ଏତେ ଦିନ ଭିତରେ ତଦନ୍ତ ନେଇ କିଛି ତଥ୍ୟ ଦେଲାନି ସରକାରଙ୍କ କ୍ରାଇମବ୍ରାଞ୍ଚ । ଆଉ ହାତରେ ମାତ୍ର 2 ଦିନ ଥିବା ବେଳେ ଆଜି ଚାର୍ଜସିଟ ଦେଇଛନ୍ତି । ହେଲେ ବିରୋଧୀ ଦଳ ପକ୍ଷରୁ ଯେଉଁ ମାନଙ୍କ ନାମ ବିଧାନସଭାରେ ଉଠାଯାଇଥିଲା ସେମାନଙ୍କୁ କାହିଁକି ତଦନ୍ତ ପରିସର ଭିତରକୁ ନେଲେନି ବୋଲି ପ୍ରଶ୍ନ କରିଛି ଦଳ । ଏହାସହ ସାଇବର କ୍ରାଇମ, ରାସ୍ତା ଦୁର୍ଘଟଣା, ଚୋରି, ଶିଶୁ ଅପହରଣରେ ରାଜ୍ୟ ନମ୍ବର ୱାନ । ପ୍ରତି ଅଢେଇ ଘଣ୍ଟାରେ ଗୋଟିଏ ମର୍ଡ଼ର ଆଉ ରେପ୍ ସହ ଦିନକୁ ଦିନ କ୍ରାଇମ ବଢୁଛି । ବିଜେଡ଼ି ନେତା ଓ ମନ୍ତ୍ରୀଙ୍କ ନାଁରେ ମାମଲା ବଢୁଛି । ଅପରାଧିକ ମାମଲା ଥିବା ନେତାଙ୍କୁ ୯ଟି ଜିଲ୍ଲାର ଦାୟୀତ୍ଵ ଦେଇ ଉପହାର ଦେଉଛନ୍ତି ମୁଖ୍ୟମନ୍ତ୍ରୀ ବୋଲି ଅଭିଯୋଗ କରିଛି ବିଜେପି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: