ପଦମପୁର ଉପନିର୍ବାଚନରେ ସବୁଠୁ ବିବାଦୀୟ ପ୍ରସଙ୍ଗ ପାଲଟିଛି ଫସଲ ବୀମା ଓ ବରଗଡ଼-ନୂଆପଡ଼ା ରେଳ ପ୍ରକଳ୍ପ। ଉଭୟ ପ୍ରସଙ୍ଗରେ ବିଜେପିକୁ ବଦନାମ କରିବାକୁ ଚେଷ୍ଟା କରିଥିଲା ଶାସକ ବିଜେଡି । କିନ୍ତୁ ଖୋଲି ଯାଇଥିଲା ବିଜେଡିର ମିଛ ପ୍ରଚାରର ଗୁମର । ଏହି ଦୁଇ ପ୍ରସଙ୍ଗରେ ବିଜେଡି ବ୍ୟାକଫୁଟରେ ଥିବା ବେଳେ ବିଜେପି କରିଛି ଯୋରଦାର ପ୍ରହାର । ଉଭୟ ବିଭାଗର କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଇଛି ବିଜେପି । ପାଇକମାଳ ନିର୍ବାଚନୀ ସଭାରେ ରାଜ୍ୟ ସରକାରଙ୍କ ମିଛର ଖୁଲାସା କରିଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର । ଅଶ୍ବିନୀ ପ୍ରଶ୍ନ କରିଛନ୍ତି କେମିତି ବରଗଡ଼- ନୂଆପଡ଼ା ରେଳପଥ ନେଇ ମିଛ କହି ପାରିଲେ ମନ୍ତ୍ରୀ ଟୁକୁନି ସାହୁ । ଆଉ ଚ୍ୟାଲେଞ୍ଜ କରିଛନ୍ତି ରାଜ୍ୟ ସରକାର ଆଜି ଜମି ଦେଲେ କାଲି ଆରମ୍ଭ ହେବ ରେଳ ପ୍ରକଳ୍ପ ।
ସେହିପରି ଫସଲ ବୀମାକୁ ନେଇ ଫସର ଫାଟିଛି ଶାସକ ବିଜେଡିର ମିଛ ପ୍ରଚାର । ଗ୍ରାଉଣ୍ଡରେ ରାଜ୍ୟ ସରକାରଙ୍କ ମିଛ ପେଡ଼ି ଖୋଲିଦେଇଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଫସଲ ବୀମାରେ ନିଜ ଅଂଶ ଦେଇସାରିଛନ୍ତି । ବୀମା କମ୍ପାନୀଙ୍କୁ ଟେଣ୍ଡର ଦେବା କାମ ରାଜ୍ୟର । ରାଜ୍ୟ ସରକାରଙ୍କ ଧିମା ପ୍ରକ୍ରିୟା ଯୋଗୁଁ ଚାଷୀ ନିଜ ହକରୁ ବଞ୍ଚିତ ହୋଇଥିବା କହିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ।
ମିଛ ଘୋଡ଼ାଇବାକୁ ଯାଇ ପୁଣି ପୁରୁଣା ମିଛକୁ ଦୋହରାଇଛି ବିଜେଡି । ଫସଲ ବୀମା ନିୟମ ଅନୁସାରେ, ଚାଷୀ - ବୀମା କମ୍ପାନୀ ବିବାଦରେ ଗଠନ ହେବା କଥା ରାଜ୍ୟ ବୈଷୟିକ ପରାମର୍ଶଦାତା କମିଟି 2020ରେ ଏହି କମିଟି ଗଠନ ପାଇଁ ରାଜ୍ୟକୁ କହିଥିଲା କେନ୍ଦ୍ର । ହେଲେ କମିଟି ଗଠନ କରିବାରେ ଅହେତୁକ ବିଳମ୍ବ କଲା ରାଜ୍ୟ । ଦୁଇ ବର୍ଷ ପରେ ଅର୍ଥାତ ଏହି ବର୍ଷ ସେପମ୍ବେମ୍ବରରେ କମିଟି ଗଠନ କରି କେନ୍ଦ୍ରକୁ ଜଣାଇଲା ରାଜ୍ୟ । ଏହି କମିଟିରେକୃଷି ବିଭାଗର ପ୍ରମୁଖ ଶାସନ ସଚିବଙ୍କ ସମେତ ପ୍ରଶାସନ ଓ ବିଶେଷଜ୍ଞ ମାନେ ରହିବାର ନିୟମ ଥିଲେ ବି ରାଜ୍ୟ ସରାକର ଜଣେ ଡାଇରେକ୍ଟର ପାହ୍ୟାଙ୍କ ଅଫିସରଙ୍କ ଦ୍ବାରା ଏହା କରାଇଥିବାରୁ ହୋଇଥିଲା ସମସ୍ୟା । ସେଥିପାଇଁ ନଭେମ୍ବର ମାସ ପର୍ଯନ୍ତ ଗଡିଥିଲା ଚୂଡାନ୍ତ ନିଷ୍ପତ୍ତି ।
କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଚିଠି ଲେଖି ରାଜ୍ୟ ସରକାରଙ୍କୁ ଏକଥା ପୂର୍ବରୁ ଜଣାଇ ସାରିଛନ୍ତି । ଗ୍ରାଉଣ୍ଡରେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ଖୁଲାସ ପରେ ପଦମପୁରବାସୀଙ୍କ ଆଗରେ ଧରାପଡ଼ିଯାଇଛି ବିଜେଡିର ମିଛ । ଯେଉଁ ଖାଲରେ ବିଜେପିକୁ ପକାଇବାକୁ ଚେଷ୍ଟା କରିଥିଲା ବିଜେଡି । ସେହି ଖାଲରେ ନିଜ ପଡ଼ିଯାଇଛି ଶାସକ ଦଳ। ବିଜେଡି ପାଇଁ ବୁମେରାଂ ପାଲଟିଛି ରେଳ ଓ ବୀମା ପ୍ରସଙ୍ଗ।