ବିଜେପିର ‘ଫିଡ୍ ଦି ନିଡି- ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନା’ରେ ୫ ଲକ୍ଷ ଗରିବ ଅସହାୟ ବ୍ୟକ୍ତିଙ୍କୁ ଖାଦ୍ୟ ଏବଂ ୫୦ ହଜାର ଲୋକଙ୍କୁ ମାସ୍କ ବଂଟନ କରିଛନ୍ତି ବିଜେପି କାର୍ଯ୍ୟକର୍ତା । ବିଜେପି କାର୍ଯ୍ୟକର୍ତା, ବଦାନ୍ୟ ବ୍ୟକ୍ତି ବିଶେଷଙ୍କ ସମେତ ସାମାଜିକ ଓ ବେସରକାରୀ ଅନୁଷ୍ଠାନଗୁଡିକ ପିଏମ କେୟାର୍ସ ଫଣ୍ଡକୁ ୩୨ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ପଠାଇଛନ୍ତି । ୫୦ହଜାରରୁ ଉର୍ଦ୍ଧ୍ୱ କାର୍ଯ୍ୟକର୍ତା ‘ଆରୋଗ୍ୟ ସେତୁ’ ମୋବାଇଲ ଆପ୍ଲିକେସନକୁ ନିଜ ମୋବାଇଲରେ ବ୍ୟବହାର କରୁଛନ୍ତି । ଘରୁ ନବାହାରିବା, ସାମାଜିକ ଦୂରତା ବଜାୟ ରଖିବା, ମାସ୍କ ପରିଧାନ କରିବା ପାଇଁ ଜନ ଧାରଣଲୋକଙ୍କୁ ସଚେତନ କରୁଛନ୍ତି ବିଜେପି କାର୍ଯ୍ୟକର୍ତା । ସାମାଜିକ ଦୁରତ୍ୱ ବଜାୟ ରଖି ନିଜ ନିଜ ଅଂଚଳରେ ନିଃସ୍ୱ ଅସହାୟ ଗରିବଙ୍କୁ ଖାଦ୍ୟ ବଂଟନ କରୁଛନ୍ତି ଦଳୀୟ ପଦାଧିକାରୀ । ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ, ରାସନ ସାମଗ୍ରୀ, ଔଷଧ, ସାନିଟାଇଜର, ମାସ୍କ ଆଦି ନିତ୍ୟାବଶ୍ୟକ ସାମଗ୍ରୀ ପହଂଚାଇବାର କାର୍ଯ୍ୟ ଚାଲୁ ରହିଛି । ମହିଳାମୋର୍ଚ୍ଚାର ସମସ୍ତ ମା’ ଓ ଭଉଣୀମାନେ ନିଜ ଘରେ ହାତ ତିଆରି ମାସ୍କ ପ୍ରସ୍ତୁତ କରୁଛନ୍ତି । ବର୍ତମାନ ସୁଦ୍ଧା ୨୧ଟି ସଂସଦୀୟ କ୍ଷେତ୍ର, ୧୪୭ଟି ବିଧାନସଭା କ୍ଷେତ୍ର, ୩୬ଟି ସାଙ୍ଗଠନିକ ଜିଲ୍ଲା, ୪୦୦ଟି ବ୍ଲକ ଓ ପୈାରପାଳିକାରେ ବାସ କରୁଥିବା ୧ ଲକ୍ଷରୁ ଉର୍ଦ୍ଧ୍ୱ ପରିବାରଙ୍କୁ ଶୁଖିଲା ଖାଦ୍ୟ ଏବଂ ରାସନ ସାମଗ୍ରୀ ବଂଟନ କରାଯାଇଛି
ମୁହଁରେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତାକୁ ବଜାୟ ରଖିଲେ ଆମେ କରୋନା ସଂକ୍ରମଣରୁ ନିଜକୁ ରକ୍ଷା କରିପାରିବା । ଏଥିଲାଗି ଏପ୍ରିଲ ୯ ତାରିଖରୁ ସାରା ରାଜ୍ୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ ବିଜେପି ସାଂସଦ ସଂଗୀତା କୁମାରୀ ସିଂହଦେଓ, ମହିଳାମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡା, ମୋର୍ଚ୍ଚାର ଜିଲ୍ଲା ସଭାନେତ୍ରୀ, ନିର୍ବାଚିତ ମହିଳା ଜନ ପ୍ରତିନିଧି, ରାଜ୍ୟ ଓ ଜିଲ୍ଲାର ବରିଷ୍ଠ ନେତ୍ରୀବୃନ୍ଦଙ୍କ ସମେତ ମୋର୍ଚ୍ଚାର ସମସ୍ତ ମହିଳା କାର୍ଯ୍ୟକର୍ତାମାନେ ବିଭିନ୍ନ ମହିଳା ସଙ୍ଗଠନ ସହାୟତାରେ ନିଜ ଘରେ ମାସ୍କ ପ୍ରସ୍ତୁତି କରି ସାଧାରଣ ଲୋକଙ୍କୁ ବଂଟନ କରୁଛନ୍ତି । ଭାରତୀୟ ପରମ୍ପରା ‘ନର ସେବା - ନାରାୟଣ ସେବା’କୁ ସମ୍ମାନ ଜଣାଇ ଲକ୍ଡାଉନ ସମୟରେ ବିଜେପି କାର୍ଯ୍ୟକର୍ତାମାନେ ସ୍ୱେଚ୍ଛାକୃତ ଭାବେ ସେମାନଙ୍କ ଅଂଚଳରେ ବାସ କରୁଥିବା ଗରିବ, ଦିନମଜୁରିଆ, ଦୁଖୀଜନ ତଥା ଅଭାବୀ ଲୋକଙ୍କୁ ସେମାନଙ୍କ ଆବଶ୍ୟକୀୟ ଖାଦ୍ୟ ସାମଗ୍ରୀ, ଔଷଧ ଆଦି ନିତ୍ୟାବଶ୍ୟକ ସାମଗ୍ରୀ ପହଂଚାଇବାର କାର୍ଯ୍ୟ ଚାଲୁ ରଖିଛନ୍ତି । ୫ଲକ୍ଷରୁ ଉର୍ଦ୍ଧ୍ୱ ନିଃସ୍ୱ ଗରିବ ଅସହାୟ ବ୍ୟକ୍ତିଙ୍କ ପାଖରେ ଖାଦ୍ୟ ଏବଂ ଅତ୍ୟାବଶକୀୟ ସାମଗ୍ରୀ ପହଂଚାଇଛନ୍ତି ବିଜେପି କାର୍ଯ୍ୟକର୍ତା । ରାଜ୍ୟ ସଭାପତିଙ୍କ ଶ୍ରୀ ସମୀର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ୫୦ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କୁ ମାସ୍କ ବଂଟନ କରାଯାଇଛି । ସାମାଜିକ ଦୁରତ୍ୱ ବଜାୟ ରଖି ‘ଫିଡ୍ ଦି ନିଡି - ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନା’ କାର୍ଯ୍ୟକ୍ରମରେ ବିଜେପିର ୬ ହଜାରରୁ ଉର୍ଦ୍ଧ୍ୱ କାର୍ଯ୍ୟକର୍ତା ବର୍ତମାନ ୧ ଲକ୍ଷ ୭୧ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କୁ ରନ୍ଧା ଖାଦ୍ୟ ବଂଟନ କରାଯାଇଛି । ସେହିପରି ୧ ଲକ୍ଷ ୪ ହଜାରରୁ ଉର୍ଦ୍ଧ୍ୱ ପରିବାରକୁ ଶୁଖିଲା ଖାଦ୍ୟ ଏବଂ ରାସନ ସାମଗ୍ରୀ ବଂଟନ କରାଯାଇଛି । କରୋନା ସଙ୍କଟ ଦୂର ହେବା ପର୍ଯ୍ୟନ୍ତ ଅସହାୟ, ଦୁଃଖୀଜନ, ନିସ୍ୱ ଗରୀବଙ୍କୁ ବିଜେପି କାର୍ଯ୍ୟକର୍ତାମାନେ ଖାଦ୍ୟାନ୍ନ ବଂଟନ କରିବେ । ଏହି କାର୍ଯ୍ୟରେ ବିଜେପି ସାଂସଦ, ବିଧାୟକ, ଜନ ପ୍ରତିନିଧି, ସମସ୍ତ ମୋର୍ଚ୍ଚାର କାର୍ଯ୍ୟକର୍ତା, ରାଜ୍ୟ ଓ ଜିଲ୍ଲା ପଦାଧିକାରୀମାନେ ସାମିଲ ହୋଇ ନିଜ ନିଜ ଅଂଚଳରେ ଲୋକମାନଙ୍କୁ ରନ୍ଧା ଓ ଶୁଖିଲା ଖାଦ୍ୟ, ରାସନ ସାମଗ୍ରୀ, ଔଷଧ, ମାସ୍କ, ସାନିଟାଇଜର, ପଶୁ ଖାଦ୍ୟ ଆଦି ବଂଟନ କରିଛନ୍ତି । ପ୍ରତି ଗ୍ରାମରେ ଯେପରି କେହି ବି ଭୋକିଲା ନରହିବେ ସେଥିପ୍ରତି ଧ୍ୟାନ ଦେବା ପାଇଁ ପ୍ରତ୍ୟେକ କାର୍ଯ୍ୟକର୍ତାଙ୍କୁ ଦାୟୀତ୍ୱ ଦିଆଯାଇଛି । ପ୍ରତ୍ୟେକ କାର୍ଯ୍ୟକର୍ତା ନିଜ ଘର ପାଖରେ ଅନ୍ୟୁନ ୬ ଜଣ ଭୋକିଲା ଲୋକଙ୍କୁ ଖାଦ୍ୟ ଯୋଗାଇବେ । ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ଏବଂ ବରିଷ୍ଠ ନେତୃବୃନ୍ଦଙ୍କ ନିର୍ଦ୍ଦେଶାନୁଯାୟୀ କାର୍ଯ୍ୟକର୍ତାମାନେ ମନପ୍ରାଣ ଦେଇ ରିଲିଫ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଏଭଳି ସଙ୍କଟ ସମୟରେ ଘରୁ ନବାହାରିବା, ସାମାଜିକ ଦୂରତା ବଜାୟ ରଖିବା, ମାସ୍କ ପରିଧାନ କରିବା ପାଇଁ କାର୍ଯ୍ୟକର୍ତାମାନେ ସାଧାରଣଲୋକଙ୍କୁ ସଚେତନ କରୁଛନ୍ତି । ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ, ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଆହ୍ୱାନକ୍ରମେ ଏବଂ ରାଜ୍ୟ ସଂଯୋଜକ ସୁଦର୍ଶନ ଗୋୟଲଙ୍କ ପ୍ରଚେଷ୍ଟାରେ ବିଜେପି କାର୍ଯ୍ୟକର୍ତା, ବଦାନ୍ୟ ବ୍ୟକ୍ତି ବିଶେଷଙ୍କ ସମେତ ସାମାଜିକ ଓ ବେସରକାରୀ ଅନୁଷ୍ଠାନଗୁଡିକ ପିଏମ କେୟାର୍ସ ଫଣ୍ଡକୁ ୩୨ ଲକ୍ଷ ରୁ ଉର୍ଦ୍ଧ୍ୱ ଅର୍ଥ ପଠାଇଛନ୍ତି । ଏହାକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ କାର୍ଯ୍ୟକର୍ତାମାନେ ବିଭିନ୍ନ ବଦାନ୍ୟ ବ୍ୟକ୍ତିଙ୍କୁ ସାମିଲ କରୁଛନ୍ତି । ‘ଆରୋଗ୍ୟ ସେତୁ’ ମୋବାଇଲ ଆପ୍ଲିକେସନ ମାଧ୍ୟମରେ ସାଧାରଣ ଜନତା କରୋନା ଭୂତାଣୁ ସଂକ୍ରମଣ ଠାରୁ ନିଜକୁ ଦୂରେଇ ରଖିପାରିବେ । ଏହି ଆପ୍ ମାଧ୍ୟମରେ କରୋନା ଭୂତାଣୁକୁ ନେଇ କିଛି ସନ୍ଦେହ ଥିଲେ ସାଧାରଣ ଜନତା ବିଷେଶଜ୍ଞମାନଙ୍କ ଠାରୁ ପରାମର୍ଶ ନେଇ ପାରିବେ । ରାଜ୍ୟ ବିଜେପିର ୫୦ହଜାରରୁ ଉର୍ଦ୍ଧ୍ୱ କାର୍ଯ୍ୟକର୍ତା ଏହି ‘ଆରୋଗ୍ୟ ସେତୁ’ ମୋବାଇଲ ଆପ୍ଲିକେସନକୁ ନିଜ ମୋବାଇଲରେ ବ୍ୟବହାର କରିବା ସହ ଅନ୍ୟମାନଙ୍କୁ ଏହି ଆପ୍ ବ୍ୟବହାର କରିବା ପାଇଁ ପ୍ରବର୍ତାଉଛନ୍ତି । କରୋନାକୁ ମୁକାବିଲା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମଗ୍ର ଦେଶବାସୀଙ୍କୁ ଘରେ ରହିବା ସହ ସମାଜିକ ଦୂରତାକୁ ବଜାୟ ରଖିବା ପାଇଁ ଅନୁରୋଧ କରିଛନ୍ତି । ଏହା ସହ – ଖାଦ୍ୟ ଅଭାବରୁ କାହାକୁ ଭୋକିଲା ନରଖିବା, ଘରେ ମାସ୍କ ତିଆରି କରି ଗରିବ ଲୋକଙ୍କୁ ବଂଟନ କରିବା, ପିଏମ କେୟାର୍ସକୁ ମୁକ୍ତ ହସ୍ତରେ ଦାନ କରିବା, ଆରୋଗ୍ୟ ସେତୁ ଆପ୍ କୁ ବ୍ୟବହାର କରି ନିଜେ ସୁରକ୍ଷିତ ରହିବା ଏବଂ କରୋନା ସଂଗ୍ରାମ ସହ ଲଢେଇ କରୁଥିବା ଡାକ୍ତର, ନର୍ସ, ପାରାମେଡିକ ଷ୍ଟାଫ, ପୁଲିସ କର୍ମଚାରୀ, ସଫେଇ କର୍ମଚାରୀ, ବ୍ୟାଙ୍କ ଓ ପୋଷ୍ଟାଲ କର୍ମଚାରୀଙ୍କ ସମେତ ସରକାରୀ କର୍ମଚାରୀମାନଙ୍କୁ ପତ୍ର ମାଧ୍ୟମରେ ଧନ୍ୟବାଦ ଦେବା ପାଇଁ ଅନୁରୋଧ କରିଛନ୍ତି । କରୋନାକୁ ମୁକାବିଲା କରିବା ପାଇଁ ସାରା ଦେଶ ଏକାଠୀ ହୋଇଛି । ଏହି ସଂକ୍ରମଣକୁ ରୋକିବା ପାଇଁ ସବୁ ସ୍ତରରେ ବିଭିନ୍ନ ପ୍ରୟାସ ଅବ୍ୟାହତ ରହିଛି । ଆଗାମୀ ଦିନରେ ଏହି କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରାଯିବ ବୋଲି ରାଜ୍ୟ ମୁଖପାତ୍ର ତଥା ‘ଫିଡ୍ ଦି ନିଡି - ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନା’ର ରାଜ୍ୟ ସଂଯୋଜକ ଶ୍ରୀ ଗୋଲକ ମହାପାତ୍ର କହିଛନ୍ତି ।
