ଅଧିକ ପଢ଼ନ୍ତୁ ରାଜନୀତି ଖବର
ଅର୍ଗସ ବ୍ୟୁରୋ: କହି କହି ଥକିଲାଣି ଗଣମାଧ୍ୟମ, କହି କହି ଥକିଲେଣି ଜନତା। ଏଣିକି ମୌନ ପ୍ରତିବାଦ। କାନ ଖୋଲି ଶୁଣୁନ ଯଦି, ଆଖି ଖୋଲି ଦେଖ, ଭଲରେ ପଢ। ଦର୍ଶକବନ୍ଧୁ ଏ କଥା କହିବା ପାଇଁ ଆମେ ଆପଣଙ୍କ ସ୍କ୍ରିନରେ ବିଜେପିର ରାଜ୍ୟ ମୁଖପାତ୍ର ଅନିଲ ବିଶ୍ବାଳଙ୍କ ଗୋଟିଏ ଭିଡିଓ ଦେଖାଉଛୁ। ଯେଉଁଥିରେ ରତ୍ନଭଣ୍ଡାର ଖୋଲାଯିବା ନେଇ ଓଡ଼ିଶାବାସୀଙ୍କ ଉଦବେଗକୁ ସେ ପ୍ରକାଶ କରିଛନ୍ତି। ନିଜେ ମୌନ ରହି ଗୋଟିଏ ପରେ ଗୋଟିଏ ପୃଷ୍ଠାରେ ଓଡ଼ିଆ ଅସ୍ମିତାର କ୍ଷୋଭକୁ ବଖାଣିଛନ୍ତି। ସିଏ ଯାହା ଦେଖାଉଛନ୍ତି ଆମେ ଆପଣଙ୍କୁ କ୍ରମାନ୍ବୟରେ ସେ କଥା କହୁଛୁ।
- ଶ୍ରୀ ଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାର ସୁରକ୍ଷା ଦିଅନ୍ତୁ
- ରତ୍ନଭଣ୍ଡାର ହେଉଛି ଶ୍ରୀମନ୍ଦିରର କୋଷାଗାର ବା ଟ୍ରେଜେରୀ
- ହେଲେ ଏହି ଭଣ୍ଡାରର ଚାବି ହଜିଯାଇଛି, ତାହା ପୁଣି ୨୦୧୮ରୁ
- ଯାହା ପାଇଁ ଚିନ୍ତାରେ ଗଜପତି
- ଚିନ୍ତାରେ ଶଙ୍କରାଚାର୍ଯ୍ୟ
- ଚିନ୍ତାରେ ସେବାୟତ
- ଓଡ଼ିଶାବାସୀ ବି ଚିନ୍ତିତ, ବିଶ୍ବଯାକର ଭକ୍ତ ବି ଚିନ୍ତିତ
- asi ବି ଚିନ୍ତତ
- ହେଲେ ନିଶ୍ଚିନ୍ତରେ ଅଛନ୍ତି ତ କେବଳ ରାଜ୍ୟ ସରକାର
- ନିଦାବିଷ୍ଣୁ ସାଜିଛନ୍ତି ନବିନ ପଟ୍ଟନାୟକ, ଆମ ମୁଖ୍ୟମନ୍ତ୍ରୀ
- କୁଆଡେ ଗଲା ନ୍ୟାୟିକ ତନ୍ତନ୍ତ ରିପୋର୍ଟ
- କାହିଁକି ରତ୍ନଭଣ୍ଡାର ଖୋଲିବାକୁ ଡରୁଛନ୍ତି ରାଜ୍ୟ ସରକାର
- ହାଇକୋର୍ଟରେ ଆଫିଡେଭିଟ୍ ଦାଖଲକୁ ଏତେ ଡର କାହିଁକି ?
- ଲୋକଙ୍କ ପ୍ରଶ୍ନ, ଲୁଟ୍ ହେଇଛି କି ରତ୍ନ ଭଣ୍ଡାର ?
