15 ଦିନ ବସିବା ପରେ ସରକାର ଆଲୋଚନା ପାଇଁ ଆସିଲେ ନାହିଁ । ତେଣୁ ବିଜେପି ବାଧ୍ୟ ହୋଇ ଗତକାଲି ବିଧାନସଭା ଘେରାଉ କରିବା ପାଇଁ ବାଧ୍ୟ ହେଲା । ହେଲେ ଗତକାଲି ବିଧାନସଭା ମଧ୍ୟ ବନ୍ଦ ହୋଇଗଲା । ଇନପଟ ସବସିଡି, ଫସଲ ବୀମା, ମଣ୍ଡି ଅବ୍ୟବସ୍ଥା ଆଦି ଚାଷୀଙ୍କ ସମସ୍ୟାର ସମାଧାନ କରୁନାହାନ୍ତି ରାଜ୍ୟ ସରକାର ।
ଭୁବନେଶ୍ୱରରୁ ସତ୍ୟାଗ୍ରହ ସ୍ଥାନାନ୍ତରିତ ହୋଇ ସମସ୍ତ ବ୍ଲକ ଓ ଜିଲ୍ଲା ସ୍ତରକୁ ଯିବ । ନିର୍ଦ୍ଧାରିତ ସମୟ ପୂର୍ବରୁ ବନ୍ଦ ହେଲା ବିଧାନସଭା ଶୀତ କାଳୀନ ଅଧିବେଶନ । ରାଜ୍ୟ ସରକାର ଜାଣିଶୁଣି ବନ୍ଦ କଲେ । ସରକାର ପଳାୟନ ପନ୍ଥୀ ହୋଇ ବିଧାନସଭାକୁ ମୁଲତବୀ କରିଛନ୍ତି । ସରକାର କେମିତି ଆଗୁଆ ଗୃହକୁ ବନ୍ଦ କରିଦେଲେ । ଆଗାମୀ ଦିନରେ ଏ କଥାକୁ ନେଇ ଲୋକଙ୍କ ପାଖକୁ ଯିବ ।
ଦ୍ବିତୀୟ ଦିନରେ ବିଜେପି ଚାଷୀ ସମସ୍ୟା ପ୍ରସଙ୍ଗ ଉଠାଇଥିଲା । ବ୍ୟୟ ମଞ୍ଜୁରୀ ବିଲ ପାସ ହେଲା ବେଳେ ଅର୍ଥ ମନ୍ତ୍ରୀ ନଥିଲେ । ସେହିପରି ଅନ୍ୟ ବିଭାଗୀୟ ମନ୍ତ୍ରୀ ମାନେ ବିଧାନସଭାରେ ଉପସ୍ଥିତ ନ ରହିବା ଏବଂ ମୁଖ୍ୟମନ୍ତ୍ରୀ ମଧ୍ୟ ବିଧାନସଭାରେ ନରହି ପ୍ରଚାରକୁ ଯିବା ଦୁର୍ଭାଗ୍ୟଜନକ ।
ପଦ୍ମପୁରରେ ଚାଷୀ ମାନେ ଧାରଣାରେ ବସିଥିଲେ । ବିଧାନସଭା ସମ୍ମୁଖରେ ମଧ୍ୟ ବିଜେପି ସତ୍ୟାଗ୍ରହରେ 16 ଦିନ ହେଲା ବସିଛି । ବିଧାନସଭାକୁ ନ ଚାଲିବା ପାଇଁ ଶାସକ ଦଳ ଚକ୍ରାନ୍ତ କରିଥିଲା । ଆଶା, ଅଙ୍ଗନବାଡ଼ି, ଶିକ୍ଷକ ଆଦି ଅନେକ ସଙ୍ଗଠନ ଆନ୍ଦୋଳନ କରୁଥିଲେ । କୃଷି ମନ୍ତ୍ରୀ, ଅର୍ଥ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ମଧ୍ୟ ଗୃହକୁ ଆସି ଉତ୍ତର ଦେଲେନାହିଁ ।