର୍ତା ସାମିଲ ହୋଇଥିଲେ ।