ପ୍ରମୁଖ ଦାବି ଗୁଡିକ ହେଲା, ମଣ୍ଡିରେ ପଡିଥିବା ଥାନ ଉଠାଯାଉ। କଟନି ଛଟନି ବନ୍ଦ କରାଯାଉ। ଚଳିତ ଖରିଫ ଋତୁରେ ନିରସ୍ତ ହୋଇଯାଇଥିବା ଟୋକନକୁ ପୁନର୍ବାର କାର୍ଯ୍ୟକ୍ଷମ କରାଯାଉ। ଅଣ ଜଳ ସେଚିତ ଜମିକୁ 13 କ୍ଵିଣ୍ଟାଲ ଓ ଜଳସେଚିତ ଜମିକୁ 19 କ୍ଵିଣ୍ଟାଲ ଧାର୍ଯ୍ୟ ସୀମାକୁ ବନ୍ଦ କରି ସମସ୍ତ ଉତ୍ପାଦିତ ଧାନକୁ ସରକାରଙ୍କ ଦ୍ଵାରା କିଣାଯାଉ। ଟୋକନ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଉଛେଦ କରାଯାଉ ଓ କେଉଁ ଜିଲ୍ଲାରୁ କେତେ ଧାନ କିଣାଯାଉଛି ତାହା ଜିଲ୍ଲା DLPC ମାଧ୍ୟମରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଉ। କୃଷକ ସମ୍ମାନ ନିଧି ପାଇବା ପାଇଁ କେନ୍ଦ୍ରକୁ ସମସ୍ତ ଚାଷୀଙ୍କ ତାଲିକା ପଠାଯାଉ।
ଆସନ୍ତାକାଲି ଝାରସୁଗୁଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବ ବିଜେପି

ଝାରସୁଗୁଡା: ଚାଷୀମାରଣ ନୀତି ବିରୋଧରେ ବିଜେପି ଆସନ୍ତାକାଲି ଝାରସୁଗୁଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବ। କେତୋଟି ପ୍ରମୁଖ ଦାବି ନେଇ ଦଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବ।
Download Argus News App