ଅର୍ଗସ ବ୍ୟୁରୋ: ଶେଷ ହୋଇଛି ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ। ଥ୍ରୀଡି କ୍ୟାମେରା ଜରିଆରେ ରତ୍ନଭଣ୍ଡାରର ଲେଜର ସ୍କାନିଂ ହୋଇଛି। ଏଏସଆଇ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ ଦୁଇଦିନ ଧରି ରତ୍ନଭଣ୍ଡାରର ଲେଜର ସ୍କାନିଂ ହୋଇଥିଲା। ଗତକାଲି 37ଟି ପଏଣ୍ଟରେ ଓ ଆଜି 12ଟି ପଏଣ୍ଟରେ ଲେଜର୍ ସ୍କାନିଂ ଶେଷ ହୋଇଛି। ସମୁଦାୟ 49ଟି ପଏଣ୍ଟରେ ଏହି ଲେଜର୍ ସ୍କାନିଂ ଶେଷ ହୋଇଥିବା ସୂଚନା ମିଳିଛି। ତେବେ ଲେଜର ସ୍କାନିଂରୁ ମିଳିଥିବା ଫଟୋକୁ ଅନୁଧ୍ୟାନ କରାଯିବା ପରେ ସୃଷ୍ଟି ହୋଇଥିବା ଫାଟ ଗୁଡ଼ିକର ମରାମତି କରାଯିବ। ଜଗନ୍ନାଥ ପ୍ରେମୀ ଓ ସେବାୟତଙ୍କର ବାରମ୍ବାର ଦାବି ପରେ ରତ୍ନଭଣ୍ଡାରର ସ୍ଥିତି ଯାଞ୍ଚ ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ନେଇଥିଲା।
ରତ୍ନଭଣ୍ଡାରର ବାହାର ପାର୍ଶ୍ୱରୁ ସ୍ଥିତି ଜାଣିବା ପାଇଁ ଲେଜର ସ୍କାନିଂ କରିବାକୁ ଏଏସାଆଇକୁ ଦାୟିତ୍ଵ ଦିଆଯାଇଥିଲା। ତେବେ ଦୁଇଦିନ ଧରି ଲେଜର ସ୍କାନିଂରୁ ମିଳିଥିବା ଫଟୋ ଗୁଡ଼ିକର ତର୍ଜମା କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଏଏସାଆଇ ସୁପରିଣ୍ଟେଣ୍ଡେଣ୍ଟ ଡ଼ି.ବି.ଗଡନାୟକ କହିଛନ୍ତି। ସେପଟେ ଆସନ୍ତାକାଲି ଅନ୍ୟ ଦେବାଦେବୀ ମନ୍ଦିରର ଲେଜର୍ ସ୍କାନିଂ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଏଏସଆଇର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ତାଙ୍କ ନୂଆଦିଲ୍ଲୀ ସ୍ଥିତ ବାସଭବନରେ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀର ୨ ନମ୍ବର ଜୋନର ପୋକତୁଙ୍ଗା ପଞ୍ଚାୟତର ବରିଷ୍ଠ କଂଗ୍ରେସ ନେତା ଫକୀର ମୋହନ ପ୍ରଧାନଙ୍କ ସମେତ ଅନେକ କଂଗ୍ରେସ ଓ ବିଜେଡ଼ି ଦଳର ସଦସ୍ୟମାନେ ବିଜେପିରେ ଯୋଗଦେଇଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ସମସ୍ତଙ୍କୁ ଦଳରେ ସ୍ୱାଗତ କରିବା ସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଆଦର୍ଶ ଓ ଜନକଲ୍ୟାଣକାରୀ ଯୋଜନାରେ ଅନୁପ୍ରାଣିତ ହୋଇ ଦଳରେ ସାମିଲ ହୋଇଥିବାରୁ ଧନ୍ୟବାଦ । ସମସ୍ତଙ୍କ ଯୋଗଦାନ ଅନୁଗୋଳ ସମେତ ଓଡ଼ିଶାରେ ଦଳୀୟ ସଂଗଠନକୁ ଆହୁରି ସୁଦୃଢ଼ କରିବ । ରାଜ୍ୟରେ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବା ପାଇଁ କାର୍ଯ୍ୟକର୍ତ୍ତାମାନଙ୍କୁ ପରିଶ୍ରମ କରିବା ଏବଂ ତାଙ୍କର ବିକାଶର ନାରା ଓ କଲ୍ୟାଣକାରୀ ଯୋଜନାକୁ ଘରେ ଘରେ ପହଞ୍ଚାଇବା ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଥିଲେ ।
ଏହି ମିଶ୍ରଣ ପର୍ବରେ ପୋକତୁଙ୍ଗା ସେବା ସମବାୟ ସମିତିର ସଭାପତି ମାମିଲତା ପ୍ରଧାନ, କଂଗ୍ରେସ ନେତା ରଞ୍ଜନ ସାହୁ, ବିଜେଡି ନେତା ଦେବାଞ୍ଜନ ଦେହୁରୀ ଯୋଗଦେଇଥିଲେ । ସେହିପରି ଅଜୟ ପ୍ରଧାନ, ଅମର ବେହେରା, ସୁଶାନ୍ତ ସାହୁ, ଦୁଷ୍ମନ୍ତ ପ୍ରଧାନ, ଅରୁଣ ପ୍ରଧାନଙ୍କ ସମେତ କଂଗ୍ରେସ ଓ ବିଜେଡି ଦଳର ସଦସ୍ୟମାନେ ସାମିଲ ହୋଇଥିଲେ ।
କଳାହାଣ୍ଡି: ବିଲମ୍ବରେ ଖୋଲିଲା ମୁଖିଗୁଡା ସମବାୟ ସମିତି ଅଧିନରେ ଥିବା ବିଭିନ୍ନ ମଣ୍ଡି। ମରୁଡି ସହି ସ୍ବଳ୍ପ ପରିମାଣର ଅମଳ ହୋଇଥିବା ବେଳେ କମ ଦିନରେ ଅମଳ ସରିଯାଇଥିଲା। ମେଘୁଆ ପାଗ ପାଇଁ ଚିନ୍ତାରେ ଥିଲେ ଚାଷୀ। ଅନ୍ୟପଟେ ନଭେମ୍ବର ପହିଲାରୁ ମଣ୍ଡି ଖୋଲିବାକୁ ଦାବି ହେଉଥିଲା। କିନ୍ତୁ ମଣ୍ଡି ଖୋଲିନଥିଲା, ଯାହାର ଫାଇଦା ନେଇ ଦଲାଲ କମଦରରେ ଧାନକିଣି ଛତିଶଗଡ କୁ ଚାଲାଣ କରୁଥିଲେ।୨୯ ତାରିଖ ମଣ୍ଡି ଖୋଲିବା ପରେ ମଧ୍ୟ ଅବ୍ୟବସ୍ଥା ସାମ୍ନା କୁ ଆସିଥିଲା।
କଟନି ଛଟନି ନାଁ ରେ ୫ରୁ ୧୦ କେଜି ପ୍ରତି କ୍ଵିଣ୍ଟାଲ ରେ ଅନୁମାନ କରି କାଟୁଛନ୍ତି। ନ ହେଲେ ଧାନ ଉଠେଇବା ପାଇଁ ମନାକରୁଛନ୍ତି, ଟୋକେନ ନୁହେଁ ମିଲର୍ସ ଙ୍କ ଇଚ୍ଛା ଅନୁସାରେ ଧାନ ବିକ୍ରି ହେଉଛି। ସମବାୟ ସମିତି ଧାନ କିଣି ମିଲର୍ସ କୁ ଦେବା ବଦଳରେ ମିଲର୍ସ ଏଜେଣ୍ଡ ଚାଷୀ ଙ୍କୁ ଶୋଷଣ କରୁଛନ୍ତି। ମଣ୍ଡି ମାନଙ୍କରେ ଚାଷୀଙ୍କ ପାଇଁ କୌଣସି ବ୍ୟବସ୍ଥା ନାହିଁ, ଆରଏମସି କୁ କୋଟି କୋଟି ଟଙ୍କା ଆସୁଛି ହେଲେ ଚାଷୀଙ୍କ ପାଇଁ ବ୍ୟବସ୍ଥା କାହିଁକି ହେଉନାହିଁ ବୋଲି ପ୍ରଶ୍ନ କରିଥିଲେ ଚାଷୀ।
ଅଧିକ ପଢନ୍ତୁ ଓଡ଼ିଶା ଖବର