- ଗୋଗୋ ଦିଦି ଯୋଜନାରେ ମହିଳାଙ୍କୁ ପ୍ରତି ମାସ 11 ତାରିଖରେ ମିଳିବ 2100 ଟଙ୍କା
- ସ୍ନାତକ ଓ ସ୍ନାତକୋତର ଯୁବକଙ୍କୁ ମିଳିବ 2000 ଟଙ୍କା ଷ୍ଟାଇପେଣ୍ଡ
- ଆଦିବାସୀ ସଂପ୍ରଦାୟକୁ ସମାନ ନାଗରିକ ସଂହିତାରୁ ବାହାର ରଖିବାକୁ ପ୍ରତିଶ୍ରୁତି
- ଦୀପାବଳି ଓ ରକ୍ଷାବନ୍ଧନରେ ମିଳିବ ଗୋଟିଏ ଲେଖାଏଁ ମାଗଣା ଗ୍ୟାସ ସିଲିଣ୍ଡର
- 5 ବର୍ଷ ମଧ୍ୟରେ 5 ଲକ୍ଷ ଯୁବକଙ୍କର ଦକ୍ଷତା ବିକାଶ ସହ ହେବେ ଆତ୍ମନିର୍ଭର
- ଅନୁପ୍ରବେଶକାରୀଙ୍କ ଦ୍ବାରା ଅଧିକୃତ ଜମିକୁ ଆଦିବାସୀଙ୍କୁ ଫେରାଇବାକୁ ପ୍ରତିଶ୍ରୁତି
- 5 ବର୍ଷରେ ରାଜ୍ୟର 2 ଲକ୍ଷ 87 ହଜାର 5 ଶହ ଯୁବକଙ୍କୁ ମିଳିବ ସରକାରୀ ନିଯୁକ୍ତି
ଆସନ୍ତା 13 ଓ 20 ତାରିଖରେ ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଦୁଇଟି ପର୍ଯ୍ୟାୟରେ ପଡ଼ିବ ଭୋଟ୍। ଜନତା ଆଗରେ ସୋରେନ ସରକାର ଗତ 5 ବର୍ଷରେ କରିଥିବା ଦୁର୍ନୀତିର ଲମ୍ବା ତାଲିକା ରଖିଛନ୍ତି ଶାହ । ମିଛ ପ୍ରଚାର କରି ସୋରେନ ସରକାର ରାଜ୍ୟରେ କେନ୍ଦ୍ରୀୟ ଯୋଜନାକୁ ଅଟକାଇ ରାଜ୍ୟବାସୀଙ୍କୁ ସରକାରୀ ସେବାରୁ ବଞ୍ଚିତ କରିଛନ୍ତି।
ରାଜ୍ୟର ଭୂମି ରୁଟି ଓ ବେଟିଙ୍କୁ ସୁରକ୍ଷା ସହ ଅନୁପ୍ରବେଶ ରୋକିବାକୁ କଡା ଆଇନ ପ୍ରଣୟନ କରିବାକୁ ପ୍ରତିଶ୍ରୁତି ଦେଇଛି ବିଜେପି । ପୂର୍ବରୁ ସୋରେନ୍ ସରକାର ମହିଳାଙ୍କୁ ମାସିକ 1100 ଟଙ୍କା ଦେଉଥିବାବେଳେ ମହିଳାଙ୍କୁ 21 ଶହ ଟଙ୍କା ଦେବାକୁ ବିଜେପି ସଂକଳ୍ପ କଂଗ୍ରେସ ଓ ଜେଏମଏମ ନେତାଙ୍କ ନିଦ ହଜାଇଛି ।
ଝାଡ଼ଖଣ୍ଡ ବାଜି ଜିତିବାଲାଗି 25 ବଡ଼ ସଂକଳ୍ପ ଘୋଷଣା କରି ବିରୋଧୀଙ୍କୁ ବଡ଼ ଚାଲେଞ୍ଜ ଦେଇଛି ବିଜେପି। 23 ନଭେମ୍ବରରେ ନିର୍ବାଚନ ଫଳ ଘୋଷଣା ସହ ରାଜ୍ୟରେ ନୂଆ ସମ୍ଭାବନାର ଯୁଗ ଆରମ୍ଭ ହେବାକୁ ଯାଉଥିବା କହି ବିଜେପି ନେତା ଓ କର୍ମୀଙ୍କ ମନରେ ଜୋଶ ଭରିଛନ୍ତି ଶାହ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର