ଦୀର୍ଘ ବର୍ଷ ଧରି ରାଜ୍ୟରେ ମହିଳା ଅସୁରକ୍ଷିତ, ମହିଳାଙ୍କୁ ଅସମ୍ମାନ, ମହିଳା ବିରୋଧୀ ହିଂସା, ଦୁଷ୍କର୍ମ, ହତ୍ୟା ଆଦିରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଓ ଶାସକ ଦଳର ବିଧାୟକ, ନେତା ମାନେ ଲିପ୍ତ ଅଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ହେଲେ ଅନ୍ୟପଟେ ଭାରତୀୟ ଜନତା ପାର୍ଟି ଉପରେ ମହିଳା ବିରୋଧୀ ବୋଲି ଯେଉଁ ଲାଞ୍ଛନା ଲଗାଉଛି ବିଜେଡ଼ି ତାହା ଅତ୍ୟନ୍ତ ହାସ୍ୟାସ୍ପଦ ।
ଅସଲରେ ଯଦି କିଏ ମହିଳା ବିରୋଧୀ ତାହେଲେ ସେ ଏଇ ରାଜ୍ୟ ସରକାର । ତାଙ୍କ ନେତା ମନ୍ତ୍ରୀ ମାନେ ଇତିଶ୍ରୀ ଠାରୁ ଆରମ୍ଭ କରି ବେବିନା, କୁନ୍ଦୁଲି ପୀଡ଼ିତା, ମାଧବିଲତା, ମାମିତା ମେହେର ଓ ପରୀ ହତ୍ୟାକାଣ୍ଡ ଭଳି ଘଟଣାରେ ସମ୍ପୃକ୍ତ । ସରକାରଙ୍କ ପ୍ରୋତ୍ସାହନରେ ଅର୍ଚ୍ଚନା ନାଗ ସେକ୍ସ ସ୍କାଣ୍ଡାଲ ଭଳି ଘଟଣା ଘଟୁଛି । ମହିଳାଙ୍କୁ ମାନସିକ ଓ ଶାରୀରିକ ଭାବେ ନିର୍ଯାତନା ଦେବା ଦଳ ହେଉଛି ବିଜୁ ଜନତା ଦଳ । ସରକାର କାର୍ଯ୍ୟାନଷ୍ଠାନ ନିଅନ୍ତୁ ରାଜନୀତି ନ କରନ୍ତୁ ବୋଲି ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା କହିଛନ୍ତି ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।