ରାଜ୍ୟରେ ସାମନ୍ତ ବାଦି ଶାସନ ଚାଲିଛି ,ପ୍ରଚୁର ଅର୍ଥ ନରେନ୍ଦ୍ର ମୋଦୀ ସରକାର ଗରୀବ ଲୋକଙ୍କ ପାଇଁ ଗାଆଁର ବିକାଶ ପାଇଁ ସିଧା ସଳଖ ପଞ୍ଚାୟତ କୁ ପଠାଉଛନ୍ତି, ସରପଞ୍ଚ ମାନଙ୍କ ମାଧ୍ୟମରେ ଖର୍ଚ୍ଚ ହବ କିନ୍ତୁ ରାଜ୍ୟ ସରକାର ସରପଞ୍ଚ ମାନଙ୍କର କ୍ଷମତାକୁ ଛଡେଇ ନେଇଛନ୍ତି, ପଲ୍ଲି ସଭା ହେଉ ନାହିଁ ,ଗ୍ରାମ ସଭା ହେଉ ନାହିଁ, ଜେଇ ଓ ପିଓ କୁ ଠିକାଦାର ସଜାଇ ,ଅଧିକ ପିସି ଦେଉଥିବା ଦଳୀୟ କର୍ମୀ ଙ୍କୁ ଠିକା କାର୍ଯ୍ୟ ଦିଆଯାଉଛି ବୋଲି ଶ୍ରୀ ସାମଲ କହିଛନ୍ତି।ତେଣୁ କାମ ନିମ୍ନ ମାନର ହେଉଛି,ଓ 40 %ରୁ 50 % ରୁ ଅଧିକ ପିସି କାରବାର ହେଉଛି, ଗରୀବ ଲୋକଙ୍କ ପାଇଁ ଆସୁଥିବା ଟଙ୍କା, ଗାଆଁର ବିକାଶ ପାଇଁ ଆସୁଥିବା ଟଙ୍କାକୁ ରାଜ୍ୟ ସରକାର ଅନ୍ୟାୟ ଉପାୟରେ ବିଜେଡି ର ପାଣ୍ଠି ସଂଗ୍ରହ କରୁଛନ୍ତି ବୋଲି ସେ କହିଛନ୍ତି।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅନୁଗୋଳ ଜିଲ୍ଲା ତଥା ତାଳଚେରର ବିକାଶ ପାଇଁ 60 ହଜାର କୋଟି ଟଙ୍କା କେନ୍ଦ୍ର ମୋଦି ସରକାରଙ୍କ ଠାରୁ ମଞ୍ଜୁର କରି ଆଣିଛନ୍ତି, କିନ୍ତୁ ବିଜେଡି ସରକାର ଓ ବିଧାୟକ ୧୪ ବର୍ଷ ମଧ୍ୟରେ ତାଳଚେର ପାଇଁ କଣ କରିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।ଏହି କାର୍ଯ୍ଯ କ୍ରମରେ ବିଜେପି ଅନୁଗୁଳ ଜିଲ୍ଲା ମିଡିଆ ସେଲ ଅଧ୍ୟକ୍ଷ ତଥା କଣିହାଁ ମଣ୍ଡଳ ପ୍ରଭାରୀ ପର୍ଶୁରାମ ବାରିକ ଯୋଗଦେଇ ତାଳଚେରର ବିକାଶ ରେ ବିଜେଡି ଓ ବିଧାୟକ ବାଧକ ସାଜିଛନ୍ତି ବୋଲି କହିଛନ୍ତି। ବରିଷ୍ଠ ବିଜେପି ନେତା ତଥା ପ୍ରାକ୍ତନ ବଡ଼ଗୁଣ୍ଡୁରୀ ସରପଞ୍ଚ ଲୋକନାଥ ସାହୁ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଉକ୍ତ ବିକ୍ଷୋଭ କାର୍ଯ୍ୟକ୍ରମରେ ଜିଲ୍ଲା କୃଷକ ମୋର୍ଚ୍ଚା ଉପ ସଭାପତି ସୁଶାନ୍ତ କୁମାର ସାମଲ, ବରିଷ୍ଠ ବିଜେପି ନେତା ବିରଞ୍ଚି ସାହୁ , ମଣ୍ଡଳ ସଭାପତି ଦେବେନ୍ଦ୍ର ବାରିକ, ବଡ଼ ଗୁଣ୍ଡୁରୀ ସରପଞ୍ଚ ସସ୍ମିତା ଦଳେଈ ,ବଡ଼ଗୁଣ୍ଡୁରୀ ସମିତି ସଦସ୍ୟା ଦୀପ୍ତିମୟି ସେଠି , ଅବିନ ପ୍ରଧାନ ,କର୍ଣ୍ଣ କୁମାର ଭୁତିଆ ,ରମେଶ ସାମଲ ପ୍ରମୁଖ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।
ଅଧିକ ପଢ଼ନ୍ତୁ ଓଡିଶା ଖବର: