ନବଦାସ ହତ୍ୟାକାଣ୍ଡ, ତିର୍ତ୍ତୋଲ ବିଧାୟକଙ୍କ ନାଁରେ ଆସିଥିବା ପ୍ରତାରଣା ଓ ସେକ୍ସ ରାକ୍ୟେଟେ ଚଳାଇବା ଅଭିଯୋଗ, ବାଲେଶ୍ବରରେ ଉପଜିଲ୍ଲାପାଲଙ୍କୁ ବାଲି ମାଫିଆଙ୍କ ଆକ୍ରମଣ ଭଳି ଅନେକ ପ୍ରସଙ୍କ ନେଇ ରାଜ ରାସ୍ତାକୁ ଓହ୍ଲାଇବ ବିଜେପି ।ଆଜି ଭୁବନେଶ୍ୱରରେ ପ୍ରତିବାଦ, 15 ରେ ରାଜ୍ୟର ସମସ୍ତ ବ୍ଲକ ସମ୍ମୁଖରେ ବିକ୍ଷୋଭ ଆଉ 16ରେ ରାଜଭବନ ସାମ୍ନାରେ ଧାରଣା ଦେବ ଦଳ।
ଅଧିକ ପଢନ୍ତୁ: ମାଗଣା ଚାଉଳକୁ ନେଇ ମୁହାଁମୁହିଁ ବିଜେଡି-ବିଜେପି
ଅନ୍ୟପଟେ ବିଜେପି କୁ କାଉଣ୍ଟର କରିବାକୁ କେନ୍ଦ୍ରୀୟ ଅବହେଳା ଅଭିଯୋଗରେ ବି ତିନି ଦିନିଆ ଆନ୍ଦୋଳନ ଡାକରା ଦେଇଛି ବିଜେଡି । ଆଜି ରାଜଭବନ ଆଗରେ ଧାରଣା ଓ ରାଷ୍ଟ୍ରପତି ଙ୍କ ଉଦ୍ଧେଶ୍ୟରେ ରାଜ୍ୟପାଳଙ୍କୁ ଦାବିପତ୍ର, ଆସନ୍ତାକାଲି ପଂଚାୟତ ଅଫିସ ଆଗରେ ଆନ୍ଦୋଳନ ଆଉ 16ରେ ବ୍ଲକ ଅଫିସ ଆଗରେ ବିକ୍ଷୋଭ କରିବ ଦଳ। ତେବେ ଚାଉଳ ଶ୍ରେୟ ବନ୍ଦ ହୋଇଯିବା ପରେ ଏହା ଶାସକ ଦଳର ଶସ୍ତା ରାଜନୀତି ବୋଲି ଅଭିଯୋଗ ହୋଇଛି। ଗୋଟିଏ ପଟେ କେନ୍ଦ୍ର ଅବହେଳା ଅଭିଯୋଗ ଆଣି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଅତିରିକ୍ତ 5 କେଜି ଚାଉଳକୁ ପୁଣି ଦେବା ଲାଗି ଦାବି କରୁଛି ବିଜେଡି ।
କିନ୍ତୁ ଅନ୍ୟପଟେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଥିବା ଅତିରିକ୍ତ 5 କେଜି ଚାଉଳକୁ କାହିଁକି ବନ୍ଦ କରିଦିଆଗଲା ବୋଲି ପ୍ରଶ୍ନ କଲେ ନେତାଙ୍କ ପାଖେ ଉତ୍ତର ନାହିଁ। ଏନେଇ ପ୍ରଶ୍ନ ପଚାରିଲେ ବିଜେଡି ନେତା ଉତ୍ତର ନଦେଇ ଥ ଥ ମ ମ ହୋଇଯାଉଥିବା ଦେଖିବାକୁ ମିଳିଛି।
ଓଡିଶା ନ୍ୟୁଜ ଆହୁରି ପଢନ୍ତୁ