ଅଧିକ ପଢନ୍ତୁ ଓଡ଼ିଶା ଖବର
ଧାମନଗର ଦୋବଲ ପଞ୍ଚାୟତ ଜେ.ଇ. ନରେନ୍ଦ୍ର ମଲ୍ଲିକ ବିଲ୍ କରାଇଦେବାକୁ କହି ଜଣେ ହରିଜନ ମହିଳାଙ୍କୁ ଅସଦାଚରଣ କରିଥିବା ମାମଲାରେ ଗର୍ଜିଛି ବିଜେପି । ପୋଲିସ ପ୍ରଶାସନର ନିରପେକ୍ଷତା ଉପରେ ପ୍ରଶ୍ନ ଉଠିଛି ।
ଅର୍ଗସ ବ୍ୟୁରୋ : ମହିଳାଙ୍କୁ ନ୍ୟାୟ ଦାବିରେ ଧାମନଗର ବିଜେପି ପକ୍ଷରୁ ଥାନା ଆଗରେ ଧାରଣା । ପୀଡ଼ିତାଙ୍କ ଅଭିଯୋଗକୁ ପୋଲିସ ଶୁଣୁନଥିବା ଅଭିଯୋଗ ହୋଇଛି । ପୋଲିସ ମାମଲା ରୁଜୁ କରୁନଥିବା ଅଭିଯୋଗରେ ଥାନା ଆଗରେ ଧାରଣା ଦେଇଛି ବିଜେପି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଧାମନଗର ଦୋବଲ ପଞ୍ଚାୟତ ଜେ.ଇ. ନରେନ୍ଦ୍ର ମଲ୍ଲିକ ବିଲ୍ କରାଇଦେବାକୁ କହି ଜଣେ ହରିଜନ ମହିଳାଙ୍କୁ ଅସଦାଚରଣ କରିଥିବା ମାମଲାରେ ଗର୍ଜିଛି ବିଜେପି । ପୋଲିସ ପ୍ରଶାସନର ନିରପେକ୍ଷତା ଉପରେ ପ୍ରଶ୍ନ ଉଠିଛି ।
ଅର୍ଗସ ବ୍ୟୁରୋ : ବିଧାନସଭାରେ ୫ଟି ସଚିବଙ୍କ ଜିଲ୍ଲା ଗସ୍ତକୁ ନେଇ ପୁଣି ଝଡ଼ । ସରକାରଙ୍କୁ ମାଳମାଳ ପ୍ରଶ୍ନରେ ଘେରିଲେ ବିରୋଧୀ ଦଳ ନେତା । ପ୍ରଶ୍ନ କରିଥିଲେ ସଚିବଙ୍କ ସଭା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଗାଡିରେ ବୋହି ଆଣିବା, ଟେଣ୍ଟ ବନ୍ଧା, ଚେୟାର ପକା ଓ ସକ୍ୟୁରୀଟି ଆରେଜମେଣ୍ଟରେ କେତେ ଖର୍ଚ୍ଚ ହୋଇଛି । ସେହିପରି ପାଲଲହଡା ବିଧାୟକ ଓ ତାଳଚେର ବିଧାୟକଙ୍କ ବ୍ୟକ୍ତିଗତ କାମରେ ହେଲିକପ୍ଟର ବ୍ୟବହାରକୁ ନେଇ ବି ବର୍ଷି ଥିଲେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ।
ଅଧିକ ପଢନ୍ତୁ : ହେଲିକପ୍ଟର ହିସାବ ଆମେ ମାଗି ନଥିଲୁ, ହେଲେ ମୁଖ୍ୟମନ୍ତ୍ରୀ ୪୦ କୋଟିର ହିସାବ ଦେଲେ
