ଭୁବନେଶ୍ବର 17 ନମ୍ବର ୱାର୍ଡରେ ଲୋକଙ୍କୁ ଏଭଳି ଧମକ ଦିଆଯାଉଥିବା ଅଭିଯୋଗ ଆଣିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ବରୀ । ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ କୌଣସି ରାଜନୈତିକ କାର୍ଯ୍ୟକ୍ରମ ହୋଇ ନ ଥିବାବେଳେ ଏଭଳି ଘଟଣାକୁ ସେ ନିନ୍ଦା କରିଛନ୍ତି ।
ଆଗାମୀ 100 ତମ ମନ କି ବାତ୍ ପାଇଁ ଦେଶବାସୀଙ୍କ ମତାମତ ଲୋଡିଲେ ପିଏମ୍
ପୁରା ରାଜ୍ୟରେ ବିଜେପିର ଫୋକସ ଅଛି । ନିର୍ବାଚନରେ ଅଧିକ ଜନମତ ଆଣିବା ପାଇଁ ଚେଷ୍ଟା କରିବୁ ବୋଲି କହିଛନ୍ତି ଡି. ପୁରନ୍ଦେଶ୍ବରୀ । ଆଜି 99 ତମ ମନ କି ବାତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଗାମୀ 100ତମ ମନ୍ କି ବାତ୍ ପାଇଁ ଦେଶବାସୀଙ୍କ ମତାମତ ଲୋଡିଛନ୍ତି ପ୍ରଧାନମନ୍ତ୍ରୀ ।