ଭଦ୍ରକ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଣୟ ନାୟକ ଏହି ଉତ୍ସବରେ ସଭାପତି କରିଥିଲେ। ବିଜ୍ଞାନ ମେଳାରେ ସମୁଦାୟ ୮୦ଟି ବିଦ୍ୟାଳୟରେ ୧୦୭ଟି ଷ୍ଟଲ କରାଯାଇଛି। ବିଜ୍ଞାନ ମେଳାରେ ୧୦୭ଟି ଷ୍ଟଲରେ ୮ଟି ପ୍ରଜେକ୍ଟକୁ ମନୋନୀତ କରା ଯାଇ ଜିଲ୍ଲା ସ୍ତରୀୟ ବିଜ୍ଞାନମେଳାରେ ଯୋଗ ଦେବେl
ଚାନ୍ଦବାଲିରେ ବ୍ଲକ ସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ

ଅର୍ଗସ ବ୍ୟୁରୋ : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଗୌଡୁଣୀ ପୋଖରୀ ଉଚ୍ଚ ସରକାରୀ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ବିଜ୍ଞାନମେଳା ଉଦଘାଟିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ୟୋମକେଶ ରାୟ ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ବୈଜ୍ଞାନିକ ଓ ଆଣବିକ ଶକ୍ତି ବିଭାଗ ଇନ୍ଦୋର ମହେଶ୍ୱର ନାୟକ ଏବଂ ବିଶିଷ୍ଟ ଅତିଥି ବ୍ଲକ ଅଧ୍ୟକ୍ଷା ମୀନତି ସୂତାର ଓ ଚାନ୍ଦବାଲି ଏନଏସି ଅଧ୍ଯକ୍ଷା ଶାନ୍ତି ଲତା ସେଠୀ ପ୍ରମୁଖ ଯୋଗ ଦେଇଥିଲେ।
Download Argus News App
