ଭୂମିହୀନ ମାନଙ୍କୁ ଜମି ପଟା ପ୍ରଦାନ କରିବା, ସହରରେ ଥିବା ଡ୍ରେନ, ରାସ୍ତାଘାଟ ପରିଷ୍କାର, ଷ୍ଟ୍ରିଟ ଲାଇଟର ମରାମତି, ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ବିକଳାଙ୍ଗ ଭତ୍ତା ହିତାଧିକାରୀଙ୍କୁ ବଣ୍ଟନ, ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ଯୋଗ୍ୟ ହିତାଧାରୀକୁ ଆବାସ ବଣ୍ଟନ ଆଦି ଦାବିରେ ଜିଲ୍ଲା ବିଜେପି ପକ୍ଷରୁ ଏହି ଘେରାଉ କରାଯିବା ସହ ବ୍ଳକ ପ୍ରଶାସନକୁ ଦାବିପତ୍ର ପ୍ରଦାନ କରାଯାଇଛି l ଅନ୍ୟପଟେ ଏହି ଦାବି ମାନଙ୍କୁ ବିଚାର କରିବା ପାଇଁ ଏକ ମାସ ସମୟ ମାଗିଛି ବ୍ଳକ ପ୍ରଶାସନ ।