ଭୁବନେଶ୍ୱର: ଯାଜପୁର ସୂଚନା ଅଧିକାର କର୍ମୀ ତଥା ବିଜେପି କର୍ମୀଙ୍କ କାର ଉପରକୁ ହୋଇଥିବା ବୋମା ମାଡକୁ ବିଜେପି ଦୃଢ ନିନ୍ଦା କରିଛି । ଦଳ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛି ଯେ, ବିଜେପି କର୍ମୀଙ୍କ ଉପରକୁ ବାରମ୍ବାର ଏପରି ଆକ୍ରମଣ କରାଯାଉଛି । ଯାହା ଅତି ନୀନ୍ଦନୀୟ । ଏନେଇ ଧର୍ମଶାଳା ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ବିଜେପି । ତେବେ ସମ୍ବାଦିକ ସମ୍ମିଳନୀରେ ଭୃଗୁ ବକ୍ସିପାତ୍ର, ଗୌତମ ରାୟ, ରମେଶ ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।
ସର୍ବେଶ୍ୱର ବେହୁରା ସେହି ଅଂଚଳରେ ହେଉଥିବା ଅନେକ ଘୋଟଲା ଲୋକ ଲୋଚନଙ୍କୁ ଆଣିଥିଲେ ବୋଲି ଏହି ଆକ୍ରମଣ କରାଯାଇଛି ବୋଲି ସମ୍ମିଳନୀରେ କୁହାଯାଇଛି । ସର୍ବେଶ୍ୱର ବେହୁରାଙ୍କୁ ମିଶାଇ 18 ଜଣ ବିଜେପି ନେତାଙ୍କ ଉପରେ ଏପରି ମାରଣାନ୍ତକ ଆକ୍ରମଣ କରାଯାଇଛି । ପୂର୍ବରୁ ମଧ୍ୟ ତାଙ୍କ ଉପରେ ଏପରି ଆକ୍ରମଣ ହୋଇଥିଲା ମାତ୍ର ସେ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ସୁଫଳ ମିଳି ନଥିଲା । ଡଙ୍କାରୀ, ବିଚାଖଣ୍ଡି, ଆଦି ପାହାଡ଼କୁ ଶାସକ ଦଳର ଲୋକମାନେ ବେଆଇନ ଭାବେ ଖନନ କରୁଛନ୍ତି । ସେ ଏହା ବିରୋଧରେ ଏନଜିଟି ଏବଂ ଲୋକୟୁକ୍ତଙ୍କ ନିକଟକୁ ଯାଇଛନ୍ତି । କେବଳ ସେତିକି ନୁହେଁ ସେହି ଅଞ୍ଚଳରେ ହେଉଥିବା ଅନେକ ବେଆଇନ କାର୍ଯ୍ୟକୁ ବିରୋଧ କରି ସେ ମଧ୍ୟ ଲୋକୟୁକ୍ତଙ୍କ ନିକଟକୁ ଯାଇଛନ୍ତି । ନିକଟରେ ପୋଲିସ ସେହି ଅଞ୍ଚଳରୁ 50 ଲକ୍ଷ ଟଙ୍କାର ଡିନାମାଇଟ ଜବତ କରି ଥିଲା ।
ସର୍ବେଶ୍ୱର ବେହୁରାଙ୍କ ଯୋଗୁଁ ଏହା ସମ୍ଭବ ହୋଇଥିଲା । ସର୍ବେଶ୍ୱର ବେହୁରାଙ୍କ ପତ୍ନୀ ଯେଉଁ ଏଫଆଇଆର କପି ଲେଖିଛନ୍ତି, ସେଥିରେ ତାଙ୍କ ପତ୍ନୀ ଧର୍ମଶାଳାର ବିଧାୟକ ସର୍ବେଶ୍ୱରକୁ ଫୋନ କରି ବିଭିନ୍ନ ଘୋଟଲାରେ ଯେଉଁ ତାଙ୍କ ନାମ ଯୋଡିଥିଲେ ତାଙ୍କ ନାଁ ଉଠାଇବାକୁ ଧମକ ଦେଇଥିଲେ । ଯଦି ରାଜ୍ୟ ସରକାର ସର୍ବେଶ୍ୱର ବେହୁରାଙ୍କୁ ଉଚିତ ନ୍ୟାୟ ଦେଇ ନପାରେ ତେବେ ଆଗାମୀ ଦିନରେ ଯାଜପୁର ଜିଲ୍ଲା ବିଜେପି ସଭାପତି ଗୌତମ ରାୟଙ୍କ ନେତୃତ୍ୱରେ ବିଜେପି ରାଜରାସ୍ତାକୁ ଓଲ୍ହାଇବ ବୋଲି ସାମ୍ବାଦିକ ସମ୍ମିଳନୀରେ ବିଜେପି ପକ୍ଷରୁ ସୂଚନା ଦିଆଯାଇଛି ।