ଆଜି ଭାରତୀୟ ଜନତା ପାର୍ଟି ତରଫରୁ ଭୁବନେଶ୍ୱରର ଏଜି ଛକ, ଜୟଦେବ ବିହାର, ପଳାଶୁଣି, ଖଣ୍ଡଗିରି ଏବଂ ସାମନ୍ତରାପୁର ଛକରେ ହରତାଳ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏଜି ଛକରେ ସାଂସଦ ବସନ୍ତ ପଣ୍ଡା, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ଜିଲ୍ଲା ସଭାପତି ବାବୁ ସିଂ, ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନଙ୍କ ସମେତ ବହୁ ସଂଖ୍ୟାରେ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ । ସାମନ୍ତରାପୁର ଛକରେ ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ଜୟନ୍ତ ଷଡଙ୍ଗୀ, ରାଜ୍ୟ ଉପସଭାପତି ପ୍ରଭାତୀ ପରିଡା, ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର, ଏସ୍ସି ମୋର୍ଚ୍ଚା ରାଜ୍ୟ ସଭାପତି ବିଭୂପ୍ରସାଦ ତରାଇ, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ରାଜ୍ୟ ମୁଖପାତ୍ର ବିରଂଚି ତ୍ରିପାଠୀ, ଜିଲ୍ଲା ସଭାପତି ଆଶ୍ରୀତ ପଟ୍ଟନାୟକ ପ୍ରମୁଖଙ୍କ ସମେତ ବହୁ ସଂଖ୍ୟାରେ କାର୍ଯ୍ୟକର୍ତା ସାମିଲ ହୋଇଥିଲେ । ଖଣ୍ଡଗିରି ଛକଠାରେ ଅନୁଷ୍ଠିତ ବିକ୍ଷୋଭରେ ପୂର୍ବତନ ମନ୍ତ୍ରୀ କେ.ଭି.ସିଂହଦେଓ, ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ, ଖୋର୍ଦ୍ଧା ଜିଲ୍ଲା ସଭାପତି ରଶ୍ମୀରଂଜନ ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଶ୍ୱରଂଜନ ବଡଜେନା, କାଳୁ ଖଣ୍ଡାୟତରାୟଙ୍କ ସମେତ ଶହ ଶହ କାର୍ଯ୍ୟକର୍ତା ଉପସ୍ଥିତ ରହି ରାସ୍ତାରୋକ କରିଥିଲେ । ଜୟଦେବ ବିହାରଠାରେ ବିଧାୟକ ନବ ଚରଣ ମାଝୀ, ଭାସ୍କର ମଢେଇ, ବୁଧନ ମୁର୍ମୁ, ଜିଲ୍ଲା ପରିଷଦ ସଦସ୍ୟ ତୁଷାରକାନ୍ତ ଚକ୍ରବର୍ତୀ, ସାମାଜିକ ସଂଗଠନ ପ୍ରକୋଷ୍ଠ ରାଜ୍ୟ ସଂଯୋଜକ ରଶ୍ମୀରଂଜନ କାନୁନଗୋ ପ୍ରମୁଖଙ୍କ ସମେତ ବହୁ ସଂଖ୍ୟାରେ କାର୍ଯ୍ୟକର୍ତା ସାମିଲ ହୋଇଥିଲେ । ପଳାଶୁଣୀଠାରେ ପୂର୍ବତନ ବିଧାୟକ ତଥା କଟକ ସଦର ଜିଲ୍ଲା ସଭାପତି ପ୍ରକାଶ ବେହେରା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭ୍ରାଂଶୁ ପାଢୀ, ବିଜୟ ଦଳବେହେରା, ସୁଶାନ୍ତ ମଲ୍ଲିକ, ବ୍ରଜେନ୍ଦ୍ର ରାୟ, କୃଷକମୋର୍ଚ୍ଚା ରାଜ୍ୟ ଉପସଭାପତି ହୃଷିକେଶ ଜେନା, ମହିଳାମୋର୍ଚ୍ଚା କଟକ ଜିଲ୍ଲା ସଭାନେତ୍ରୀ ଯାଜ୍ଞସେନି ଜେନା ପ୍ରମୁଖଙ୍କ ସମେତ କଟକ ଜିଲ୍ଲାର ବହୁ କାର୍ଯ୍ୟକର୍ତା ସାମିଲ ହୋଇଥିଲେ ।
ଓଡିଶାରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ବୋଲି ଏନସିଆରବି ରିପୋର୍ଟ ବାରମ୍ବାର ତଥ୍ୟ ଦେଇଛି । ରାଜ୍ୟ ସରକାରଙ୍କ ନେତା, ମନ୍ତ୍ରୀ ଓ ଶାସକ ଦଳର ହାତ ବାରିସ ସାଜିଥିବା ପୋଲିସ ଅଧିକାରୀମାନେ ଓଡ଼ିଶାର ଅପରାଧରେ ସଂପୃକ୍ତ ଅଛନ୍ତି ବୋଲି ଭାରତୀୟ ଜନତା ପାର୍ଟି ବାରମ୍ବାର ଦାବି କରିଆସିଛି । ପୋଲିସ ବିଭାଗରେ ବିଶୃଙ୍ଖଳା ଚରମ ସୀମା ଅତିକ୍ରମ କରିସାରିଛି । ସାଧାରଣ ଜନତାଙ୍କ ପୋଲିସ ଉପରୁ ବିଶ୍ୱାସ ତୁଟିଯାଇଛି । ୨୩ ବର୍ଷ ଧରି ଓଡ଼ିଶାର ଗୃହ ବିଭାଗ ଦାୟୀତ୍ୱରେ ଥିବା ସ୍ୱୟଂ ମୁଖ୍ୟମନ୍ତ୍ରୀ ନବୀବ ବାବୁ ନିଜ ନୈତିକତା ହରାଇଛନ୍ତି । ରାଜ୍ୟବାସୀଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଥିବା ମୁଖ୍ୟମନ୍ତ୍ରୀ ଯଥାଶୀଘ୍ର ନିଜ ପଦରୁ ଓହରି ଯିବା ଉଚିତ୍ ।
ବିଜେପି ଏହି ଆନ୍ଦୋଳନକୁ ଆଗାମୀ ଦିନରେ ଆହୁରି ଅଧିକ ଶାଣିତ କରିବା ସହ ଗାଁ, ପଂଚାୟତ, ବ୍ଳକରେ ଆନ୍ଦୋଳନ କରିବ । ଆସନ୍ତା କାଲି ୧୫ ତାରିଖ ଦିନ ରାଜ୍ୟର ସମସ୍ତ ଜିଲ୍ଲା ସଦର ମହକୁମାରେ ବିକ୍ଷୋଭ ପ୍ରଦର୍ଶନ ସହିତ ଆଇନ ଅମାନ୍ୟ ଆନ୍ଦୋଳନ ଓ ହରତାଳ କରାଯିବ । ସେହିପରି ୧୬ତାରିଖ ଦିନ ରାଜ୍ୟ ସରକାରଙ୍କୁ ବରଖାସ୍ତ ଦାବୀ କରି ପାଇଁ ରାଜଭବନ ସମ୍ମୁଖରେ ଦଳ ପକ୍ଷରୁ ଧାରଣା ଦିଆଯାଇ ରାଜ୍ୟପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଯିବ ।