ରାଜ୍ୟ ସରକାର କ୍ଷମତା ଆଳରେ ଚାଷୀଙ୍କ ପ୍ରତି ଅବିଚାର ନକରନ୍ତୁ । ଓଡ଼ିଶାର ଚାଷୀ କିଭଳି ଆଗାମୀ ଦିନରେ ସ୍ୱଚ୍ଛଳ ଓ ସ୍ୱାବଲମ୍ବୀ ହେବ ସେ ନେଇ ସମସ୍ତ ପ୍ରକାର ବ୍ୟବସ୍ଥା କରନ୍ତୁ । ଯଦି ରାଜ୍ୟ ସରକାର ଚାଷୀଙ୍କ ଦାବି ପୂରଣ ନକରନ୍ତି ଭାରତୀୟ ଜନତା ପାର୍ଟି ଜିଲ୍ଲାସ୍ତରରେ ତୀବ୍ର ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛନ୍ତି ଶ୍ରୀ ମିଶ୍ର ।
ବିଧାନସଭା ସମ୍ମୁଖରେ ଆଜିକୁ ଚାରିଦିନ ହେବ ଚାଷୀଙ୍କୁ ନ୍ୟାୟ ଦେବା ଲାଗି ବିଜେପି ସତ୍ୟାଗ୍ରହ କରିଥିଲେ ବି ବିଜୁ ଜନତା ଦଳ ସରକାର ହୀନ ରାଜନୀତି କରି ମୁହଁ ଲୁଚାଉଛି । ନିର୍ବାଚନ ସମୟରେ ବିଜେଡିର ସମସ୍ତ ମିଥ୍ୟା ପ୍ରତିଶ୍ରୁତି ପେଡି ଖୋଲିବା ଓ ନିଜର କୁକର୍ମର ଗାରିମା ଲୁଚାଇ କେନ୍ଦ୍ର ସରକାରଙ୍କୁ ଦୋଷ ଦେବା ଭଳି ଖଳ ମନ୍ତବ୍ୟକୁ ଓଡ଼ିଶାର ଲୋକେ ବୁଝିଗଲେଣି ବୋଲି ସତ୍ୟାଗ୍ରହ କାର୍ଯ୍ୟକ୍ରମରେ ଯୋଗ ଦେଇ ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।
ଅପାରଗ ସରକାର ତା’ର କୁଚକ୍ରାନ୍ତ ବନ୍ଦ କରି ଓଡିଶାର ଚାଷୀଙ୍କୁ ନ୍ୟାୟ ଦେବା ସହ କେନ୍ଦ୍ରର ସୁବିଧାରେ ବାଧା ନଦେଇ ଅନ୍ନଦାତାଙ୍କୁ ଯୋଗାଇ ଦିଅନ୍ତୁ । ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଆଜିର ସତ୍ୟାଗ୍ରହରେ ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱର ଓ ଜଟଣୀ ବିଧାନସଭା ନିର୍ବାଚନ ମଣ୍ଡଳୀର ଚାଷୀ ଓ କାର୍ଯ୍ୟକର୍ତାମାନେ ରାଜ୍ୟ ସରକାରଙ୍କୁ ଘେରିଥିଲେ ଓ ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା ଅନୁଷ୍ଠିତ ପ୍ରତିବାଦ ସଭାକୁ ସଂଚାଳନ କରିଥିଲେ ।
ଏହି ଅବସରରେ ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ, ଦିଲୀପ ମହାନ୍ତି, ଲୁଲୁ ବଡଜେନା, ରମାରଞ୍ଜନ ବଳିୟାରସିଂହ, ଠାକୁର ରଣଜିତ୍ ଦାସ, ନୟନ କିଶୋର ମହାନ୍ତି, ମହେଶ ମହାନ୍ତି, ଜିଲ୍ଲା ସଭାପତି ବାବୁ ସିଂ, ଜଗନ୍ନାଥ ପ୍ରଧାନ, ଗୌତମ ରାୟ, ସାରଦା ପ୍ରଧାନ, ସୁଶାନ୍ତ ମଲ୍ଲିକ, ଜିଲ୍ଲା ମହିଳା ସଭାନେତ୍ରୀ ମନ୍ଦାକିନୀ ପାତ୍ର, ବବିତା ମଲ୍ଲିକ, ଶ୍ରୀତମ ଦାସ ପ୍ରମୁଖ ସାମିଲ ହୋଇଥିଲେ ।