ସିଆରପି ଛକ ମର୍ଡର ଘଟଣା, ମୃତ ବ୍ୟକ୍ତିଙ୍କ ମାଆଙ୍କ ପ୍ରତିକ୍ରିୟା...
ସମ୍ବଲପୁର: ଅନ୍ନଦାତାଙ୍କ ପାଇଁ ବିଜେପିର ଚାଷୀ ଅଧିକାର ରାଲି । ଥାନାରେ ରାତି କାଟିଲେ ବିଜେପି ନେତା । ରାଜ୍ୟ ସରକାର ଧାନ ଉଠାଇବା ନିଷ୍ପତ୍ତି ନନେବା ଯାଏଁ ଥାନା ଛାଡ଼ିବାକୁ ଅରାଜି ରହିଛନ୍ତି ବିଜେପି ନେତୃବୃନ୍ଦ । ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ,ସାଂସଦ ସୁରେଶ ପୂଜାରି, ବିଧାୟକ ଜୟନାରାୟଣ ମିଶ୍ର, ଆଦି ବିଜେପି ନେତା ସମ୍ବଲପୁର ଟାଉନ ଥାନା ପରିସରରେ ରାତି କଟାଇଛନ୍ତି ।
ଗତକାଲି ଦିନ 11ଟାରେ ସମ୍ବଲପୁରରେ RDC ଅଫିସ ଘେରାଉ ଉଦ୍ୟମ ବେଳେ ବିଜେପି ନେତାଙ୍କୁ ପୋଲିସ ଉଠାଇ ନେଇଥିଲା । ଗତକାଲି ରାଜ୍ୟ ସରକାରଙ୍କ ଚାଷୀ ମାରଣ ନୀତି ବିରୋଧରେ ସମ୍ବଲପୁରରେ ଏକାଠି ହୋଇଥିଲେ ସମସ୍ତେ ।
ମଣ୍ଡିରେ ଅବ୍ୟବସ୍ଥା ଦୂର କରିବା, ଟୋକନ ବ୍ୟବସ୍ଥାରେ ସୁଧାର, କଟନଛଟନିକୁ ରୋକାଯାଉ, ତୁରନ୍ତ ଚାଷୀଙ୍କଠୁ ରାଜ୍ୟ ସରକାର ଧାନ କିଣିବା ଦାବିରେ ବିଜେପି ରଣ ହୁଙ୍କାର ଦେଇଛି । ମଣ୍ଡି ଓ ଟୋକନ ସମସ୍ୟା ସହ କଟନି ଛଟନିକୁ ବନ୍ଦ କରିବାକୁ ଦାବି କରୁଛି ଦଳ ।