ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସ୍ୱାଗତ ଓ ସମ୍ବର୍ଦ୍ଧନା ସଭାରେ ଯୋଗ ଦେଇ ଶ୍ରୀ ସାମଲ କହିଛନ୍ତି ଯେ, କଂଗ୍ରେସ ଦଳର ଅନ୍ୟାୟ, ଅତ୍ୟାଚାର, ଦୁର୍ନୀତି ବିରୁଦ୍ଧରେ ଲଢିବାକୁ ଯାଇ ବିଜୁ ଜନତା ଦଳର ପ୍ରତିଷ୍ଠା ହୋଇଥିଲା । ଆଜି ତାଠୁ ବହୁ ଅଧିକ ଗୁଣା ଭୟାନକ ଓ ବିସ୍ପୋରକ ସ୍ଥିତି ବିଜେଡି ଶାସନରେ ଦେଖାଯାଇଛି । ବିଜେଡି କଂଗ୍ରେସ ଦଳକୁ ବଳିଗଲାଣି । ଓଡିଶାରେ ସବୁକିଛି
ଥାଇ ସୁଦ୍ଧା ଓଡିଆ ଆଜି ଗରୀବ । ଶାସନ ବ୍ୟବସ୍ଥା ସ୍ଥାଣୁ ପାଲଟିଯାଇଛି । ଗଣତନ୍ତ୍ର ବିପଦରେ । ବର୍ତମାନ ବିଜେଡି ସରକାରକୁ ତଡିବାର
ସମୟ ଆସିଯାଇଛି । ଜନବିରୋଧୀ, ବିକାଶବିରୋଧୀ ବିଜେଡି ସରକାରକୁ ହଟାଇବା ହେଉଛି ଆମର ଏକ ମାତ୍ର ଲକ୍ଷ୍ୟ । ୨୦୦୦
ମସିହାରେ କଂଗ୍ରେସ ଦଳକୁ ହଟାଇବା ପାଇଁ ଶପଥ ନେଇଥିଲୁ, ଏବେ ବିଜେଡିକୁ ହଟାଇବା ପାଇଁ ଶପଥ ନେଉଛୁ । ଦୀର୍ଘ ୨୩ ବର୍ଷର ଦୁର୍ନୀତିଖୋର, ଭ୍ରଷ୍ଟାଚାରୀ ବିଜେଡି ସରକାର ବିରୁଦ୍ଧରେ ଲଢିବା, ଜିତିବା ଏବଂ ଏକ ନୂତନ ଇତିହାସ ସୃଷ୍ଟି କରିବା ।
ସାଢେ ଚାରି କୋଟି ଓଡିଆଙ୍କ ସ୍ୱର ପାଲଟିବ ବିଜେପି ବୋଲି ଶ୍ରୀ ସାମଲ କହିଛନ୍ତି ।
ଓଡିଶାରେ ଆମକୁ ଅନ୍ୟ ରାଜନୈତିକ ଦଳ ଅତୀତରେ ସାଇନବୋର୍ଡ ପାର୍ଟୀ ବୋଲି କହିଥିବାବେଳେ ବିଜେପିର ଭୋଟ ଆଜି
୩୯ ପ୍ରତିଶତରେ ପହଂଚିଛି । ସଂଘର୍ଷରୁ ଆମ ଦଳ ଏହି ସ୍ଥାନରେ ପହଂଚିପାରିଛି । ବର୍ତମାନ ସମୟ ବଦଳି ଯାଇଛି । ସାଧାରଣ ଲୋକ
ଏଥର ନିର୍ବାଚନ ଲଢିବେ ଏବଂ ସେମାନେ ସରକାର ଗଠନ କରିବେ । ଆମ ଦଳର ପୋଷ୍ଟର ମାରୁଥିବା ସାଧାରଣ କାର୍ଯ୍ୟକର୍ତାଟି ନବୀନ ପଟ୍ଟନାୟକଙ୍କଠାରୁ ଭଲ ଶାସନ ଦେବାକୁ ସକ୍ଷମ ବୋଲି ଶ୍ରୀ ସାମଲ କହିଛନ୍ତି । ରାଜ୍ୟରେ ରାଜନୈତିକ ସିଷ୍ଟମକୁ ବିଜେଡି ନଷ୍ଟ କରିଦେଇଛି । ବିଜେଡି ସରକାରରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ସଚିବଙ୍କ ଦେଖା
ମିଳୁ ନାହିଁ । କୃଷି, ଶିଳ୍ପ, ପର୍ଯ୍ୟଟନ, ଜଳସେଚନ ଆଦି କ୍ଷେତ୍ରରେ ଓଡିଶା ଆଜି ବହୁ ପଛରେ ପଡିଯାଇଛି । ଦାଦନ, କଟନୀ-ଛଟନୀରେ
ଶିକାର ଆଜି ରାଜ୍ୟବାସୀ । ବିରୋଧୀଙ୍କୁ ପୋଲିସ ପ୍ରଶାସନର ଅପବ୍ୟବହାର କରି ମିଛ କେସ୍ରେ ଜେଲରେ ଭର୍ତି କରାଯାଉଛି । ୨୩
ଜଣ ଯୁବ କାର୍ଯ୍ୟକର୍ତାଙ୍କୁ ମିଛ କେସରେ ଜେଲରେ ବର୍ତି କରିଦିଆଯାଇଛି । ଲଢେଇ ଆରମ୍ଭ ହୋଇସାରିଛି । ରାଜ୍ୟବାସୀ ବିକଳ୍ପ ସରକାର
ଖୋଜୁଛନ୍ତି । ରାଜ୍ୟର ସାମୁହିକ ବିକାଶ ପାଇଁ ଆମ ପାଖରେ ସୁଦୃଢ ନକ୍ସା ପ୍ରସ୍ତୁତ ଅଛି । ଆମେ ଶୋଇବୁ ନାହିଁ କି ରାଜ୍ୟ ସରକାରଙ୍କୁ
ଶୋଇବାକୁ ଦେବୁ ନାହିଁ ବୋଲି ଶ୍ରୀ ସାମଲ କହିଛନ୍ତି ।
ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେଇ ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ନବନିଯୁକ୍ତ ରାଜ୍ୟ ସଭାପତିଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ଗତ ୨୦୨୦ ମସିହା ଜାନୁଆରୀ ୧୭ ତାରିଖ ଦିନ ଦାୟୀତ୍ୱ ଗ୍ରହଣ କରିବା ପରେ
କାର୍ଯ୍ୟକର୍ତାଙ୍କ ସହଯୋଗରେ ଦଳର ସଂଗଠନକୁ ସଶକ୍ତ କରିବା ପାଇଁ କାର୍ଯ୍ୟ କରିଛନ୍ତି । ନମନିଯୁକ୍ତ ରାଜ୍ୟ ସଭାପତି ଶ୍ରୀ ସାମଲ ଏବଂ ବିରୋଧୀ ଦଳ ନେତା ଶ୍ରୀ ଜୟନାରାୟଣ ମିଶ୍ରଙ୍କ ନେତୃତ୍ୱରେ ଆମେ ସମସ୍ତେ ଏକାଠି ହୋଇ ବିଜେଡି ସରକାରକୁ ଓପାଡି ଫୋପାଡିବା ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ରାଜ୍ୟବାସୀଙ୍କ ପାଖରେ କୈାଣସି ଉତର ରଖିବା ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କର ଦକ୍ଷତା କି ସାହସ ନାହିଁ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: