ଅଧିକ ପଢନ୍ତୁ ଓଡ଼ିଶା ଖବର
ଓଡିଶା ଲୋକଙ୍କ ଟିକସ ଅର୍ଥ କଥା ଉଠାଉଥିବା ବିଜୁ ଜନତା ଦଳ ସ୍ପଷ୍ଟ କରୁ ଯେ ତାଙ୍କ ଦଳର ନେତାମାନେ ଚିଟଫଣ୍ଡ କମ୍ପାନୀ ମାଧ୍ୟମରେ ଲୁଟିଥିବା ଓଡିଶାର ସାଧାରଣ ଗରିବ ଖଟିଖିଆ ଲୋକଙ୍କ ଝାଳବୁହା ଧନକୁ କେବେ ଫେରାଇବେ ? ନିଜେ ସୌଭିକ ବିଶ୍ୱାଳଙ୍କ ବାପା ପ୍ରଭାତ ବିଶ୍ୱାଳ ଚିଟଫଣ୍ଡ ଠକାଇରେ ଗିରଫ ହୋଇ ଜେଲରେ ଥିଲେ, ଏବେ ବୋଧହୁଏ ବେଲରେ ଥିବେ । ମୁଖ୍ୟମନ୍ତ୍ରୀ ୨୦୧୪ ନିର୍ବାଚନକୁ ଆଖି ଆଗରେ ରଖି ୨୦୧୩ରେ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଅର୍ଥ ପଇସା ଫେରାଇବେ ବୋଲି କହି ୩୦୦ କୋଟିର ଏକ କର୍ପସ ଫଣ୍ଡର ଘୋଷଣା କରିଥିଲେ । ୧୦ ବର୍ଷ ବିତିଗଲାଣି, କୁଆଡେ ଗଲା ସେହି କର୍ପସ ଫଣ୍ଡ ? ନିଜେ ସୌଭିକ ବାବୁ ବିଧାୟକ ଭାବରେ ଦାୟିତ୍ୱ ନେଇ ଓଡିଶାର ଲୋକଙ୍କୁ ଚିଟଫଣ୍ଡ କମ୍ପାନୀମାନଙ୍କ ଦ୍ୱାରା ଲୁଟ କରାଯାଇଥିବା ଅର୍ଥକୁ ଫେରାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଅନୁରୋଧ କରନ୍ତୁ ବୋଲି ଅନିଲ ବିଶ୍ୱାଳ କହିଛନ୍ତି ।
ଅନିଲ ବିଶ୍ୱାଳ କହିଛନ୍ତି ଯେ, କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ସରକାର ଆସିବା ପରଠାରୁ ଓଡିଶାକୁ ରେକର୍ଡ ପରିମାଣର ରେଳ ଅନୁଦାନ ମିଳୁଛି । ୟୁପିଏ ସରକାର ସମୟରେ ଓଡିଶାରେ ବର୍ଷକୁ ହାରାହାରି ୫୩ କିିମିର ରେଳପଥ ନିର୍ମାଣ ହେଉଥିଲା । ବର୍ତମାନର ନରେନ୍ଦ୍ର ମୋଦିଙ୍କ ସରକାର ସମୟରେ ଓଡିଶାରେ ବର୍ଷକୁ ୧୪୨ କିମିର ରେଳପଥ ନିର୍ମାଣ ହେଉଛି । ଓଡିଶାରେ ୩୬ଟି ଷ୍ଟେସନର ଉନ୍ନ୍ତି କରଣ କାମ ହୋଇଛି । ୟୁପିଏ ସରକାର ସମୟରେ ଓଡିଶାକୁ ବର୍ଷକୁ ହାରାହାରି ରେଳ ଅନୁଦାନ ମାତ୍ର ୮୦୦ କୋଟି ଟଙ୍କା ମିଳୁଥିଲା । ଚଳିତ ରେଳ ବଜେଟରେ ଓଡିଶାକୁ ୧୦ ହଜାର ୧୨ କୋଟି ଟଙ୍କାର ଅନୁଦାନ ଦିଆଯାଇଛି । ଓଡିଶା ଲୋକଙ୍କ ପ୍ରତି ନରେନ୍ଦ୍ର ମୋଦିଙ୍କ ଭଲପାଇବା ଓ ଓଡିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତାକୁ ନେଇ ବିଜୁ ଜନତା ଦଳ ହତୋସ୍ତ୍ରାହିତ ହେବା ସ୍ୱାଭାବିକ ବୋଲି ଅନିଲ ବିଶ୍ୱାଳ କହିଛନ୍ତି ।