ମୋଦୀ ସରକାର ଧାନ କ୍ୱିଟାଲ ପିଛା ୨୦୪୦ଟଙ୍କା କରିଥିଲେ ମଧ୍ୟ ଓଡ଼ିଶାର ଚାଷୀ ୧୨୪୦ଟଙ୍କାରେ ବିକ୍ରି କରୁଛନ୍ତି । ସବୁଠୁ ଆଶ୍ଚର୍ଯ୍ୟ କଥା ହେଲା କେନ୍ଦ୍ର ସରକାର ଓଡ଼ିଶା ସରକାରଙ୍କୁ ବାରମ୍ବାର ପିଏମ୍ କିଷାନ ଯୋଜନାରେ ଅନ୍ତର୍ଭୁକ୍ତ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପଠାନ୍ତୁ ବୋଲି କହୁଥିବାବେଳେ ନବୀନ ବାବୁ ଚାଷୀଙ୍କ ତାଲିକା ନଦେଇ ଦୋଷ ଦେଉଛନ୍ତି । ମିଛୁଆ ରାଜ୍ୟ ସରକାର ଚଳିତ ବର୍ଷ ନଭେମ୍ବର ୨ତାରିଖରୁ ମଣ୍ଡି ଖୋଲିବେ ଓ ଚାଷୀଙ୍କ ଧାନ କିଣିବେ ବୋଲି ମିଥ୍ୟା ପ୍ରତିଶ୍ରୁତି ଦେଇଥିଲେ । ଆଜି ୨୩ତାରିଖ ହୋଇଥିଲେ ବି ବରଗଡ ଜିଲ୍ଲାରେ ଗୋଟିଏ ମଣ୍ଡି ଖୋଲିଛି ଅନ୍ୟ ଜିଲ୍ଲାରେ ମଣ୍ଡି ଖୋଲା ହୋଇନାହିଁ କାହିଁକି ରାଜ୍ୟ ସରକାର ଚାଷୀଙ୍କ ଏଭଳି ଅଭିଚାର କରୁଛନ୍ତି ବୋଲି ରାଜ୍ୟ ଉପସଭାନେତ୍ରୀ ଶ୍ରୀମତୀ ପ୍ରଭାତି ପରିଡା ପ୍ରଶ୍ନ କରିଛନ୍ତି । ମଣ୍ଡି ସମସ୍ୟା, ବିହନ ଓ ସାର ଅଭାବ, କଟନି ଛଟନି, ଅବ୍ୟବସ୍ଥିତ ଟୋକନ ବ୍ୟବସ୍ଥା, ବୀମରାଶି ଓ ରାଜ୍ୟ ସରକାର ୨୦୧୮ରେ ଘୋଷଣା କରିଥିବା କାଳିଆର ବାର୍ଷିକ ଦଶ ହଜାର ଟଙ୍କା ଚାଷୀକୁ ତୁରନ୍ତ ପ୍ରଦାନ କରାଯାଉ ବୋଲି ଶ୍ରୀମତୀ ପରିଡା ଦାବି କରିଛନ୍ତି ।
ରାଜ୍ୟ ସରକାର ଚାଷୀକୂଳର ସ୍ୱାର୍ଥ ରକ୍ଷା ପାଇଁ ପଦକ୍ଷେପ ନନେଇ ପଦ୍ମପୁର ଉପନିର୍ବାଚନ ପ୍ରଚାରରେ କଳ, ବଳ ଓ କୌଶଳ ଲଗାଇବା ସହ ଗୋଟେ ପରେ ଗୋଟି ମିଥ୍ୟା କଥା କହି ପଦ୍ମପୁରବାସୀଙ୍କ ହୃଦୟକୁ ଜିତିବାର ପ୍ରୟାସ କରୁଛନ୍ତି । ରାଜ୍ୟ ସରକାରଙ୍କ ହୀନ କୁଚକ୍ରାନ୍ତକୁ ଭାରତୀୟ ଜନତା ପାର୍ଟି କେବେ ସଫଳ କରିବାକୁ ଦେବ ନାହିଁ । ଚାଷୀଙ୍କ ଲାଗି ମୋଦୀ ସରକାର କୋଟି କୋଟି ଟଙ୍କା ଯୋଗାଉଛନ୍ତି କିନ୍ତୁ ଶାସକ ଦଳ ଚାଷୀଙ୍କ ପାଖରେ ଟଙ୍କା ନଦେବା ଓ ଚାଷୀଙ୍କ ପଞ୍ଜୀକରଣରେ ସମ୍ପୂର୍ଣ୍ଣ ବିଫଳ ସାବ୍ୟସ୍ତ ହୋଇଛନ୍ତି ।
ଏହି ଅବସରରେ ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ରାଜ୍ୟ ସାଧାରଣ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ସଂପାଦକ ଅମର ନାୟକ, ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମହାନ୍ତି, ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ସାରଦା ପ୍ରଧାନ, ଗୌତମ ରୟ, ପ୍ରଦୀପ ବଳସାମନ୍ତ, ବିଶ୍ୱଜିତ୍ ନାୟକ, ଆର୍ଶ୍ରିତ ପଟ୍ଟନାୟକ, ସମବାୟ ପ୍ରକୋଷ୍ଠ ରାଜ୍ୟ ସଂଯୋଜକ ପବିତ୍ର ଦାଶ, ଜିଲ୍ଲା ସଭାପତି ବାବୁ ସିଂ, ମହେଶ ମହାନ୍ତି, ସୁଶାନ୍ତ ମଲ୍ଲିକ, ପ୍ରଦୀପ ପଟ୍ଟନାୟକ, ବବିତା ମଲ୍ଲିକ, ଡା. ରବିନ୍ଦ୍ରନାଥ ବେହେରା, ବିକ୍ରମ ବିଶ୍ୱାଳ, ଯୁବ ମୋର୍ଚ୍ଚା ସଭାପତି ବିଶ୍ୱଜିତ୍ ରାଜ, ଇତିଶ୍ରୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।