ତିର୍ତ୍ତୋଲ ଏମଏଲଏଙ୍କ କେଳେଙ୍କାରୀ ହେଉ କି ମାହାଙ୍ଗା ଡବଲ୍ ମର୍ଡର ଏପରିକି ଆନନ୍ଦ ଟପ୍ପୋ ମାମଲାରେ ମଧ୍ୟ କୋର୍ଟ କାଠଗଡ଼ାରେ । ତେଣୁ ପୋଲିସକୁ ବଞ୍ଚାଇବା ପାଇଁ ସସ୍ମିତ ଏଭଳି ଅଜବ ଯୁକ୍ତି ରଖୁଥିବା ଅଭିଯୋଗ କରିଛି ବିଜେପି । ତେବେ ଏହା ପୂର୍ବରୁ ବିଜେଡି ସାଂସଦ ସସ୍ମିତ ପାତ୍ର ପ୍ରେସମିଟ୍ କରି ବିଜେପିକୁ ଆଟାକ୍ କରିଥିଲେ ।
ସସ୍ମିତଙ୍କ ନଥିପତ୍ର ଖୋଲି ତାଙ୍କରି ଫାଶରେ ତାଙ୍କୁ ଛନ୍ଦିଛି ବିଜେପି

ଅର୍ଗସ ବ୍ୟୁରୋ: ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କୁ ବିଜେପିର କାଉଣ୍ଟର ଆଟାକ୍ । ସସ୍ମିତଙ୍କ ନଥିପତ୍ର ଖୋଲି ତାଙ୍କରି ଫାଶରେ ହିଁ ତାଙ୍କୁ ଛନ୍ଦିଛି ବିଜେପି । ସସ୍ମିତ ପାତ୍ର ସେହି ବ୍ୟକ୍ତି ଯାହାଙ୍କ ପରିବାର 2008 କନ୍ଧମାଳ ଦଙ୍ଗାରେ ସମ୍ପୃକ୍ତ ରହିଥିଲେ ବୋଲି ଅଭିଯୋଗ କରିଛି ବିଜେପି । ଏବେ ଏବେ ରାଜ୍ୟରେ ପୋଲିସ ଯେଉଁଭଳି ଭାବେ ଏଫଆଇର ନରଖି କୋର୍ଟଙ୍କ ଛାଟ ପରେ ପୁଣି ଏଫଆଇଆର ରଖୁଛି ସେନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପି ବିଧାୟକ ଲଲିତେନ୍ଦୁ ମହାପାତ୍ର ।
Download Argus News App