ମନ୍ତ୍ରୀ ପ୍ରଦୀପ ଅମାତଙ୍କ ନାଁରେ ବୁକ ହୋଇଥିବା ହେଲିକ୍ୟାପ୍ଟରକୁ ୫-ଟି ସଚିବ କେମିତି ବ୍ୟବହାର କରି କଟକ ଗଲେ ବୋଲି ପ୍ରଶ୍ନ ଉଠାଇଥିଲେ । ସିଏମଓ କହିଲେ କଣ ବେଳ ଜଣେ ବ୍ୟକ୍ତି କି ବୋଲି କରିଥିଲେ ପ୍ରଶ୍ନ ? କଂଗ୍ରେସ ବି କହିଛି ଅଭିଯୋଗ ଶୁଣାଣି ପାଇଁ ଏହି ଗସ୍ତ ନୁହେଁ ବରଂ ଟଙ୍କା ବାଣ୍ଟିବା ଓ ନିର୍ବାଚନ ପ୍ରଚାର କରିବା ଥିଲା ମୂଳ ଉଦେଶ୍ୟ । ସେପଟେ ବିରୋଧୀଙ୍କ ଅଭିଯୋଗର ସିଧା ଉତ୍ତର ନ ରଖି ପାଲଟା ଆକ୍ରମଣ କରିଛି ବିଜେଡି ।
ବିଧାନସଭାରେ ମେଣ୍ଟାଲ ହେଲ୍ଥ ଡ଼ିଜି ଅର୍ଡର କଥା ବିଜେଡି ବିଧାୟକ ଉଠାଇବା ପରେ ସୃଷ୍ଟି ହୋଇଥିଲା ହଙ୍ଗାମା । ଏହି ଶବ୍ଦକୁ ଗୃହ ବିବରଣୀରୁ ବାଦ ଦେବା ପାଇଁ ବାଚସ୍ପତିଙ୍କ ପାଖରେ ଦାବି କରିଥିଲା ବିଜେପି । ଆଉ ଏହାକୁ ବାଚସ୍ପତି ବାଦ ନ ଦେବାରୁ ଗୃହ ଭିତରେ ଓ ବାହାରେ ନାରବାଜି କରିଥିଲେ ବିଜେପିର ବିଧାୟକ । ସଚିବଙ୍କ ଜିଲ୍ଲା ଗସ୍ତ ସରିଥିଲେ ବି ଗସ୍ତକୁ ନେଇ ବିବାଦ କିନ୍ତୁ ଥମୁନି । ବିଧାନସଭାରେ ସଚିବ ସର୍ବସ୍ବ ସରକାର ଆଗକୁ କେଉଁ ମୋଡ ନେଉଛି ତା ଉପରେ ନଜର ।
ଅର୍ଗସ ବ୍ୟୁରୋ : ଅଶାନ୍ତ ମାହାଙ୍ଗା । ଗଡୁଛି ଗୋଟିଏ ପରେ ଗୋଟିଏ ମୁଣ୍ଡ । ଆଉ ଏ ସବୁ ପଛରେ ମାହାଙ୍ଗାର ପାୱାରଫୁଲ ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସଂପୃକ୍ତିର ସଂଗୀନ ଅଭିଯୋଗ । ମାହାଙ୍ଗା ଡବଲମର୍ଡର ମାମଲାରେ ପ୍ରତାପଙ୍କ ବିରୋଧରେ ପ୍ରମାଣ ପାଇଛନ୍ତି କୋର୍ଟ । ତାଙ୍କ ବିରୋଧରେ ଦଫା ୩୦୨, ୧୨୦ବି, ୫୦୬ ଦଫା ଲାଗିଛି । ହାଇକୋର୍ଟରୁ ବେଲ୍ ନ ମିଳିଲେ ଜେଲ୍ ଯିବେ ଶାସକ ଦଳର ବିଧାୟକ ପ୍ରତାପ ଜେନା ।
ଅଧିକ ପଢନ୍ତୁ : ମାହାଙ୍ଗା ଡବଲ ମର୍ଡର ମାମଲା, ପ୍ରତାପ ଜେନାଙ୍କ ନାଁରେ ଲାଗିଛି 302 ଦଫା
