ନୂଆ ବର୍ଷରୁ ନୂଆ ସଂକଳ୍ପ ନେଇ ମହିଳା ମୋର୍ଚ୍ଚାର ବଡମ୍ବା ଭଟ୍ଟାରିକା ପୀଠ ରୁ ଆରମ୍ଭ ହେଲା କାର୍ଯ୍ୟକ୍ରମ। ବଡମ୍ବାରେ ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା ପ୍ରବାସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଛତିଶଗଡ଼ ପୂର୍ବତନ ବିଧାୟକ ତଥା ବିଜେପିର ରୁପ କୁମାରୀ ଚୌଧୁରୀ।
କଟକ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଯାଜ୍ଞସେନୀ ଜେନା,କଟକ ଜିଲ୍ଲାର ଉପ ସଭାନେତ୍ରି ଦୁର୍ଗାପ୍ରିୟା ଦଳବେହେରା, ଆଠଗଡ଼ର ବିଜେପି ନେତ୍ରି ଇଲା ପଣ୍ଡା,ଜିଲ୍ଲା ଜେନେରାଲ ସେକ୍ରେଟାରୀ ମଧୁସ୍ମିତା ଘଡେଇ, ସସ୍ମିତା ନାୟକ, ଦଳର ବରିଷ୍ଠନେତା ନେତା ବିଭୁଦତ୍ତ ପଟ୍ଟନାୟକ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ ।
ପ୍ରଥମେ ଗମେଇ ଗ୍ରାମର ପାଇକମାନଙ୍କ ଦ୍ୱାରା ପାଇକ ଖେଳ କରାଯାଇ ବଡ଼ମ୍ବା ମାଟିର ବିରତ୍ୱ ପ୍ରଦର୍ଶନ କରାଯାଇଥିଲା । ମହିଳାମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ଜେନା ଉପସ୍ଥିତ ଥିବା ମହିଳାଙ୍କୁ ମୋଦୀ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ସମ୍ବନ୍ଧରେ ଅବଗତ କରାଇଥିଲେ ।
ରାଜନୀତି ଖବର ଆହୁରି ପଢନ୍ତୁ ।