ଅଧିକ ପଢନ୍ତୁ ଓଡ଼ିଶା ଖବର
ଏକ ଟଙ୍କିଆ ଚାଉଳ ଯୋଜନା ବାଜପେୟୀ ଆରମ୍ଭ କରିଥିଲେ । ରାସ୍ତାଘାଟ, ଟେଲିକମ ଯୋଗାଯୋଗ ବାଜପେୟୀ ଆରମ୍ଭ କରିଥିଲେ । ମଝିରେ ଅଟକିଥିବା ବିକାଶର ଧାରାକୁ ପୁଣି ଥରେ ଆଗକୁ ନେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେତୃତ୍ୱ ନେଇଛନ୍ତି । ସେ ଆହୁରି କହିଛନ୍ତି, ଓଡ଼ିଶାବାସୀଙ୍କ ନିକଟରେ କେନ୍ଦ୍ର ସରକାରଙ୍କ ବିକାଶର ଧାରାକୁ ପହଞ୍ଚେଇବାରେ ସହଯୋଗ କରୁନାହାନ୍ତି ଓଡ଼ିଶା ସରକାର ।
ଶୌଚାଳୟ, ଗ୍ୟାସ, ଜନଧନ ବ୍ୟାଙ୍କ ଆକାଉଣ୍ଟ, ଡିଜିଟାଲ ଇଣ୍ଡିଆ, ଗାଁ ଗାଁରେ ବିଜୁଳି ମୋଦୀ ସରକାର ପହଞ୍ଚେଇଲେ । ମହାମାରୀ କୋଭିଡର ସଫଳ ମୁକାବିଲା କରି ମୋଦି ସରକାର ବିଶ୍ଵରେ ଉଦାହରଣ ସୃଷ୍ଟି କରିଛନ୍ତି । ବିଦେଶକୁ ମଧ୍ୟ ଭାରତ କୋଭିଡ ସମୟରେ ଭାରତ ସହଯୋଗର ହାତ ବଢ଼ାଇଛି ।