ଆଜି ସକାଳେ ଖୋର୍ଦ୍ଧା ଟାଙ୍ଗୀ ଥାନା ଅଂଚଳର ଭୂଷଣ୍ଡପୁରରେ ବେଆଇନ୍ ଭାବେ ଘରେ ବାଣ ତିଆରି ବେଳେ ହୋଇଥିଲା ବିସ୍ଫୋରଣ । ଦୋଳ ପୂର୍ଣ୍ଣିମା ପାଇଁ ଭୂଷଣ୍ଡପୁର ଗାଁର ଏହି ଘରେ ବାଣ ପ୍ରସ୍ତୁତି ହେଉଥିଲା । ହଠାତ୍ କୌଣସି କାରଣରୁ ନିଆଁ ଲାଗିବାରୁ ହୋଇଥିଲା ବିସ୍ଫୋରଣ ।
ଚାହୁଁ ଚାହୁଁ ନିଆଁ ଚାରିଆଡ଼େ ବ୍ୟାପିଯାଇଥିଲା । ଫଳରେ ସେହି ଘରେ ଥିବା ୮ଜଣ ବ୍ୟକ୍ତି ବାହାରକୁ ବାହାରି ପାରିନଥିଲେ । ଅଗ୍ନିଶମ ବାହିନୀ ଓ ପୋଲିସ ଆସି ଉଦ୍ଧାର କାର୍ଯ୍ୟ ଆରମ୍ଭ କଲା ବେଳକୁ ୪ ଜଣଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ଏବେ ଆଉ ଜଣଙ୍କ ମୃତ୍ୟୁ ଘଟିଛି ।