ଅର୍ଗସ ବ୍ୟୁରୋ: ନିଜ ଯୋଜନାରେ ଘର କରିବାକୁ କେହି ମନା କରି ନାହାନ୍ତି। ତେବେ କେନ୍ଦ୍ର ନ ଦେଲେ ରାଜ୍ୟ ଦେଵ ବିଜେଡି ଏଭଳି କହିବା। ଏହା ସମ୍ପୂର୍ଣ୍ଣ ରୂପେ ରାଜନୀତି। କାଳେ ମୋଦି ନାଁ ନେଇ ଯିବେ। ସେଥିପାଇଁ ବିଜେଡି ଏଭଳି କହୁଛି। ଲୋକ ଦାୟିତ୍ବ ଦେଇଛନ୍ତି। ଲୋକଙ୍କ ସମୃଦ୍ଧି କରିବା ଏକମାତ୍ର ଦାୟିତ୍ବ। ଅର୍ଥର ଅଭାବ ନାହିଁ। ପ୍ରଧାନମନ୍ତ୍ରୀ ମୋଦି ରାଜ୍ୟକୁ ପ୍ରଚୁର ପରିମାଣରେ ଅନୁଦାନ ଦେଉଛନ୍ତି। ତାହେଲେ କାହିଁକି ଆଦିବାସୀ ଭାଇ ଭଉଣୀ ଘର ଖଣ୍ଡେ ପାଉ ନାହାଁନ୍ତି। ରାଜ୍ୟରେ ୨୩ ବର୍ଷ ଧରି ବିଜୁ ଜନତା ଦଳର ସରକାର। କିଏ ମନା କରିଥିଲା ଗରିବ ଲୋକଙ୍କ ଚାଲ ଘର ଅଟକାଇ ପକା ଘର କରିବା ପାଇଁ।
ବିଜୁ ପକ୍କା ଘର ଯୋଜନା ମଧ୍ୟ ହେଇଚି। ସେହି ଯୋଜନା ଅନୁସାରେ ରାଜ୍ୟର ଗରିବ ଲୋକଙ୍କୁ କେତେ ଘର ଦେଇଛନ୍ତି ବିଜେଡି ସରକାର। ବିଜେଡି ଆନ୍ତରିକତା ନାହିଁ , କେବଳ ଭୋଟ ବ୍ୟାଙ୍କ ପଲିଟିକ୍ସ। କଂଗ୍ରେସର ହାତ ସେ ହାତ ଜୋଡୋ କାର୍ଯ୍ୟକ୍ରମ ଉପରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ପ୍ରତିକ୍ରିୟା
କଂଗ୍ରେସ ୫୦ ବର୍ଷ ଧରି ଦେଶକୁ ଶାସନ କରିଛି। ଗଣତନ୍ତ୍ରରେ ଲୋକ ହେଲେ ମାଲିକ। ଲୋକ ନିଷ୍ପତି ନେଇ କଂଗ୍ରେସକୁ ତାର ସ୍ଥାନ ଦେଇଛନ୍ତି। ଯଦି ପରିବାରବାଦ ଭାରତବାସୀ ଚାହିଁବେ। ତେବେ ପରିବାର ବାଦ ହେବ। ତେବେ ପରିବାରବାଦ ରାଜନୀତି ବନ୍ଦ କରିଛନ୍ତି ଲୋକେ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।