ଏହି ଘଟଣାରେ ବିଜେପି ପକ୍ଷରୁ ପ୍ରତିଦାଦ କରାଯିବା ସହ ୭ ଦିନ ମଧ୍ୟରେ ବିଡ଼ିଓ କଣ କାର୍ଯ୍ୟନୁଷ୍ଟାନ ନେବେ ବୋଲି ସର୍ବସାଧାରଣରେ ଉତ୍ତର ରଖିବାକୁ ଦଳ ଦାବି କରିଥିଲା । ଏହି ଘଟଣାରେ ୭ ଦିନ ପରେ ମଧ୍ୟ ପ୍ରଶାସନ ପକ୍ଷରୁ କୈଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଏହାର ପ୍ରତିବାଦରେ ଅଭିନବ ଭାବେ ବିଜେପି ପ୍ରତିବାଦ ସରୂପ ବ୍ଲକ କାର୍ଯ୍ୟଳୟ ଆଗରେ ଏକ ବୃଷଭର ଜନ୍ମଦିନ ପାଳନ ସହ ପ୍ରତିବାଦ ସଭା ମାଧ୍ୟମରେ ଶାଷକ ଦଳଉପରେ ବର୍ଷିଥିଲେ ।
ଚାନ୍ଦବାଲି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିଜେପିର ଅଭିନବ ପ୍ରତିବାଦ

ଭଦ୍ରକ: ଚାନ୍ଦବାଲି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିଜେପିର ଅଭିନବ ପ୍ରତିବାଦ। ଏକ ବୃଷଭକୁ ମା’ କାଳୀ ମନ୍ଦିର ନିକଟରୁ ଶୋଭାଯାତ୍ରାରେ ଆଣି ଚାନ୍ଦବାଲି ସହର ପରିକ୍ରମା କରି ବ୍ଲକ କାର୍ଯ୍ୟାଳୟ ଆଗରେ ଜନ୍ମ ଦିନ ପାଳନ କରିଥିଲା ବିଜେପି ଯୁବ ମୋର୍ଚ୍ଚା । ସପ୍ତାହ ପୂର୍ବରୁ ବ୍ଲକ କାର୍ଯ୍ୟାଳୟରେ କାର୍ଯ୍ୟ ଦିବସରେ ମିଶନଶକ୍ତି ଅଧିକାରୀ ଷ୍ଟାଲିନ ନାୟକ ତାଙ୍କର ଜନ୍ମଦିନ ପାଳନ କରିଥିଲେ ।
Download Argus News App