ସେପଟେ କାବୁଆ ରହସ୍ୟଜନକ ମୃତ୍ୟୁକୁ ନେଇ ସସପେନ୍ସ ବଢୁଛି । ମାହାଙ୍ଗା ଡବଲ ମର୍ଡର ପରେ କାବୁଆକୁ କଲ୍ କରି କଥା ହୋଇଛନ୍ତି ସେତେବେଳର ଆଇନମନ୍ତ୍ରୀ ପ୍ରତାପ ଜେନା, ତାଙ୍କ ଦୁଇ ସହଯୋଗୀ ବାପି ବିଶ୍ବାଳ ଓ ଶରତ ନାୟକ । କଲ୍ ଡିଟେଲସ ରେକର୍ଡରୁ ଏଇ ତଥ୍ୟ ସାମ୍ନାକୁ ଆସିଛି । ମାହାଙ୍ଗା ଡବଲ ମର୍ଡରର ପୋଲ୍ ଖୋଲିଯିବ ବୋଲି କାବୁଆକୁ ହତ୍ୟା କରାଯାଇଛି ଆଉ ଏହା ପଛରେ ପ୍ରତାପ ଜେନାଙ୍କ ହାତ ବୋଲି ଅଭିଯୋଗ ହୋଇଛି ।
ସେପଟେ ମଙ୍ଗଳବାର କୂଆଁପାଳରେ ପ୍ରତାପ ଜେନାଙ୍କ ଗୁଣ୍ଡାଙ୍କ ଦ୍ବାରା ଆକ୍ରମଣର ଶିକାର ନ୍ୟାୟ ପାଇଁ ଲଢେଇ ପରିବାରର ଦିଲୀପ ସାହୁ ଥାନାରେ ଏତଲା ଦେଇଛନ୍ତି । ବିଜେଡି ନେତା ପ୍ରତାପ ଜେନାଙ୍କ ନିର୍ଦ୍ଦେଶରେ ମରଣାନ୍ତକ ଆକ୍ରମଣ ହୋଇଥିବା ସେ ଅଭିଯୋଗ କରିଛନ୍ତି । ସେପଟେ ସବୁବେଳେ ଖସିଯାଉଥିବା ପ୍ରତାପ ଏଥର କିନ୍ତୁ ଆଇନପଞ୍ଝାରେ ଫଶିଯାଇଛନ୍ତି । ତାଙ୍କୁ ସମନ ପରେ ଯଦି ବେଲ ନ ମିଳେ ତେବେ ଗିରଫ ହେବେ ବିଜେଡିର ଏଇ ପାୱାରଫୁଲ୍ ବିଧାୟକ । ଏବେ ବଡ଼ ପ୍ରଶ୍ନ କାହିଁକି ପ୍ରତାପଙ୍କୁ ଘଣ୍ଟ ଘୋଡାଇଛି ବିଜେଡି, କାହିଁକି ପ୍ରଶ୍ନ କଲେ ଉତ୍ତର ଦେଉନାହାନ୍ତି ବିଜେଡିର କୁହାଳିଆ ନେତା, କେବେ ବିଦା ହେବେ ପ୍ରତାପ ।
ଭୁବନେଶ୍ୱର: ବାଚସ୍ପତିଙ୍କ ପୋଡିୟମ ଉପରକୁ ଡ଼ାଲି ଫିଙ୍ଗିଲେ ବିଜେପି ବିଧାୟକ । ନିଲମ୍ବିତ ହେଲେ ଦୁଇ ବିଜେପି ବିଧାୟକ ମୋହନ ମାଝି ଓ ମୁକେଶ ମହାଲିଙ୍ଗ ନିଲମ୍ବିତ ।
କହିବାକୁ ସୁଯୋଗ ନଦେବାରୁ ବାଚସ୍ପତିଙ୍କ ପୋଡିୟମ୍ ଉପରକୁ ଡାଲି ମାଡ଼ କରିଥିଲେ ବିଜେପି ବିଧାୟକ । ଡାଲି ଫିଙ୍ଗି ଦୁଇ ବିଜେପି ବିଧାୟକ ଗୃହରୁ ନିଲମ୍ବିତ ହୋଇଛନ୍ତି । ବିରୋଧୀ ଦଳ ନେତା କହିଲେ, ଦଳୀୟ କର୍ମୀଙ୍କ ପରି ବ୍ୟବହାର କରୁଛନ୍ତି ବାଚସ୍ପତି । ଆଗାମୀ ଦିନରେ ଏହାର ପ୍ରତିବାଦ କରିବ ବିଜେପି ।
ଆହୁରି ପଢନ୍ତୁ ଓଡିଶା ଖବର...