ଏ ହେଉଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଖରିଦା ବିନାୟକପୁର ପଂଚାୟତର ବିନାୟକପୁର ଗାଁର ଘଟଣା । ବିନାୟକପୁର ଗାଁର ଲକ୍ଷ୍ମୀପ୍ରିୟା ନାୟକଙ୍କ ପରିବାର ମଧ୍ୟରେ ଏକ ଅଦ୍ଭୂତପୂର୍ବ ଘଟଣା ଦେଖାଦେଇଛି । ଘର ବାହାରେ ହେଉ ଅବା ଘର ଭିତରେ ସବୁଆଡେ ମହିଳାଙ୍କ ଲୁଗା ପଟା ଆପେ ଆପେ ଚିରି ଯାଉଛି । ଆଉ ଏବେ ଛୋଟ ଛିଟ ଝିଅ ମାନଙ୍କର ମଧ୍ୟ ଲୁଗା ପଟା ସେମିତି ଫାଡ଼ି ହେଇଯାଉଛି । ଏମିତିକି ଲୁଗାପଟାକୁ ଆଲମିରା ଭିତରେ ରଖି ପରିବାର ଲୋକ ଚାବି ପକାଇ ରଖିଲେ ମଧ୍ୟ ଆଲମିରା ଭିତରେ ଥିବା ଲୁଗା ଗୁଡିକ ଆପେ ଆପେ ଫାଡ଼ି ହୋଇଯାଉଛି ।
ଆଉ କପଡା ପାଖରେ ବ୍ଲେଡ଼୍ ପଡୁଛି । ଏମିତିକି ଖାଇବା ପଦାର୍ଥ ମଧ୍ୟ କାଟି ହେଇଯାଉଛି । ଘର ଲୋକ ରୋଟି କରିବା ପାଇଁ ଅଟା ବେଲୁଥିବା ସମୟରେ ରୋଟି ଗୁଡିକ ଆପେ ଆପେ ମଝିରୁ ଖଣ୍ଡ ବିଖଣ୍ଡିତ ହେଇଯାଇଛି । ଯାହାକୁ ନେଇ ପିରବାର ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି । ଏପରି ଘଟଣା ସମସ୍ତଙ୍କୁ ଯେତିକି ଆଶ୍ଚର୍ଯ୍ୟ ଲାଗୁଛି ସେତିକି ଭୟବୀତ । ଏପରି ଘଟଣା ପରେ ଲୋକ ଗୁଣି ଗାରେଡିକୁ ବିଶ୍ୱାସ କରିବା ସହିତ ଅନ୍ଧ ବିଶ୍ୱାସକୁ ଜାବୁଡି ରଖିବାକୁ ବାଧ୍ୟ ହେଇଛନ୍ତି । ଏ ଘଟଣାଟି କେବଳ ଗୋଟିଏ ପରିବାର ସହିତ ହିଁ ହେଉଛି । ଏନେଇ ପୁରା ଗାଁରେ ଏବେ କୋକୁଆ ଭୟ ।