ମହିଳାଙ୍କ ବିରୋଧରେ ଅପରାଧରେ ଟପ୍ ୫ରେ ରହିଛି ଓଡ଼ିଶା । ୨୦୨୧ରେ ଓଡ଼ିଶାରେ ୩୧ ହଜାର ୩୫୨ଟି ମହିଳା ବିରୋଧୀ ଅପରାଧ ମାମଲା ରୁଜ୍ଜୁ ହୋଇଛି । ରାଜ୍ୟରେ ମହିଳାଙ୍କ କ୍ଷେତ୍ରରେ ହେଉଥିବା ଅପରାଧରେ ଦଣ୍ଡବିଧାନ ହାର ମାତ୍ର ୮.୩ ପ୍ରତିଶତ । ଜାତୀୟ ଦଣ୍ଡବିଧାନ ହାର ହେଉଛି ୨୬.୫ ପ୍ରତିଶତ । ସେହିଭଳି ମହିଳା ଉତ୍ପୀଡନରେ ଦେଶରେ ୧ ନମ୍ବର ଓଡ଼ିଶା । ତଥ୍ୟ ଅନୁସାରେ, ୨୦୨୧ରେ ଓଡ଼ିଶାରେ ମୋଟ୍ ୧୪ ହଜାର ୮୫୩ ମହିଳା ଉତ୍ପୀଡନ ମାମଲା ସାମ୍ନାକୁ ଆସିଛି । ସେପଟେ ବିଜେପିର ସମସ୍ତ ଅଭିଯୋଗକୁ ମିଛ ବୋଲି କହି ପ୍ରସଙ୍ଗକୁ ଏଡାଇବାକୁ ଚେଷ୍ଟା କରିଛି ବିଜେଡି ।
ମାଧବୀଲତା ଠାରୁ ଆରମ୍ଭ କରି ମମିତା ମେହେର ପର୍ଯ୍ୟନ୍ତ । ଦୁଷ୍କର୍ମ ଓ ହତ୍ୟା ଭଳି ଜଙ୍ଘନ୍ୟ ଅପରାଧର ଶିକାର ହୋଇ ନ୍ୟାୟ ପାଇବାରୁ ବଞ୍ଚିତ ହୋଇଛନ୍ତି ଅନେକା ପୀଡିତା । ଆଉ ଏ ସବୁ କ୍ରାଇମ ଗୁଡିକରେ ବିଜେଡି ବିଧାୟକ, ମନ୍ତ୍ରୀ ଓ ନେତାଙ୍କ ସଂପୃକ୍ତି ନେଇ ଅଭିଯୋଗ ମଧ୍ୟ ହୋଇଛି । କିନ୍ତୁ ଆଜି ଯାଏ ଜଣକୁ ହେଲେ ଦଣ୍ଡ ପାଇନଥିବା ବେଳେ ପ୍ରତିବର୍ଷ ଗଣ୍ଡା ଗଣ୍ଡା କେସ ସାମ୍ନାକୁ ଆସୁଛି ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।