ଏହା ସହ ନିଆଳି ବ୍ଲକରେ ଥିବା ଅଧିକାଂଶ ବିଜେପି ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟଙ୍କୁ ଅଣଦେଖା କରାଯାଉଛି ବୋଲି ରାଜ୍ୟ ବିଜେପି ନେତୃବୃନ୍ଦ ଅଭିଯୋଗ କରିଛନ୍ତି । ନିଆଳି ବ୍ଲକ ବିଜେପି ନେତା ଛବି ମଲ୍ଲିକଙ୍କ ନେତୃତ୍ୱରେ ଦିଆଯାଇଥିବା ଏହି ଧାରଣାରେ ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ଵାଳ, ଅନୁସୂଚିତ ଜାତି ଓ ଜନଜାତି ମୋର୍ଚ୍ଚା ସଭାପତି ବିଭୁ ପ୍ରସାଦ ତରେଇଙ୍କ ସମେତ ସାରସକଣା ଓ ଉଦଳା ବିଧାୟକ ଏହି ଧାରଣାରେ ସାମିଲ ହୋଇଛନ୍ତି ।
ନିଆଳି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ରାଜ୍ୟ ବିଜେପି ନେତୃବୃନ୍ଦଙ୍କ ଧାରଣା

ଅର୍ଗସ ବ୍ୟୁରୋ : କଟକ ଜିଲ୍ଲା ନିଆଳି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ରାଜ୍ୟ ବିଜେପି ନେତୃବୃନ୍ଦଙ୍କ ଧାରଣା । ନିଆଳି ବିଡିଓଙ୍କ ମନମୁଖୀ କାର୍ଯ୍ୟ ଓ ଦଳୀୟ ଭିତ୍ତିରେ କାର୍ଯ୍ୟକୁ ବିରୋଧ କରି ବିଜେପି ପକ୍ଷରୁ ଏହି ଧାରଣା ଦିଆଯାଇଛି । ଗତ ତିନି ଦିନ ଧରି ଏହି ଧାରଣା ଜାରି ରହିଛି । ନିଆଳି ବ୍ଲକରେ ଅଧିକାଂଶ ଲୋକଙ୍କ ନିକଟରେ କେନ୍ଦ୍ର ସରକାର ପଠେଇ ଥିବା ଯୋଜନାକୁ ବିଡିଓ ପହଞ୍ଚେଇବାରେ ବିଫଳ ହୋଇଛନ୍ତି ବୋଲି ବିଜେପି ଅଭିଯୋଗ କରିଛି ।
Download Argus News App
