ବିଜେପି ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ କହିଛନ୍ତି, ରାଜ୍ୟରେ ଲମ୍ବା ସମୟ ଧରି ଚାଷୀ ଅବହେଳିତ ହୋଇଛନ୍ତି । ଓଡିଶା ଏକ ମାତ୍ର ରାଜ୍ୟ ଚାଷୀଙ୍କୁ ପ୍ରୋତ୍ସାହନ ମିଳେ ନାହିଁ । ସରକାର ଚାଷୀ କେମିତି ଚାଷ କରିବ ଭାବନ୍ତି ନାହିଁ । ସାଟି ଫାଇଡ ସିଲଡ଼ ଚାଷୀ ହାତକୁ ଯାଏ ନାହିଁ । ଭଲ ବିହନ ଚାଷୀ ପାଇଁ ସ୍ୱପ୍ନ ପାଲଟିଛି ।
ପଞ୍ଜାବ ଚାଷୀ ଆମ ଚାଷୀଠୁ ଦେଢ଼ରୁ ଦୁଇ ଗୁଣ ଅଧିକ । ଆଳୁ ମିଶନ ପିଆଜ ମିଶନ ନାଁ ରେ ବାହା ବାହା ନେଲେ ହେଲେ ସବୁ ଫେଲ ମାରିଛି । ଦୁର୍ଭାଗ୍ୟ ଯୋଗୁଁ 2018 ରୁ ଆଜି ପର୍ଯ୍ୟନ୍ତ ଇନପୁଟ୍ ସବସିଡି ଠିକ ଭାବେ ଦେଉନାହାଁନ୍ତି । ଏପରିକି ସରକାର କ୍ଷୟ କ୍ଷତିର ଆକଳନ ମଧ୍ୟ କରୁନାହାନ୍ତି । ରାଜ୍ୟରେ ଭଲ ଶୀତଳ ଭଣ୍ଡାର ନାହିଁ । ଏ ସମସ୍ତ ସମସ୍ୟା ନେଇ ଆସନ୍ତା କାଲି ଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବିଧାନସଭା ଆଗରେ ବିଜେପି ଧାରଣାରେ ବସିବ । ସରକାର ନ ଚେତିଲେ ସାରା ରାଜ୍ୟରେ ଆନ୍ଦୋଳନ ହେବ ବୋଲି କହିଛନ୍ତି ।