ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର। ଗତ କିଛିଦିନ ତଳେ ସସ୍ମିତ ପାତ୍ରଙ୍କ ନାଁରେ ସଙ୍ଗୀନ ଆରୋପ ଆଣିଥିଲା କଂଗ୍ରେସ । କନ୍ଧମାଳ ଦଙ୍ଗାରେ ସସ୍ମିତ ପାତ୍ର ଓ ତାଙ୍କ ବାପା ସୂରପାନନ୍ଦ ପାତ୍ରଙ୍କ ସମେତ ତାଙ୍କ ପରିବାରର ହାତ ଥିବା ଖୋଲାଖୋଲି ଅଭିଯୋଗ କରିଥିଲା କଂଗ୍ରେସ । କଂଗ୍ରେସ ମୁଖପାତ୍ର କହିଥିଲେ କନ୍ଧମାଳ ଦଙ୍ଗା ପଛରେ ଥିଲେ ସସ୍ମିତ ପାତ୍ର......କନ୍ଧମାଳ ଦଙ୍ଗା ପଛରେ ଥିଲେ ସସ୍ମିତ ପାତ୍ରଙ୍କ ପରିବାର ଲୋକ....ଆଉ ଭାଇଚାରା କନ୍ଧମାଳରେ ଅଶାନ୍ତିର ନିଆଁ ଲଗାଇଥିଲେ ସୂରପାନନ୍ଦ ପାତ୍ର.....ସୂରପାନନ୍ଦ ପାତ୍ରଙ୍କ ସହ ସସ୍ମିତ ପାତ୍ରଙ୍କର କି ସମ୍ପର୍କ ବୋଲି କହି ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କୁ କିଛିଦିନ ତଳେ ଟାର୍ଗେଟ କରିଥିଲା କଂଗ୍ରେସ।
ଖୋଦ୍ ସସ୍ମିତ ପାତ୍ର କଂଗ୍ରେସରେ ଥିବା ବେଳେ ତାଙ୍କ ପରିବାର ଦ୍ୱାରା ହିଁ ଦଙ୍ଗା କରାଯାଇଥିଲା ବୋଲି କଂଗ୍ରେସ ଅଭିଯୋଗ କରିସାରିଛି । କନ୍ଧମାଳ ଦଙ୍ଗା ପରେ ଗଠନ ହୋଇଥିଲା ଫ୍ୟାକ୍ଟ ଫାଇଣ୍ଡିଙ୍ଗ୍ ଟିମ୍ ....ଯେଉଁଥିରେ ଥିଲେ କଂଗ୍ରେସ ନେତା କିଶୋର ପଟେଲ, ଜଗନ୍ନାଥ ପଟ୍ଟନାୟକ ଓ ନଳିନୀ ମହାନ୍ତି ସେ, ସେତେବେଳେ ଖୋଲାଖୋଲି ଅଭିଯୋଗ କରିଥିଲେ ବୋଲି କଂଗ୍ରେସ କହିଥିଲା । ଆଉ କଂଗ୍ରେସର ଏହି କମିଟି ସିଧାସିଧା ରିପୋର୍ଟ ଦେଇଥିଲା କି ଦଙ୍ଗା ପଛରେ ରହିଥିଲେ ସସ୍ମିତ ପାତ୍ରଙ୍କ ପରିବାର । ଆଉ ତାଙ୍କୁ ଦଳରୁ ବହିଷ୍କାର କରିବା ପାଇଁ ହାଇକମାଣ୍ଡଙ୍କୁ ଅବଗତ କରାଇଥିଲେ ।
ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ହତ୍ୟା କରିବା ପାଇଁ ଚର୍ଚ୍ଚ ଓ ମାଓବାଦୀ ମଧ୍ୟରେ ଅସାଧୁ ମେଣ୍ଟ ପଛରେ ସସ୍ମିତଙ୍କ ସ୍ୱର୍ଗବାସୀ ବାପା ସୂରପାନନ୍ଦ ପାତ୍ରଙ୍କ ଭୂମିକା ଥିବା ନେଇ ତଦନ୍ତ କରୁଥିବା କମିଶନ ଆଗରେ ଅନେକ ବ୍ୟକ୍ତି ସତ୍ୟପାଠ ମଧ୍ୟ ଦାଖଲ କରିଛନ୍ତି । ସସ୍ମିତଙ୍କ ପରିବାର ନାଁରେ କନ୍ଧମାଳରେ ଦଙ୍ଗା ସହ ବିଦେଶରୁ ଭାରତରେ ଦଙ୍ଗା ସୃଷ୍ଟି ପାଇଁ ଆସୁଥିବା ପ୍ରଚୁର ବିଦେଶୀ ଅର୍ଥର ସଂଗ୍ରହକାରୀ ଭାବେ ତାଙ୍କ ପରିବାରକୁ ଦାୟୀ କରିଥିଲା କଂଗ୍ରେସ । ଏତେ ସବୁ ଘଟୁଥିବା ବେଳେ ସସ୍ମିତ ଥିଲେ ଯୁବ କଂଗ୍ରେସ ନେତା । ଆଉ ସସ୍ମିତ ପାତ୍ରଙ୍କ ଏହି ପୋଲ୍ କଂଗ୍ରେସ ଖୋଲିଥିବା ବେଳେ ଏବେ ପଦମପୁରରେ ହୋଇଥିବା ହିଂସା ପଛରେ କିଏ ତାହା ତ ଲୋକେ ବୁଝୁଥିବେ ବୋଲି ପଦମପୁର ଅଞ୍ଚଳରେ ଆଲୋଚନା ହେଉଛି ।
ରାଜନୀତି ଖବର ଆହୁରି ପଢନ୍ତୁ