ବିଜେଡ଼ି ବିରୋଧରେ ତୀବ୍ର ଅସନ୍ତୋଷ ଅଛି । ସେମାନେ ମ୍ୟାନେଜ କରି ନିର୍ବାଚନ ଜିତୁଛନ୍ତି । ବିଜେଡ଼ିରେ ଯେଉଁମାନେ ଗୁଣ୍ଡାଗର୍ଦ୍ଦି କରୁଛନ୍ତି ଏବଂ ଯେଉଁ ସରକାରୀ ଅଧିକାରୀମାନେ ବିଜେଡ଼ି ପାଇଁ କାମ କରୁଛନ୍ତି ସେମାନେ ସତର୍କ ରୁହନ୍ତୁ । ଏମିତି ଲଢେଇ ହେବ କେହି କେବେ କଳ୍ପନା କରିନଥିବେ ବୋଲି ବିଜେପି ପ୍ରାଦେଶିକ ପ୍ରଶିକ୍ଷଣ ଶିବିରରେ କହିଛନ୍ତି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ।
ରାଜ୍ୟରେ ସରକାର ଗଠନ ପାଇଁ ଜୋରଦାର କସରତ ଆରମ୍ଭ କରିଦେଇଛି ଦଳ । ସାଙ୍ଗଠନିକ ସ୍ଥିତି ମଜବୁତ କରିବା ଠାରୁ ଆରମ୍ଭ କରି କେନ୍ଦ୍ରୀୟ ଯୋଜନାର ସଫଳତା ଏବଂ ରାଜ୍ୟ ସରକାରଙ୍କ ବିଫଳତାକୁ ତୃଣମୂଳ ସ୍ତରରେ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ନେତା ଓ କର୍ମୀଙ୍କୁ ପ୍ରଶିକ୍ଷଣ ଶିବିରରେ ମନ୍ତ୍ର ଦେଉଛନ୍ତି ଦଳର କେନ୍ଦ୍ରୀୟ ନେତୃତ୍ୱ ।
ତିନି ଦିନିଆ ପ୍ରଶିକ୍ଷଣ ଶିବିରରେ ମୋଟ 15ଟି ସେସନ ରହିଥିବା ବେଳେ ଗତକାଲି 5ଟି ସେସନ ସରିଛି । ଏବଂ ଆଜି 6ଟି ସେସନରେ ବିଭିନ୍ନ ଦିଗକୁ ନେଇ କାର୍ଯ୍ୟକର୍ତ୍ତାଙ୍କୁ ପ୍ରଶିକ୍ଷଣ ଦିଆଯିବ । ଆଉ 15 ତାରିଖ ଅର୍ଥାତ ଶେଷ ଦିନ 4ଟି ସେସନରେ ଦଳର କର୍ମକର୍ତ୍ତା ମାନଙ୍କୁ ତାଲିମ ମିଳିବ ।
ରାଜନୀତି ଖବର ଆହୁରି ପଢନ୍ତୁ ।