- ଆସନ୍ତୁ, ହାତ ମିଳାନ୍ତୁ, ଆମ ରତ୍ନଭଣ୍ଡାକୁ ସୁରକ୍ଷିତ ରଖନ୍ତୁ
ରତ୍ନଭଣ୍ଡାର ଆମ ଜଗନ୍ନାଥ ସଂସ୍କୃତିର ସବୁଠାରୁ ବଡ ଆଧାର। ଆମ ଅତିତ ରାଜନୀତି ଦୃଶ୍ୟପଟ୍ଟର ଶେଷ ସନ୍ତକ। ଏହାର ସୁରକ୍ଷା ଆମର ଅରମ କର୍ତ୍ତବ୍ୟ।
ଅଧିକ ପଢ଼ନ୍ତୁ ରାଜନୀତି ଖବର
ନୂଆଦିଲ୍ଲୀ: ବ୍ରିଟେନରେ ଲାଗିବ ସିଗାରେଟ କିଣା ଉପରେ କଟକଣା। ସିଗାରେଟ ମୁକ୍ତ ହେବ ବ୍ରିଟେନ! ଯୋଜନା କରୁଛନ୍ତି ଋଷି ସୁନକ କିଶୋର ବୟସର ପିଲା ଯେପରି ସିଗାରେଟ ନିଶାରେ କବଳିତ ହେବେ ନାହିଁ, ସେ ଉପରେ ଚିନ୍ତା କରୁଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସରକାର ।
ବ୍ରିଟେନ୍ ସରକାରୀ ତଥ୍ୟ ଅନୁଶାରେ ପ୍ରକାଶ ପାଇଥିବା ରିପୋର୍ଟରେ ମନ୍ତ୍ରୀ ସୁନକ ପରବର୍ତ୍ତୀ ପିଢ଼ି ଯେପରି ସିଗାରେଟ ବ୍ୟବହାର କରିପାରିବେ ନାହିଁ ସେଥିପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଯୋଜନା କରୁଛନ୍ତି।
ଅଧିକ ପଢନ୍ତୁ ବିଦେଶ ଖବର
ଅର୍ଗସ ବ୍ୟୁରୋ: ବଲିଉଡରେ ଜଣକ ପରେ ଜଣଙ୍କର ମ୍ୟାରେଜ। ପ୍ରଥମେ କ୍ୟାଟ୍ରିନା କୈଫ ଏବଂ ବିକି କୌଶଲ ବିବାହ କରିଥିଲେ। ଏମାନଙ୍କ ପରେ ସୁନୀଲ ସେଟ୍ଟୀଙ୍କ ଏକମାତ୍ର କନ୍ୟା ଆଥୀୟା ସେଟ୍ଟୀ ଇଣ୍ଡିଆନ କ୍ରିକେଟର କେ.ଏଲ ରାହୁଲଙ୍କୁ ବିବାହ କରିଥିଲେ। ତେବେ ବଲିଉଡ ସେଲିବ୍ରିଟି ମାନେ ନିଜର ବିବାହକୁ ଏକଦମ ସିକ୍ରେଟଲି କରିବାକୁ ଚାହୁଁଛନ୍ତି। ଆଉ ସମସ୍ତଙ୍କର ପ୍ରାୟତଃ ପସନ୍ଦ ରହୁଛି ରାଜସ୍ଥାନର ଉଦୟପୁର ଏବଂ ଜୟପୁରରେ ଥିବା ସୁନ୍ଦର ସୁନ୍ଦର ପ୍ୟାଲେସରେ ନିଜର ମ୍ୟାରେଜ କରିବା।
ଆଜି ଆମେ କହୁଛୁ ମୋଷ୍ଟ ପପୁଲାର କପଲ ପରିଣୀତି ଚୋପ୍ରା ଏବଂ ରାଘବ ଚଡ୍ଡାଙ୍କ କଥା। ରବିବାର ରାଜସ୍ଥାନ ଉଦୟପୁରରେ ହେବ ଚଳିତବର୍ଷର ବହୁ ଚର୍ଚ୍ଚିତ ବାହାଘର ।ଏହି ବିବାହରେ ରହିଛି ଅନେକ ଥିମ ଏବଂ ନିୟମ। କାହିଁକିନା ଫଟୋ କିମ୍ବା ଭିଡିଓ ବାହାରେ ଲିକ ନ ହେବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଛି। ମ୍ୟାରେଜ ଫଙ୍କସନରେ ଯୋଗ ଦେଉଥିବା ଅତିଥିମାନଙ୍କ ମୋବାଇଲ ଫୋନ ଉଭୟ ପ୍ରବେଶ ଏବଂ ବାହାରକୁ ଯିବାବେଳେ ଯାଞ୍ଚ କରାଯିବ। ଏଥିପାଇଁ ଏକ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ହୋଟେଲରେ ଏଣ୍ଟ୍ରି କରୁଥିବା ଲୋକଙ୍କ ମୋବାଇଲ କ୍ୟାମେରାରେ ଏକ ବ୍ଲ୍ୟୁ ଟେପ ଲଗାଯିବ। ବିବାହରେ କୌଣସି ଭିଡିଓ ଫଟୋଗ୍ରାଫି କରିପାରିବେ ନାହିଁ।
ରାଜନେତା ରାଘବ ଚଡ୍ଡାଙ୍କ ହାତ ଧରିବେ ଅଭିନେତ୍ରୀ ପରିଣୀତି ଚୋପ୍ରା । ଡେଷ୍ଟିନେସନ ୱେଡିଂ ପାଇଁ ରାଜସ୍ଥାନ ଉଦୟପୁରକୁ ବାଛିଛନ୍ତି ଦୁହେଁ। ଶୁକ୍ରବାରଠୁ ଏଠାରେ ବରକନ୍ୟାଙ୍କ ସମେତ ଅତିଥି ପହଞ୍ଚିଲେଣି । ଉଦୟପୁର ବିମାନବନ୍ଦରରେ ଯେତେବେଳେ ରାଘବ ପହଞ୍ଚିଥିଲେ ସେତେବେଳେ ତାଙ୍କୁ ଚିହ୍ନିବା ମୁସ୍କିଲ ହୋଇପଡିଥିଲା । ପ୍ରାୟତଃ ନେତା ପୋଷାକ ପରିଧାନରେ ରାଘବଙ୍କୁ ଦେଖିବାକୁ ମିଳେ କିନ୍ତୁ ଆଜି କିଛି ଏଭଳି ଅନ୍ଦାଜରେ ସେ ନଜର ଆସିଥିଲେ । ଜିନ୍ସ ସହ କଳା ଟି-ସର୍ଟରେ ରାଘକଙ୍କ ଲୁକ ବେଶ ପସନ୍ଦ କରୁଛନ୍ତି ଫ୍ୟାନମାନେ। ପଛକୁ ପଛ ବିମାନବନ୍ଦରରେ ପହଞ୍ଚିଥିଲେ ପରୀଣୀତି । ଏଠାରେ ଉଭୟଙ୍କୁ ଜୋରଦାର ସ୍ୱାଗତ ମିଳିଥିଲା । ଦିଲ୍ଲୀରେ ଅନ୍ୟାନ୍ୟ କାମ ଶେଷ କରି ଉଦୟପୁରରେ ଉଭୟଙ୍କ ପରିବାର ଓ ହାତଗଣତି କିଛି ଅତିଥି ପହଞ୍ଚିଛନ୍ତି।
ଆଜିଠୁ ୩ଦିନ ଧରି ଚାଲିବ ବାହାଘର କାର୍ଯ୍ୟକ୍ରମ । ପରେ ଦିଲ୍ଲୀରେ ହେବ ଗ୍ରାଣ୍ଡ ରିସେପସନ ପାର୍ଟି । କିଛି ଦିନ ପୂର୍ବରୁ ରାଘବ ଓ ପରିଣୀତିଙ୍କ ପ୍ରେମ ସମ୍ପର୍କ କଥା ସାମ୍ନାକୁ ଆସିଥିଲା । ଏହା ପରେ ଉଭୟ ୩ମାସ ପୂର୍ବରୁ ନିର୍ବନ୍ଧ କରି ନିଜ ସମ୍ପର୍କକୁ ସ୍ବୀକୃତି ଦେଇଥିଲେ । ଆଉ ଏବେ ବିବାହ କରି ସାତଜନ୍ମ ପାଇଁ ସାଥୀ ପାଲଟିବେ ରାଘବ ଓ ପରିଣୀତି।
ଆହୁରି ପଢ଼ନ୍ତୁ ମନୋରଞ୍ଜନ ଖବର...
ଅର୍ଗସ ବ୍ୟୁରୋ: ସାଉଥ ଅଭିନେତା ଅଭିନେତ୍ରୀଙ୍କର ବହୁତ ଫ୍ୟାନ। ସେ ଅଭିନେତା ହୁଅନ୍ତୁ କି ଅଭିନେତ୍ରୀ ହୁଅନ୍ତୁ ସମସ୍ତେ ଫ୍ୟାନଙ୍କ ହୃଦୟରେ ରାଜ କରନ୍ତି। ଫ୍ୟାନମାନେ ଇମୋସନାଲି ଆଟାଚଡ ମଧ୍ୟ ହୋଇଥାନ୍ତି। ଆଜି ଆମେ କହୁଛୁ ସାଉଥ ଅଭିନେତ୍ରୀ ସାଇ ପଲ୍ଲବୀଙ୍କ କଥା ଯାହାଙ୍କ ଫ୍ୟାନ ଫଲୋଇଙ୍ଗ ଖୁବ ଅଧିକ। କାରଣ ସାଇଙ୍କ ସବୁ ଫିଲ୍ମ ସୁପରଡୁପର ହିଟ ହୋଇଥାଏ। ଭଲ ଭଲ ଫିଲ୍ମ ଦର୍ଶକଙ୍କୁ ଭେଟି ଦିଅନ୍ତି। ସାଇଙ୍କ ଅଭିନୟ ମଧ୍ୟ ସବୁ ମୁଭିରେ ଜବରଦସ୍ତ ହୋଇଥାଏ। ତାଙ୍କ ସିମ୍ପଲ ଲୁକ୍ସର ସଭିଏଁ ଦିଓ୍ବାନା। ସୋସିଆଲ ମିଡିଆରେ ସାଇ ପଲ୍ଲବୀଙ୍କୁ ନେଇ ଗୋଟିଏ କଥା ଏବେ ଭାରି ଭାଇରାଲ ହେବାରେ ଲାଗିଛି। ସାଇ ପଲ୍ଲବୀ ବିବାହ କରିସାରିଛନ୍ତି।
ଆପଣ ଜାଣିଛନ୍ତି ନା ନାହିଁ। ତାଙ୍କର ଏହି ଫଟୋ ଏବେ ଟ୍ରେଣ୍ଡିଂରେ। ତେବେ ଖବରଟି ସମ୍ପୂର୍ଣ୍ଣ ଗୁଜବ କହି ସାଇ ଆଜି ମୁହଁ ଖୋଲିଛନ୍ତି।
ସାଇ ପଲ୍ଲବୀ ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଏକ ଜଣାଶୁଣା ନାମ। ତାଙ୍କର ସରଳତା, ଅଭିନୟ ଏବଂ ନାଚୁରାଲ ବିୟୁଟି ହେତୁ ସେ ଲକ୍ଷ ଲକ୍ଷ ହୃଦୟରେ ରାଜ୍ କରନ୍ତି। ସବୁବେଳେ ନିଜ ପେସାଦାର ଜୀବନକୁ ନେଇ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ ଏବେ ତାଙ୍କର ଏକ ଭାଇରାଲ୍ ଫଟୋକୁ ନେଇ ଚର୍ଚ୍ଚାରେ ଅଛନ୍ତି। କିଛି ଦିନ ତଳେ ଜଣେ ଚଳଚ୍ଚିତ୍ର ନିର୍ମାତାଙ୍କ ସହ ତାଙ୍କର ଫଟୋ ଭାଇରାଲ ହୋଇଥିଲା। ଫଟୋରେ ଦୁହେଁ ଫୁଲମାଳ ପକାଇଥିବା ଦେଖାଯାଇଥିଲା। ଏହି ଫଟୋ ଦେଖି ଦୁହେଁ ଲୁଚି ଲୁଚି ବିବାହ କରିସାରିଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ହେଲେ ଏବେ ସାଇ ଏହି ଭାଇରାଲ ଫଟୋକୁ ନେଇ ନିଜର ନୀରବତା ଭାଙ୍ଗିଛନ୍ତି। ଆଉ ଲୋକଙ୍କ ଉପରେ ବର୍ଷିଛନ୍ତି।
ସାଇ ପଲ୍ଲବୀ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି ଯେଉଁଥିରେ ସେ ଭାଇରାଲ ଫଟୋ ଶେୟାର କରିଥିବା ଦେଖାଯାଇଛି। ଏହି ଫଟୋରେ ସାଇ ପଲ୍ଲବୀ ଏବଂ ନିର୍ଦ୍ଦେଶକ ରାଜକୁମାର ପେରିୟାସାମୀଙ୍କ ବେକରେ ଫୁଲମାଳ ପଡ଼ିଥିବାର ଦେଖାଯାଇଛି। ଏହି ଫଟୋ ଶେୟାର କରି ସାଇ ଲେଖିଛନ୍ତି, ‘ସତ କହିବାକୁ ଗଲେ ମୁଁ ଗୁଜବ ବିଷୟରେ ଚିନ୍ତା କରେ ନାହିଁ। କିନ୍ତୁ ଏହି ଗୁଜବ ମୋ ପରିବାର ଏବଂ ସାଙ୍ଗମାନଙ୍କ ଉପରେ ପ୍ରଭାବ ପକାଇଛି। ତେଣୁ ମୁଁ ସ୍ପଷ୍ଟ କରୁଛି। ମୋ ଚଳଚ୍ଚିତ୍ର ଏସକେ-୨୧ର ପୂଜା ସମାରୋହରେ ଉଠାଯାଇଥିବା ଗ୍ରୁପ ଫଟୋକୁ କାଟି ଖରାପ ଉଦ୍ଦେଶ୍ୟରେ ଏହାକୁ ଶେୟାର କରାଯାଇଛି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର