ଦୃଷ୍ଟିହୀନ ବିଶ୍ବକପ ଲିଗ ମ୍ୟାଚରେ ବାଙ୍ଗଳାଦେଶକୁ ହରାଇ ବିଜୟ ହୋଇଛି ଭାରତ। ବାରବାଟୀରେ ଖେଳା ଯାଇଥିବା ଭାରତ ଓ ଵାଂଲାଦେଶ ମଧ୍ୟରେ ଦୃଷ୍ଟିହୀନ ବିଶ୍ୱକର ତୃତୀୟ ଟି ଟ୍ବେଣ୍ଟି ମ୍ୟାଚରେ ଟସ୍ ଜିତି ଭାରତ ପ୍ରଥମେ ଵୋଲିଂ ନିଷ୍ପତ୍ତି ନେଇଥିଲା। ଭ୍ରମଣକାରୀ ବଙ୍ଗଳାଦେଶ ନିର୍ଦ୍ଧାରିତ 20 ଓଭରରେ 4 ୱେକେଟ ହରାଇ ସଂଗ୍ରହ କରିଥିଲା 166 ରନ ।
ଦଳ ପକ୍ଷରୁ ଅଧିନାୟକ ଆସିକୁର ରେହେମାନ ସର୍ବାଧିକ 75 ରନ କରିଥିଲା ବେଳେ ମହମ୍ମଦ ଆରିଫ 33 ଓ ତାଂଯିଲ 20 ରନ କରିଥିଲେ । ଭାରତ ପକ୍ଷରୁ ନକୁଳ ବଡନାୟକ 2 ଓଭରରେ 7 ରନ ଦେଇ ଗୋଟିଏ ୱେକେଟ ନେବାରେ ସକ୍ଷମ ହୋଇଥିଲେ। ଜବାବରେ ଭାରତ ପାଳି ଆରମ୍ଭ ରୁ ହିଁ କଡା ଜବାବ ଦେଇଥିଲା। ପ୍ରାରମ୍ଭିକ ଯୋଡିରେ ଓଡ଼ିଆ ଷ୍ଟାର ନକୁଳ ବଡ଼ ନାୟକ ବ୍ୟକ୍ତିଗତ ଭାବରେ 36 ରନ କରି ଆଉଟ ହେବା ପରେ ଟି ଦୁର୍ଗା ରାଓ ଙ୍କ ରନରେ ପଡି ନଥିଲା ପୂର୍ଣ୍ଣଛେଦ। ବ୍ୟକ୍ତିଗତ 43 ବଲରେ 73 ରନ କରି ଭାରତକୁ ବିଜୟ ଭେଟି ଦେଇଥିଲେ ଦୁର୍ଗା। ତେବେ କମ ରନ ଯୋଗୁ ମ୍ୟାଚ ପରାଜୟ ହେବାର ମୁଖ୍ୟ କାରଣ ବୋଲି କହିଛନ୍ତି ବଙ୍ଗଳାଦେଶ ଅଧିନାୟକ ।
ସେପଟେ ଦୃଷ୍ଟିହୀନ କ୍ରିକେଟ ପ୍ରତି ବିସିସିଆଇର ସହାୟତା ଆବଶ୍ୟକ ରହିଛି। ସମୟ ବଦଳିବା ସହ କ୍ରିକେଟ ପ୍ରତି ଲୋକଙ୍କ ଉତ୍ସାହ ମଧ୍ୟ ବୃଦ୍ଧି ପାଇଛି। ଅନେକ ଖେଳାଳି ରହିଛନ୍ତି ଯେଉଁମାନେ ବିଶ୍ୱରେ ବେଶ ପ୍ରସିଦ୍ଧି ଲାଭ କଲେଣୀ । ବିଶ୍ୱକପ କଥା ଦେଖନ୍ତୁ କି ଅନେକ ଶୃଙ୍ଖଳା ମ୍ୟାଚ ସବୁଥିରେ ଭାରତୀୟ ଖେଳାଳି ସେମାନଙ୍କର ଦବଦବା ରହିଛି। ହେଲେ ଏଯାବତ ବିସିସିଆଇ କ୍ୟାଭି ଇଣ୍ଡିଆ କୁ ନିଜ ଅଧିନକୁ ନେଇନି ବିସିସିଆଇ। ବର୍ତ୍ତମାନ ସମୟରେ ବିସିସିଆଇ ଏକ DCCI ବୋର୍ଡ ଗଠନ କରିଛି ।
ଯାହା ଅଧୀନରେ ଏହି ଦୃଷ୍ଟିହୀନ କ୍ରିକେଟ ମଧ୍ୟ ଆସୁଛି । ତେବେ ଆଗକୁ ଆର୍ଥିକ ସହାୟତା ସହ ସବୁ ସାହାଯ୍ୟ ସହଯୋଗୀତା ବିସିସିଆଇ ଏହି ଦୃଷ୍ଟିହୀନ କ୍ରିକେଟ କୁ ଯୋଗାଇବ ବୋଲି କହିଛନ୍ତି କ୍ୟାଭି ଓଡିଶା ସଭାପତି ମହମ୍ମଦ ଜାଫର ଇକବାଲ । ଯଦି ଦେଖିବା ବର୍ତ୍ତମାନ ସମୟରେ ଦୃଷ୍ଟିହୀନ କ୍ରିକେଟରେ ମଧ୍ୟ ଭାରତୀୟ ଦଳ ବେଶ ପ୍ରଭାବୀ ପଦର୍ଶନ କରୁଛି। 4 ଥର ବିଶ୍ୱକପ ଜିତିଥିବା ଭାରତୀୟ ଦଳ ଚଳିତ ଥର ଅର୍ଥାତ ପଞ୍ଚମ ଥର ପାଇଁ ବିଶ୍ୱକପ ଟାଇଟଲ ହାସଲ କରିବା ପାଇଁ ଲକ୍ଷ ରଖିଛି ।
କ୍ରୀଡ଼ା ଖବର ଆହୁରି ପଢନ୍ତୁ ।