ଅନ୍ୟପକ୍ଷରେ ସେହି ଗୋଟିଏ ଘଟଣାର ଧାମନଗର ବ୍ଲକର କନିଷ୍ଠ ଯନ୍ତ୍ରୀ ନରେନ୍ଦ୍ର ମଲ୍ଲିକଙ୍କୁ ଦୋବଲ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟଙ୍କ ସ୍ୱାମୀଙ୍କୁ ଗିରଫ ଦାବିରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କଲମ ଛାଡ଼ ଆନ୍ଦୋଳନର ଡାକରାଦେଇ ବ୍ଲକ ସମ୍ମୁଖରେ ଧାରଣା ଦେଇଛନ୍ତି। ନରେନ୍ଦ୍ର ମଲିକ ଦାବି କରିଛନ୍ତି ମୋତେ ଦୋବଲ ସରପଞ୍ଚ ଓ ସମିତି ସଭ୍ୟଙ୍କ ସ୍ତ୍ରୀ ଓ ସ୍ବାମୀ ନାମରେ ଅଭିଯୋଗ ଆଣିଥିଲେ ଗତ ୨୬ ତାରିଖ ଦିନ ଆଉ ଏ ସବୁ ଧାମନଗର ବିଧାୟକଙ୍କ ଉପସ୍ଥିତିରେ ହେଇଥିଲା ମାଡ଼ ମାରିବା ସମୟରେ ଭିଡିଓ ଅଛି ବୋଲି କହିଛନ୍ତି କିନ୍ତୁ କାହିଁକି ଏହାକୁ ପ୍ରକାଶ କରୁନାହାନ୍ତି ଯନ୍ତ୍ରୀ ନରେନ୍ଦ୍ର ମଲିକ ତାକୁ ନେଇ ବିଜେପି ନେତାମାନେ ଅଭିଯୋଗ କରୁଛନ୍ତି। ମିଛ ଅଭିଯୋଗ କରିଛନ୍ତି ବୋଲି ଯନ୍ତ୍ରୀ ଜଣଙ୍କ ବିଜେପି ନେତା ମାନେ ମଧ୍ୟ ଦାବି କରିଛନ୍ତି।
ତେବେ ଧାମନଗର ପୋଲିସ ଯନ୍ତ୍ରୀଙ୍କ ଅଭିଯୋଗ ରୁଜୁ କରି ଥିବା ବେଳେ କାହିଁକି ଦୋବଲ ପଞ୍ଚାୟତର ପୀଡ଼ିତା ହରିଜନ ମହିଳାଙ୍କ ଅସଦାଚରଣ ଅଭିଯୋଗକୁ ନେଇ ପୋଲିସ କାହିଁକି ମାମଲା ରୁଜୁ କରି ନାହିଁ ତାକୁ ନେଇ ବିଜେପି ପକ୍ଷରୁ ଆଜି ଧାରଣା ଦିଆଯାଇଛି।
ଯାହାକୁ ନେଇ ଧାମନଗରରେ ରାଜନୈତିକ ଜୋର ଧରିଛି। ଯଦି ଧାମନଗର ପୋଲିସ ଆଗାମୀ ଦିନରେ ଠିକ୍ ଭାବରେ ତଦନ୍ତ ନ କରିବ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବ ବୋଲି ବିଜେପି ନେତା କହିଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର